ବିଜେଡିରେ ମିଶିଲେ ତ୍ରିନାଥ ବାଗ

କୋକସରା,୧୯ା୧(ଡି.ଏନ.ଏ.) : ପଦ୍ମ ଛାଡି ଶଙ୍ଖ ଧରିଲେ କଳାହାଣ୍ଡି ଜିଲା କୋକସରା ବ୍ଲକର ଭାଜପା ବରିଷ୍ଠ ନେତା ତ୍ରିନାଥ ବାଗ । ବୁଧବାର ଧର୍ମଗଡ ବିଧାୟକ ମୌଷଧି ବାଗଙ୍କ କୋକସରା ବ୍ଲକ ମାଝୀଗୁଡା ସ୍ଥିତ ବାସଭବନରେ ନିଜର ସମର୍ଥକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ପୂର୍ବରୁ ସେ କୋକସରା ବ୍ଲକ ଭାଜପା ମଣ୍ଡଳ ସଭାପତି ସହ ଅନ୍ୟ ପଦ ପଦବୀରେ ରହିଥିଲେ। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋକସରା ଜୋନ୍‌ ୨ ଜିଲା ପରିଷଦ ଆସନ ପାଇଁ ସେ ଭାଜପା ପକ୍ଷରୁ ପ୍ରାର୍ଥୀ ଆଶାୟୀ ରହିଥିଲେ। ତେବେ ଦଳୀୟ ଟିକେଟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ବୁଧବାର ବିଜେପି ଛାଡି ନିଜ ସମର୍ଥକଙ୍କ ସହ ବିଜେଡିର ହାତ ଧରିଛନ୍ତି ।