ଆଦିବାସୀଙ୍କ ଅଧିକାରକୁ ଉଚ୍ଛେଦ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ

ସୁନ୍ଦରଗଡ଼,୧୦ା୮(ଡି.ଏନ.ଏ.): ପ୍ରକୃତିର ପ୍ରଥମ ସନ୍ତାନ ତଥା ଦେଶର ମୂଳନିବାସୀ କୁହାଯାଉଥିବା ଆଦିବାସୀଙ୍କ ଆଦିବାସୀତ୍ୱ ଏବଂ ସାମ୍ବିଧାନିକ ଅଧିକାରକୁ ଛଡ଼ାଇନେବାକୁ ଉଦ୍ୟମ କଲେ ପରିସ୍ଥିତି ଭୟାବହ ହେବ ବୋଲି ବିଶ୍ୱ ଆଦିବାସୀ ଦିବସ ପାଳନ କାର୍ଯ୍ୟକ୍ରମରେ ମତପ୍ରକଶ ପାଇଛି। ସୁନ୍ଦରଗଡ଼ ସର୍ବ ଆଦିବାସୀ ସମାଜ ଏବଂ ସାମାଜିକ ସେବା ସଦନର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ସବଡେଗାସ୍ଥିତ ନିଉ ଓଡିଶା ହାଇସ୍କୁଲ ଖେଳ ପଡ଼ିଆରେ ବିଶ୍ୱ ଆଦିବାସୀ ଦିବସ ବଡ଼ ଧୁମଧାମରେ ପାଳନ କରାଯାଇଛି। ଏ ଅବସରରେ ସମଗ୍ର ଆଦିବାସୀ ସମାଜର ଭଉଣୀଭାଇମାନେ ଜୟ ଆଦିବାସୀ ମୁଳନିବାସୀ ସ୍ଲୋଗାନ ଦେଇ ଗାଇବିରା ଛକରୁ ଏକ ଶୋଭାଯାତ୍ରାରେ ବାହାରି ସବଡେଗା ହାଟ ଦେଇ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ପରିକ୍ରମା କରି ପୁନର୍ବାର କାର୍ଯ୍ୟକ୍ରମ ସ୍ଥଳକୁ ଫେରି ଆସିଥିଲେ। ସଭାସ୍ଥଳରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଆଦିବାସୀ ସ୍ବତନ୍ତ୍ରତା ସଂଗ୍ରାମୀ ଶହୀଦ ବୀର ବିର୍ସା ମୁଣ୍ଡା, କାହ୍ନୁ ସିଦ୍ଧୁ ମୁର୍ମୁ, ତେଲେଙ୍ଗା ଖଡ଼ିଆ, ରାଣୀ ଦୁର୍ଗାବତୀ, ଜୟପାଳ ସିଂ ମୁଣ୍ଡା, ତିଲକା ମାଝୀ, ରେଣ୍ଡୋ ମାଝୀ, ମାଦ୍ରୀ କାଲୋଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସାମାଜିକ ସେବା ସଦନର ସଂଯୋଜିକା ବେରୁନିକା ଡୁଙ୍ଗଡୁଙ୍ଗଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତଲସରା ବିଧାୟକ ଭବାନୀ ମାଝୀ, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ନୃପଚରଣ ଦଣ୍ଡସେନା, ରାଷ୍ଟ୍ରୀୟ ଆଦିବାସୀ ପରିଷଦର ସମ୍ପାଦକ ଦେବେନ୍ଦ୍ର ପ୍ରସାଦ ମାଝୀ, ବିଶିଷ୍ଠ ଆଦିବାସୀ ନେତା ପଞ୍ଚା ବାର୍ଳା, ଆନ୍ଧ୍ରିଆସ କେର୍କେଟା, ଧନେଶ୍ୱର ନାଏକ, ଶ୍ରୀଧର ନାଏକ, ଇଲିୟାସ ତିର୍କୀ, ସୁନୀଲ ଜୋଜୋ, ଆଠକୋଶିଆ ଆଦିବାସୀ ଏକତା ମଞ୍ଚର ନିଳିମା ଟୋପ୍ନ, ଆଲବର୍ଟ କିଣ୍ଡୋ, ପାତ୍ରାସ ତିର୍କୀ, ଫାନ୍ତୁନୁସ କୁଜୁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଳିତ ଜାତିସଂଘର ଘୋଷିତ ବିଶ୍ୱ ଆଦିବାସୀ ଦିବସ ପାଳନର ସାରମର୍ମ ସମ୍ପର୍କରେ ବୁଝାଇଥିଲେ। କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଆଦିବାସୀ ବର୍ଗରୁ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା। ଆଦିବାସୀ ଦେଶର ପ୍ରକୃତ ମାଲିକ ଓ ଜଳ, ଜଙ୍ଗଲ, ଜମିନ ଉପରେ ତାହାର ସମ୍ପୂର୍ଣ୍ଣ ଅଧିକାର ରହିଛି,ତେଣୁ ଏହାକୁ କେହି ଛଡେଇ ନେବାକୁ ଚେଷ୍ଟା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମତ ପ୍ରକାଶ ପାଇଥିଲା। ସୁନ୍ଦରଗଡ ଜିଲାରେ ଆଦିବାସୀ ଭବନ ନିର୍ମାଣ ପାଇଁ ସରକାରଙ୍କଠାରେ ପ୍ରସ୍ତାବ ରଖାଯିବ ବୋଲି ଦାବି କରାଯାଇଥିଲା। କାର୍ଯ୍ୟକ୍ରମରେ ଜର୍ଜ କେର୍କେଟା ଓ ନିକିତା ଲାକ୍ରା ମଞ୍ଚ ପରିଚାଳନା କରିଥିଲେ। ମଞ୍ଜୁଲତା ମାଝୀ, ଯସ୍ମୀନ କୁଜୁର, ଆଲକା ସରେଙ୍ଗ, ପୁଷ୍ପା ତିଗା, ଇଭାରାଣୀ ଗୁଡ଼ିଆ, ପ୍ରମିଳା ଭୋଇ, ଜେମା ଜ୍ୟୋତି ତିର୍କୀ, ଆସିତ କିସପଟ୍ଟା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଆସିଥିବା ଆଦିବାସୀ ସାଂସ୍କୃତିକ ଦଳ ତାଙ୍କର ନୃତ୍ୟଗୀତ ପରିବେଷଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?