୧୫ ମାଓବାଦୀଙ୍କ ଆତ୍ମସମର୍ପଣ : ୯ ମହିଳା, ୬ ପୁରୁଷ

ନୂଆପଡା/ବରଗଡ଼,୨।୩ (ମକାରୁ ବେମାଲ/ପ୍ରେମାନନ୍ଦ ଖମାରୀ): ଭାରତକୁ ମାଓବାଦୀମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଡେଡ୍‌ ଲାଇନ୍‌ ମାର୍ଚ୍ଚ ୩୧ ପାଖେଇ ଆସୁଥିବାବେଳେ ଛତିଶଗଡ଼ ପୋଲିସକୁ ରବିବାର ବଡ଼ ସଫଳତା ମିଳିଛି। ବରଗଡ଼, ବଲାଙ୍ଗୀର ଓ ଛତିଶଗଡ଼ର ମହାସମୁନ୍ଦ ଡିଭିଜନାଲ କମିଟିର ୧୫ ଜଣ ମାଓବାଦୀ ମହାସମୁନ୍ଦ ଜିଲା ବୋଳଦା ଥାନାରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ମହିଳା ଓ ୬ ପୁରୁଷ ମାଓବାଦୀ ରହିଛନ୍ତି। ସେମାନେ ହେଲେ ତେଲଙ୍ଗାନା ରାଜ୍ୟ ତାରଲାପଲ୍ଲୀ ଗାଁର ବିକାଶ ଓରଫ ସୁଦର୍ଶନ ଉର୍ଫଜଙ୍ଗୁ (୫୭), ଛତିଶଗଡ଼ ରାଜ୍ୟ ହିନ୍ଦୁର ଗାଁରମଙ୍ଗେଶ ଓରଫ ମେଶ ପଦ୍ଦା(୩୫), କୋହକାମଟା ଗାଁର ବାବୁ ଓରଫ ସେତୁ (୩୫), ପୋଞ୍ଜେର ଗାଁ ମନୋଜ ଓରଫ ରିଙ୍କୁ(୩୦), କୋରମା ଗାଁର ପ୍ରମିଳା ଓରଫ ପରନିତା(୩୦), ପଙ୍ଗୋଡ ଗାଁର କରୁଣା ଓରଫ ଅସ୍ମିତା(୩୦), ପୂର୍ତତୀ ଗଁାର ରୋଜା ଓରଫ ଦେବୀ ଓ ହୋଲିକା(୩୦), ଚିତାଗୁଫା ଗାଁରରୋସନୀ ଓରଫ ସୋନି ଓ ନୀଲା (୨୮), ବିଝାପୁର ଗଁାର ରାଧିକା ଓରଫ ଅସ୍ମିତା(୧୯), ପିଡିୟା ଗଁାର ମୀନା ଓରଫ ଶାନ୍ତି(୨୨), ସାବନାର ଗାଁର ଦୀପନା ଓରଫ ନାନୀ ଓ ଅମିତା(୨୦), ପୁସନାର ଗଁାର ରୀନା ଓରଫ କବିତା(୨୧), ପିଡିୟା ଗଁାର ସୋନୁ ଓରଫ ଜୁଗନୁ(୨୩), ବଡା ବଟଟୁମା ଗାଁରର ପାଣ୍ଡୁ ଓରଫ ଦିନେଶ (୨୪) ଓ କୁବିସ ଗଁାର ନୀଳା ଓରଫ ପୋଜେଓ ସବିତା (୨୨)। ଏହି ୧୫ ମାଓବାଦୀ ଓଡ଼ିଶାର ବଲାଙ୍ଗୀର,ବରଗଡ଼ ଜିଲା ଓ ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲାରେ ସକ୍ରିୟ ଭାବରେ କାର୍ଯ୍ୟ କରୁଥିଲେ। ବରଗଡ଼, ବଲାଙ୍ଗୀର ଓ ମହାସମୁନ୍ଦ ଡିଭିଜନ କମିଟି ମୁଖ୍ୟ ବିକାଶ ରହିଥିଲେ। ତାଙ୍କ ନେତୃତ୍ୱରେ ୧୫ ଜଣ ମାଓବାଦୀ କାର୍ଯ୍ୟ କରୁଥିଲେ। ୧୫ ମାଓବାଦୀଙ୍କ ନାମରେ ମୋଟ ୭୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ବିକାଶ ତେଲଙ୍ଗାନା ରାଜ୍ୟରୁ ଆସି ରାଜ୍ୟ କମିଟି ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ନାମରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଅନ୍ୟ ୧୪ ଜଣ ଛତିଶଗଡ଼ ରାଜ୍ୟର ବିଭିନ୍ନ ଜିଲା ଓ ଗଁାର ରହିଛନ୍ତି। ସେମାନଙ୍କ ନାମରେ ମଧ୍ୟ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ରହିଥିଲା। ମଙ୍ଗେଶଙ୍କ ନାମରେ ୮ ଲକ୍ଷ, ବାବୁଙ୍କ ନାମରେ ୫ ଲକ୍ଷ ଏହିପରି ୧୫ ଜଣଙ୍କ ନାମରେ ମୋଟ ୭୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେମାନେ ବନ୍ଧୁକ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବା ପାଇଁ ରବିବାର ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲା ବଳୋଦା ଥାନାରେ ଭୋର ୪ଟାରେ ଆତ୍ମସମର୍ପଣ କରିଛନ୍ତି। ଏହା ପୂର୍ବରୁ ଗତ ୨୨ ତାରିଖରେ ଛତିଶଗଡ଼ ରାଜ୍ୟର ଗୃହମନ୍ତ୍ରୀଙ୍କଠାରେ ଆତ୍ମସମର୍ପଣ କରିବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରି ବରଗଡ଼ ଓ ବଲାଙ୍ଗୀର ଜିଲା ପୋଲିସଙ୍କୁ କମ୍ବିଂ ଅପରେଶନ ନ କରି ଆତ୍ମସମର୍ପଣ କରିବା ପାଇଁ ସମୟ ମାଗିଥିଲେ। ସେମାନେ ଓଡ଼ିଶାରେ କାମ କରି ଛତିଶଗଡ଼ ରାଜ୍ୟରେ ଯାଇ ଆତ୍ମସମର୍ପଣ କରିଛନ୍ତି। ବିକାଶ ୧୯୮୫ ମସିହାଠାରୁ ମାଓବାଦୀ ସଙ୍ଗଠନରେ ସାମିଲ ହୋଇ ସକ୍ରିୟ ଭାବରେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ୧୪ ଜଣ ୨୦୦୫, ୨୦୦୯, ୨୦୧୦, ୨୦୨୨ଠାରୁ କାର୍ଯ୍ୟ କରି ଆସୁଛନ୍ତି।
କେନ୍ଦ୍ର ତଥା ରାଜ୍ୟ ସରକାର ମାଓବାଦୀମୁକ୍ତ ଭାରତ ଗଠନ କରିବା ପାଇଁ ବାରମ୍ବାର ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ବାନ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମହାକାଶରେ ମିଳିଲା ଶର୍କରା: ଖୋଲିବ ଜୀବନ ଉତ୍ପତ୍ତିର ରହସ୍ୟ

ନୂଆଦିଲ୍ଲୀ,୨୧।୭(ପି.ଟି): ମାନବ ଜୀବନର ଉତ୍ପତ୍ତିକୁ ନେଇ ଏବେ ମଧ୍ୟ ଗବେଷଣା ବନ୍ଦ ହୋଇନାହିଁ। ଜ୍ଞାନ ବିଜ୍ଞାନର କ୍ରମୋନ୍ନତି ସାଙ୍ଗକୁ ଏହି ଜୀବନ ଉତ୍ପତ୍ତିର ଗୂଢ଼ ରହସ୍ୟ ଖୋଲିବାକୁ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

CJPକୁ ସମର୍ଥନ କରିବାକୁ ଘରେ ମିଛ କହି ଦୂରଦୂରାନ୍ତର ଅଞ୍ଚଳରୁ ଆସିଛନ୍ତି ଅନେକ ଯୁବତୀ

ନୂଆଦିଲ୍ଲୀ,୨୧।୭: କକ୍ରୋଚ ଜନତା ପାର୍ଟି (CJP) ଦ୍ୱାରା ଆୟୋଜିତ ପ୍ରତିବାଦରେ ଅଂଶଗ୍ରହଣ କରିବା ପାଇଁ ସାରା ଦେଶରୁ ଯୁବତୀମାନେ ଦିଲ୍ଲୀରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ…

CJP ପ୍ରତିବାଦ ସହିତ ପାକିସ୍ତାନ କନେକ୍ସନ: ‘ସଂସଦ ମାର୍ଚ୍ଚ’ର ସ୍କ୍ରିପ୍ଟ କେଉଁଠାରେ ଲେଖାଯାଇଥିଲା? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୭: CJP ପ୍ରତିବାଦର ହଠାତ ବୃଦ୍ଧି ଏବଂ ଏହା ପଛରେ ସୋସିଆଲ ମିଡିଆରେ ବ୍ୟବସ୍ଥିତ କାହାଣୀ ସମ୍ପର୍କରେ ଏକ ପ୍ରମୁଖ ‘ଟୁଲକିଟ’ ଏବଂ ବିଦେଶୀ-ବିରୋଧୀ ଷଡ଼ଯନ୍ତ୍ର ଦୃଷ୍ଟିକୋଣ…

କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ

ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ…

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

ସିକିମ ଭୂସ୍ଖଳନରେ ୭ ମୃତ, ନିର୍ମାଣାଧୀନ ସୁଡ଼ଙ୍ଗରେ ମିଥେନ ବିସ୍ଫୋରଣ, ଉଦ୍ଧାର କାର୍ଯ୍ୟ ଜାରି

ଗ୍ୟାଙ୍ଗଟକ,୨୧।୭: ଉତ୍ତର-ପୂର୍ବ ରାଜ୍ୟ ସିକିମର ଏକ ନିର୍ମାଣାଧୀନ ସୁଡଙ୍ଗରେ ସୋମବାର ଭୂସ୍ଖଳନ ହେବା ଫଳରେ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି।…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri