ଭାରତ ମାତା ପୂଜନ ଉତ୍ସବରେ ଓଲଟା ଉଡ଼ିଲା ତ୍ରିରଙ୍ଗା

ଦାରିଙ୍ଗବାଡ଼ି,୨୬ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଶିବ ମନ୍ଦିର ପ୍ରାଙ୍ଗଣରେ ୧୪ ତମ ଭାରତମାତା ପୂଜନ ଉତ୍ସବ ପାଳନ ସହ ବନ୍ଦେ ମାତରଂର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ନିଆରା ଢଙ୍ଗରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏଥିପାଇଁ ଜିଲା ଓ ଜିଲା ବାହାରୁ ବହୁ ଶ୍ରଦ୍ଧାଳୁ, ଦେଶ ଭକ୍ତମାନେ ଯୋଗଦାନ କରିଛନ୍ତି। ଏହି ଦିବସ ପାଳନ ଅବସରରେ ପୂର୍ବାହ୍ନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏଥିସହ ଉତ୍ତୋଳନ ପରେ ସମସ୍ତେ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରି ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ। ଏହି ସବୁ କାର୍ଯ୍ୟ ସାରିବା ବେଳକୁ ନଜରକୁ ଆସିଲା ଜାତୀୟ ପତାକାଟି ଓଲଟା ଉଡ଼ୁଛି ତାକୁ ଭୁଲ ବଶତଃ ଓଲଟା ବନ୍ଧା ଯାଇ ଉତ୍ତୋଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମକୁ ସଂସ୍କାର ଭାରତୀ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଜଣେ ଅଭିଜ୍ଞ ଲୋକଙ୍କ ଦ୍ୱାରା ଏତେ ବଡ଼ ଭୁଲ୍‌ ହୋଇଗଲା ବୋଲି ଏବେ ସିମନବାଡି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ପୁଣି ପତାକା ତଳକୁ ଓଲ୍ହାଇ ତାକୁ ସଠିକ୍‌ ଭାବେ ବାନ୍ଧଯାଇ ଥିଲା ବୋଲି ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମ ଗତ ୧୩ ବର୍ଷ ପାଳିତ କରାଯାଇଥିବା ବେଳେ ଚଳିତ ବର୍ଷ ୧୪ତମ ବର୍ଷ ପାଳନ କରାଯାଉଛି ସନ୍ଧ୍ୟାରେ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାରିପଦାର ଛଉ ନୃତ୍ୟ ସମେତ ନୟାଗଡ଼, ବୌଦ୍ଧ, ସୁନ୍ଦରଗଡ଼ ଆଦି ଜିଲାରୁ ବିଭିନ୍ନ ସାଂସ୍କୃତିକ ଦଳ ପହଞ୍ଚିବେ ଓ ନିଜ କଳା ପ୍ରଦର୍ଶନ କରିବେ ସେହିପରି ସ୍ଥାନୀୟ କଳାକାରଙ୍କ ଦ୍ୱାରା ମଧ୍ୟ ପାରମ୍ପରିକ ନୃତ୍ୟ, ସଙ୍ଗୀତ ଓ ଅନ୍ୟାନ୍ୟ କଳା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରକ ପାତ୍ର ଆଇଆଇଆସି ସଂଗ୍ରାମ କେଶରୀ ଜେନା ପ୍ରମୁଖ ଉକ୍ତ ଉତ୍ସବ ସ୍ଥଳକୁ ଆସି ପରିଦର୍ଶନ କରି ଫେରିଥିବା ଓ କାର୍ଯ୍ୟକ୍ରମକୁ ସଫଳ କରେଇବାରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗାରୁ କୋର୍ଟରେ ମହିଳାଙ୍କୁ ବଜାର ଉପରେ କରିଦେଲେ ଛିଡ଼ା: ସହିପାରିଲେନି ବାପା ଶେଷରେ ନେଲେ ଚରମ ନିଷ୍ପତ୍ତି 

ଚାନ୍ଦବାଲି,୨୬।୧(କିଷାନ ପାତ୍ର): ସୀମା ଟପିଲା ବର୍ବରତା। ଚୋରା ମଦ ବିକ୍ରିକୁ ବିରୋଧ କରିବା ନାଁରେ ଜଣେ ମହିଳାଙ୍କୁ କଙ୍ଗାରୁ କୋର୍ଟରେ ନିର୍ଯାତନା ଦେବାରୁ ତାଙ୍କ  ବାପା  ସହି…

କ୍ରସର ବେଲ୍ଟରେ ଚାପିହୋଇ ଗଲା ଜୀବନ

ଖୋର୍ଦ୍ଧା,୨୬।୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଝିଙ୍କିଝାରିରେ ଥିବା ମେଗା କ୍ରସର୍‌ରେ ଅଘଟଣ ଘଟିଛି। କ୍ରସର ବେଲ୍ଟରେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ…

ଅମରେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ବିଜେଡ଼ିର ମିଡ଼ିଆ ସେଲ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇଥିଲାବେଳେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଭାବେ ହାଟଡ଼ିହୀ ବ୍ଲକ କଳିଙ୍ଗା…

ସାଧାରଣତନ୍ତ୍ର ଦିବସରେ ବଡ଼ ଅଘଟଣ: ଚୁଆରେ ବୁଡିଗଲେ ଶିଶୁକନ୍ୟା, ଆଉ ତା’ପରେ…

ଦାରିଙ୍ଗବାଡି, ୨୬।୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦନେକବାଡି ପଞ୍ଚାୟତ ପାଡ଼ନକେତା ଗ୍ରାମରରେ ଘଟିଯାଇଛି ବଡ଼ ଅଘଟଣ । ଜଣେ ଶିଶୁ କନ୍ୟାଙ୍କ ଚୁଆର…

ବରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ପଞ୍ଚାୟତିରାଜ ମନ୍ତ୍ରୀ, ସମ୍ବିଧାନର ଲିଖିତ ଆଦର୍ଶକୁ ବଜାଜୟ ରଖି…

ବରଗଡ଼,୨୬ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସଦର ମହକୁମାରେ ଆୟୋଜିତ ୭୭ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳିତ ହୋଇଛି। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ…

ମୋଦି-ମୋହନ ସରକାରଙ୍କ ଗୁଣଗାନ କଲେ ଭାଜପା କର୍ମୀ

ହାଟଡିହୀ,୨୬l୧(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ଭାଜପା କାର୍ଯ୍ୟାଳୟରେ ସଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି l ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ…

ଦେବଗଡ଼ରେ ଲଜ୍ଜା: ନାମଯଜ୍ଞ ଦେଖିବାକୁ ଯାଇ ବଳାତ୍କାରର ଶିକାର ହେଲେ ଶିଶୁକନ୍ୟା, ଚିତ୍କାର କରିବାରୁ…

ଦେବଗଡ଼,୨୬ା୧(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନାମଯଜ୍ଞ ଦେଖିବାକୁ ଯାଇଥିବା ବେଳେ ବଳାତ୍କାରର…

ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା

ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆରେ ଜିଲାସ୍ତରୀୟ  ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।  ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri