ନିଜେ ସ୍ଥାପନ କରିଥିବା ବ୍ୟାଙ୍କରେ ଜାଲିଆତି କରି ଫସିଲେ; ରାଣା କପୁରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ମୁମ୍ବାଇ,୨୬।୬ : ଋଣ ଠକେଇ ମାମଲାରେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଚାର୍ଜଶିଟ ଦାୟର କରିଛି। ଏହା ପୂର୍ବରୁ ଇଡି ମଧ୍ୟ ଉକ୍ତ ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି। ମୁମ୍ବାଇର ସେସନ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ମୋଟ ୧୧ ଜଣଙ୍କ ନାମ ଉଲ୍ଲେଖ ରହିଛି। ଠକେଇ, ଆପରାଧିକ ଷଡ଼ଯନ୍ତ୍ର ଦ୍ୱାରା ରାଣା କପୁର ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର ଧୀରଜ ଏବଂ କପିଲ ଓ୍ବାଧଓ୍ବାନଙ୍କୁ ଋଣ ମଞ୍ଜୁର କରିଥିବା ଚାର୍ଜଶିଟ୍‌ରେ କୁହାଯାଇଛି। ମାର୍ଚ୍ଚ ୭ରେ ପ୍ରଥମେ କପୁରଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ୧୦୦ରୁ ଊର୍ଦ୍ଧ୍ୱ ପୃଷ୍ଠା ବିଶିଷ୍ଟ ଚାର୍ଜଶିଟ୍‌ରେ ଡିଏଚ୍‌ଏଫ୍‌ଏଲ୍‌, ଏହାର ପ୍ରମୋଓର ଓ୍ବାଧଓ୍ବାନ, ରାଣା କପୁରଙ୍କ ଝିଅଙ୍କ କମ୍ପାନୀ ଡିଓଆଇଟି ଅର୍ବାନ ଭେଞ୍ଚର ଲିମିଟେଡ୍‌ର ନାମ ରହିଛି। ପ୍ରଥମେ ଡିଏଚ୍‌ଏଫ୍‌ଏଲ୍‌କୁ ୟେସ୍‌ ବ୍ୟାଙ୍କ ଦ୍ୱାରା କପୁର ଋଣ ଯୋଗାଇଦେଇଥିଲେ। ପରେ କପୁରଙ୍କ ଝିଅ ଏବଂ ତାଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୧୦୦ କମ୍ପାନୀ ଡିଏଚ୍‌ଏଫ୍‌ଏଲ୍‌ଠାରୁ ଅନୁକମ୍ପା ଲାଭ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସିବିଆଇ ଏହାର ଏଫ୍‌ଆଇଆର୍‌ରେ କହିଛି ଯେ, ୨୦୧୮ ଏପ୍ରିଲରୁ ଜୁନ ମଧ୍ୟରେ ବ୍ୟାଙ୍କକୁ କଳାକନା ବୁଲାଇବା ଆରମ୍ଭ କରିଥିଲେ। ଏହି ସମୟରେ ଋଣ ଗ୍ରସ୍ତ ଡିଏଚ୍‌ଏଫ୍‌ଏଲ୍‌ରେ ୟେସ୍‌ ବ୍ୟାଙ୍କ ସ୍ବଳ୍ପ ମିଆଦୀ ଡିବେଞ୍ଚର ଭାବେ ୩,୭୦୦ କୋଟି ଟଙ୍କା ନିବେଶ କରିଥିଲା। ଏହା ପ୍ରତି ବଦଳରେ ଓ୍ବାଧଓ୍ବାନ ରାଣା କପୁରଙ୍କୁ ୬୦୦ କୋଟି ଟଙ୍କା ଫେରାଇଥିଲେ। ଏହି ଅର୍ଥ ରାଣା କପୁରଙ୍କ ପାରିବାରିକ ଫାର୍ମ ଡିଓଆଇଟି ଭେଞ୍ଜରକୁ ପ୍ରଦାନ କରାଯାଇଥିଲା। ସେହିଭଳି କପିଳ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ ଦ୍ୱାରା ପରିଚାଳିତ ଅନ୍ୟ ଏକ କମ୍ପାନୀକୁ ମଧ୍ୟ ୟେସ୍‌ ବ୍ୟାଙ୍କ ୭୫୦ କୋଟି ଟଙ୍କାର ଅନ୍ୟ ଏକ ଋଣ ମଞ୍ଜୁର କରିଥିଲା। ଏହା ଉପରେ ଏଜେନ୍ସି ବର୍ତ୍ତମାନ ଖୋଳତାଡ ଜାରି ରଖିଛି। ସେହିଭଳି କପୁରଙ୍କ ୫୦୫୦ କୋଟି ନେଣଦେଶ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜଶିଟ୍‌ ଦାଖଲ କରିଥିଲେ। କର୍ପୋରେଟଗୁଡିକୁ ବେଆଇନ ଋଣ ଯୋଗାଣ, ନିଜ ପଦବୀର ଅପବ୍ୟବହାର, ବେଆଇନ ଅର୍ଥ କାରବାର ଲାଗି ଭୂତ କମ୍ପାନୀ ସ୍ଥାପନ, ବେଆଇନ ଭାବେ ସମ୍ପତ୍ତି ସୃଷ୍ଟି ଭଳି ଅଭିଯୋଗ କପୁରଙ୍କ ବିରୋଧରେ ରହିଛି। କପୁରଙ୍କ ବାଦ୍‌ ଇଡି ଚାର୍ଜଶିଟ୍‌ରେ ତାଙ୍କ ସ୍ତ୍ରୀ ବିନ୍ଦୁ, ତିନି ଝିଅ(ରାକ୍ଷୀ, ରୋଶନୀ, ରାଧା), ୩ ଫାର୍ମ ( ମୋର୍ଗାନ କ୍ରେଡିଟ, ଆର୍‌ଏବି ଏଣ୍ଟରପ୍ରାଇଜେସ, ଡିଓଆଇଟି ଅର୍ବାନ ଭେଞ୍ଚର)ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

BSNL ଆଣିଲା ଖୁସିଖବର: ଏଣିକି ଶସ୍ତାରେ ମିଳିବ ଇଣ୍ଟରନେଟ୍‌ ପ୍ଲାନ୍‌

ନୂଆଦିଲ୍ଲୀ,୧୫।୧୨: ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ନିରନ୍ତର ଭାବରେ ଏହାର ଉପଭୋକ୍ତାମାନଙ୍କୁ ସୁଲଭ ଯୋଜନା ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ,...

Gold Silver Price: ୨୦ ବର୍ଷରେ ରେକର୍ଡ ଭାଙ୍ଗିଲା ରୂପା ଦର, ଆଜି ପୁଣି ବଢ଼ିଲା ସୁନା

ନୂଆଦିଲ୍ଲୀ,୧୫।୧୨: ଗତ କିଛି ଦିନ ଧରି ସୁନା ଏବଂ ରୂପା ମୂଲ୍ୟ ବୃଦ୍ଧି ପାଉଛି । ଯଦି ଦେଖାଯାଏ, ତେବେ ରୂପା ଦର ୧୨ହଜାରରୁ ୨...

SBI, HDFC ଏବଂ ICICI ବ୍ୟାଙ୍କକୁ ନେଇ RBI ଜାରି କଲା ବଡ଼ ଅପଡେଟ, ଆକାଉଣ୍‌ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୧୩।୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଘୋଷଣା କରିଛି ଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI), HDFC ବ୍ୟାଙ୍କ ଏବଂ ICICI ବ୍ୟାଙ୍କ ଘରୋଇ ସିଷ୍ଟମଲିକାଲି ଇମ୍ପୋର୍ଟଣ୍ଟ...

ପ୍ରଥମ ଚାକିରିରୁ ଏହିଥିରେ କରନ୍ତୁ ନିବେଶ, ଯୁବପିଢିଙ୍କୁ ମିଳିବ ମୋଟା ଅଙ୍କର ଟଙ୍କା!

ନୂଆଦିଲ୍‌ଲୀ,୧୩।୧୨: ଆଜି ଆପଣ କରୁଥିବା ନିବେଶ କାଲି ଖରାପ ସମୟରେ ଆପଣଙ୍କର ସବୁଠାରୁ ଭଲ ବନ୍ଧୁ। ଏହି କାରଣରୁ ସମସ୍ତେ ସଞ୍ଚୟ ଏବଂ ନିବେଶକୁ ପ୍ରାଥମିକତା...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri