ଆଦିବାସୀଙ୍କ ଅଧିକାରକୁ ଉଚ୍ଛେଦ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ

ସୁନ୍ଦରଗଡ଼,୧୦ା୮(ଡି.ଏନ.ଏ.): ପ୍ରକୃତିର ପ୍ରଥମ ସନ୍ତାନ ତଥା ଦେଶର ମୂଳନିବାସୀ କୁହାଯାଉଥିବା ଆଦିବାସୀଙ୍କ ଆଦିବାସୀତ୍ୱ ଏବଂ ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବାକୁ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ ବୋଲି ବିଶ୍ୱ ଆଦିବାସୀ ଦିବସ ପାଳନ କାର୍ଯ୍ୟକ୍ରମରେ ମତପ୍ରକଶ ପାଇଛି। ସୁନ୍ଦରଗଡ଼ ସର୍ବ ଆଦିବାସୀ ସମାଜ ଏବଂ ସାମାଜିକ ସେବା ସଦନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସବଡେଗାସ୍ଥିତ ନିଉ ଓଡିଶା ହାଇସ୍କୁଲ ଖେଳ ପଡ଼ିଆରେ ବିଶ୍ୱ ଆଦିବାସୀ ଦିବସ ବଡ଼ ଧୁମଧାମରେ ପାଳନ କରାଯାଇଛି। ଏ ଅବସରରେ ସମଗ୍ର ଆଦିବାସୀ ସମାଜର ଭଉଣୀଭାଇମାନେ ଜୟ ଆଦିବାସୀ ମୁଳନିବାସୀ ସ୍ଲୋଗାନ ଦେଇ ଗାଇବିରା ଛକରୁ ଏକ ଶୋଭାଯାତ୍ରାରେ ବାହାରି ସବଡେଗା ହାଟ ଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ରମା କରି ପୁନର୍ବାର କାର୍ଯ୍ୟକ୍ରମ ସ୍ଥଳକୁ ଫେରି ଆସିଥିଲେ। ସଭାସ୍ଥଳରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଦିବାସୀ ସ୍ବତନ୍ତ୍ରତା ସଂଗ୍ରାମୀ ଶହୀଦ ବୀର ବିର୍ସା ମୁଣ୍ଡା, କାହ୍ନୁ ସିଦ୍ଧୁ ମୁର୍ମୁ, ତେଲେଙ୍ଗା ଖଡ଼ିଆ, ରାଣୀ ଦୁର୍ଗାବତୀ, ଜୟପାଳ ସିଂ ମୁଣ୍ଡା, ତିଲକା ମାଝୀ, ରେଣ୍ଡୋ ମାଝୀ, ମାଦ୍ରୀ କାଲୋଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସାମାଜିକ ସେବା ସଦନର ସଂଯୋଜିକା ବେରୁନିକା ଡୁଙ୍ଗଡୁଙ୍ଗଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତଲସରା ବିଧାୟକ ଭବାନୀ ମାଝୀ, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ନୃପଚରଣ ଦଣ୍ଡସେନା, ରାଷ୍ଟ୍ରୀୟ ଆଦିବାସୀ ପରିଷଦର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମାଝୀ, ବିଶିଷ୍ଠ ଆଦିବାସୀ ନେତା ପଞ୍ଚା ବାର୍ଳା, ଆନ୍ଧ୍ରିଆସ କେର୍କେଟା, ଧନେଶ୍ୱର ନାଏକ, ଶ୍ରୀଧର ନାଏକ, ଇଲିୟାସ ତିର୍କୀ, ସୁନୀଲ ଜୋଜୋ, ଆଠକୋଶିଆ ଆଦିବାସୀ ଏକତା ମଞ୍ଚର ନିଳିମା ଟୋପ୍ନ, ଆଲବର୍ଟ କିଣ୍ଡୋ, ପାତ୍ରାସ ତିର୍କୀ, ଫାନ୍ତୁନୁସ କୁଜୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଳିତ ଜାତିସଂଘର ଘୋଷିତ ବିଶ୍ୱ ଆଦିବାସୀ ଦିବସ ପାଳନର ସାରମର୍ମ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଆଦିବାସୀ ବର୍ଗରୁ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଆଦିବାସୀ ଦେଶର ପ୍ରକୃତ ମାଲିକ ଓ ଜଳ, ଜଙ୍ଗଲ, ଜମିନ ଉପରେ ତାହାର ସମ୍ପୂର୍ଣ୍ଣ ଅଧିକାର ରହିଛି,ତେଣୁ ଏହାକୁ କେହି ଛଡେଇ ନେବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମତ ପ୍ରକାଶ ପାଇଥିଲା। ସୁନ୍ଦରଗଡ ଜିଲାରେ ଆଦିବାସୀ ଭବନ ନିର୍ମାଣ ପାଇଁ ସରକାରଙ୍କଠାରେ ପ୍ରସ୍ତାବ ରଖାଯିବ ବୋଲି ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ଜର୍ଜ କେର୍କେଟା ଓ ନିକିତା ଲାକ୍ରା ମଞ୍ଚ ପରିଚାଳନା କରିଥିଲେ। ମଞ୍ଜୁଲତା ମାଝୀ, ଯସ୍ମୀନ କୁଜୁର, ଆଲକା ସରେଙ୍ଗ, ପୁଷ୍ପା ତିଗା, ଇଭାରାଣୀ ଗୁଡ଼ିଆ, ପ୍ରମିଳା ଭୋଇ, ଜେମା ଜ୍ୟୋତି ତିର୍କୀ, ଆସିତ କିସପଟ୍ଟା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆସିଥିବା ଆଦିବାସୀ ସାଂସ୍କୃତିକ ଦଳ ତାଙ୍କର ନୃତ୍ୟଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାଳୟ ବନ୍ଦ, ୧୬ ଛାତ୍ରୀଛାତ୍ର ପଢ଼ା ଛାଡ଼ିଲେ ଗ୍ରାମବାସୀଙ୍କ ନବୀନ ନିବାସ ଘେରାଉ ଚେତାବନୀ

ଚିଲିକା,୧୮ା୮(ଡି.ଏନ.ଏ.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରସଂଖ୍ୟା କମ୍‌ ଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇ ନିକଟତମ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଛି...

ଆଦିବାସୀ ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିଛନ୍ତି ଗଙ୍ଗାଧର, ମୁକ୍ତା

କୋରାପୁଟ,୧୩ା୧୨(ସ୍ବ.ପ୍ର.):ଆଜିର ଆଧୁନିକ ଯୁଗରେ ଲୋକେ ନିଜ କଳା, ସଂସ୍କୃତିକୁ ବଞ୍ଚାଇ ରଖିବାକୁ ସେତେଟା ଆଗଭର ହେଉ ନ ଥିବା ବେଳେ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ...

ମିଳୁନି ଲେ ଆଉଟ୍‌: ହୋଇପାରୁନି ଘର ନିର୍ମାଣ

କେନ୍ଦୁଝର, ୮ା୧୨(ସ୍ବ.ପ୍ର.)-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହ ନୀତି, ଓଡିଶା ପକ୍ଷରୁ ସମସ୍ତ ଗୃହହୀନଙ୍କୁ ଘର ମିଳୁଛି। କିନ୍ତୁ କେନ୍ଦୁଝର ଜିଲା...

କୋର୍ଟରେ ହାଜର ହେଲେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର

ବଲାଙ୍ଗୀର ଅଫିସ,୧୨ା୩: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଶୁକ୍ରବାର ପାଟଣାଗଡ ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିବା ଜଣାପଡିଛି। ପୂର୍ବରୁ...

ଭାଜପାର ନାମାଙ୍କନ ପରେ ବିଜେଡି, କଂଗ୍ରେସ ପ୍ରାର୍ଥୀ ଉପରେ ନଜର

ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ...

କରୋନା ପରୀକ୍ଷାକୁ ଡଙ୍ଗରିଆଙ୍କ ନା

ରାୟଗଡ଼ା ଅଫିସ,୧୮।୫: ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ୧୭ ଡଙ୍ଗରିଆ ଆଦିବାସୀ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ...

ସିଂହଦ୍ୱାର ସମ୍ମୁଖ ଭିଡିଓ ଭାଇରାଲ: ମହିଳା ଭକ୍ତ-ପୋଲିସ ଧସ୍ତାଧସ୍ତି

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛିି। କେତେଜଣ ମହିଳା...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ

କୋକସରା,୪ା୩(ଡି.ଏନ୍‌.ଏ.): ରବିବାର କଳାହାଣ୍ଡି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି କୋକସରା ବ୍ଲକ ଆମପାଣିଠାରେ ବହୁ ପ୍ରତୀକ୍ଷିତ ବିଜୁ ଏକ୍ସପ୍ରେସ...

Advertisement
Archives

Model This Week