ମାନୁଫାକ୍‌ଚରିଂକୁ ଉତ୍ସାହିତ କରିବେ ସରକାର;ଅର୍ଥ ବ୍ୟବସ୍ଥାକୁ ଗତି ଦେବା ଲାଗି ପ୍ରୟାସ

ନୂଆଦିଲ୍ଲୀ,୨୬।୬ : କରୋନା ମହାମାରୀ ଯୋଗୁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ବର୍ଷ ଭାରତର ଜିଡିପି ୪.୫% ଖସିଯିବ ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି( ଆଇଏମ୍‌ଏଫ୍‌) ପୂର୍ବାନୁମାନ କରିଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଆଣିବା ଲାଗି କେନ୍ଦ୍ର ସରକାର ‘ଆତ୍ମନିର୍ଭର’ ଭାରତ ଯୋଜନା ଉପରେ ଫୋକସ କରିଛନ୍ତି। ଚାଇନା ଭଳି ଦେଶଗୁଡିକର ନିର୍ଭରତା କମାଇବା ସହ ନିଜ ଦେଶରେ ସାମଗ୍ରୀ ଉତ୍ପାଦନ କରିବା ଉପରେ ଏବେ ଅଗ୍ରାଧିକାର ଦିଆଯାଉଛି। ଚାଇନା ସହ ଭାରତର ବାଣିଜ୍ୟ ନିଅଣ୍ଟ ସବୁବେଳେ ଅଧିକ ରହୁଛି। ଅର୍ଥାତ୍‌ ଭାରତ ଯେତେ ସାମଗ୍ରୀ ଚାଇନା ପଠାଉଛି ତା’ଠାରୁ ଢେର ଅଧିକ ସାମଗ୍ରୀ ସେଠାରୁ ଆଣୁଛି। ଭାରତକୁ ଚାଇନା ଭଳି ମାନୁଫାକ୍‌ଚରିଂ ହବରେ ରୂପାନ୍ତରିତ କରିବା ସହ ଅର୍ଥ ବ୍ୟବସ୍ଥାକୁ ନୂଆ ଗତି ପ୍ରଦାନ କରିବାକୁ ଯୋଜନା ରଖାଯାଇଛି। ଏହାକୁ କଥାରେ କହିବା ସହଜ କିନ୍ତୁ। କିନ୍ତୁ ପୂର୍ବର ଅନୁଭବଗୁଡିକୁ ବିଚାର କଲେ ଲକ୍ଷ୍ୟ ହାସଲ କରିବା କାଠିକର ପାଠ ବୋଲି ବିଶେଷଜ୍ଞ କୁହନ୍ତି।
କରୋନା ପାଇଁ ଯୋଗାଣ ଚେନ୍‌ କ୍ଷତିଗ୍ରସ୍ତ ହେବା ଯୋଗୁ ଚାଇନାରୁ କଞ୍ଚାମାଲ ଆସିବା ବାଧାପ୍ରାପ୍ତ ହୋଇଛି। ଏହି ସମୟରେ କମ୍ପାନୀ ବିଭିନ୍ନ ସମସ୍ୟା ସାମ୍ନା କରିଛନ୍ତି। ଅନେକ ଲୋକ ନିଯୁକ୍ତି ହରାଇଛନ୍ତି। ଭାରତରେ ମାନୁଫାକଚରିଂ ଦ୍ୱାରା ନିର୍ଭରତା ହ୍ରାସ ଏବଂ ଲୋକଙ୍କୁ ଚାକିରି ଦେବା ବର୍ତ୍ତମାନ ବିଶେଷ ଗୁରୁତ୍ୱ ବହନକରେ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଭାରତରେ ପୂର୍ବରୁ ପିପିଇ କିଟ୍‌ ନିର୍ମାଣ ହେଉ ନ ଥିଲା। ଚାଇନାରୁ ଆସୁଥିବା ଏହି କିଟ୍‌ ଗୁଣବତ୍ତା ମାନକ ଠିକ୍‌ ନ ରହିବା ଯୋଗୁ ଘରୋଇ ବଜାରରେ ଏହା ପ୍ରସ୍ତୁତ ହେଉଛି। ବର୍ତ୍ତମାନ ଚାଇନା ପରେ ଭାରତ ଦ୍ୱିତୀୟ ସର୍ବବୃହତ୍‌ ପିପିଇ କିଟ୍‌ ଉତ୍ପାଦନକାରୀ ମାନ୍ୟତା ଲାଭ କରିଛି। ଏଭଳି ସ୍ଥିତିରେ ସରକାର ‘ଲୋକାଲ ଫର୍‌ ଭୋକାଲ’କୁ ଅଧିକ ଗୁରୁତ୍ୱ ଦେବା କଥା ମଧ୍ୟ କହୁଛନ୍ତି। ସେହିଭଳି ଚାଇନାର ପ୍ରାୟ ୩୦୦ ଉତ୍ପାଦ ବର୍ଗରେ ସାମଗ୍ରୀ ଆମଦାନୀ ନ କରିବା ଲାଗି ଦେଶର ବିଭିନ୍ନ ସଂଘ ବୟକଟ ଚାଇନା ସାମଗ୍ରୀ କ୍ୟାମ୍ପେନ ଆରମ୍ଭ କରିଛନ୍ତି। ଏହାକୁ ସରକାର ମଧ୍ୟ ସମର୍ଥନ କରୁଛନ୍ତି। ବିଭିନ୍ନ ବର୍ଗରେ ସାମଗ୍ରୀରୁ ଆମଦାନୀ କମ୍‌ କରିବା ଲାଗି ଘରୋଇ ବଜାରରେ ପ୍ରଡକ୍ଟ ପ୍ରସ୍ତୁତି ଉପରେ ବର୍ତ୍ତମାନ ନଜର ରଖାଯାଇଛି।
ଏଭଳି ସମୟରେ ଭାରତ ଆତ୍ମନିର୍ଭରତାର ପ୍ରକୃତ ଅର୍ଥକୁ ବୁଝିବାର ସମୟ ଆସିଛି ବୋଲି ବିଶେଷଜ୍ଞ ମତ ରଖନ୍ତି। ପ୍ରଧାନମନ୍ତ୍ରୀ ୨୦୧୪ରେ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥାରେ ମାନୁଫାକଚରିଂର ରହିଥିବା ଯୋଗଦାନକୁ ୧୫%ରୁ ବଢାଇ ୨୦୨୦ ସୁଦ୍ଧା ୨୫% କରିବା ଲକ୍ଷ୍ୟ ରଖିଥିଲେ। ଏହାକୁ ସେତେଟା ସଫଳତା ମିଳିନାହିଁ। ବର୍ତ୍ତମାନ ସରକାର ‘ଭୋକାଲ ଫର୍‌ ଲୋକାଲ’ ଉପରେ ଜୋର ଦେଉଛନ୍ତି। ପ୍ରତି କ୍ଷେତ୍ରରେ ଭାରତୀୟ କମ୍ପାନୀଗୁଡିକୁ ଉତ୍ସାହିତ କରାଯାଉଛି। କମ୍ପାନୀଗୁଡିକୁ ବିଶେଷ ସୁବିଧା ସୁଯୋଗ ଯୋଗାଣ ଉପରେ କାର୍ଯ୍ୟକ୍ରମ ଜାରି ରହିଛି। ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କଣ୍ଟ୍ରାକ୍ଟରେ ବିଦେଶୀ କମ୍ପାନୀଙ୍କୁ ସୁଯୋଗ ବନ୍ଦ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଲାଗି ୩ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଆସିଛି। ବିନା ଗ୍ୟାରେଣ୍ଟିରେ ସରକାର ଏହି ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ଅର୍ଥ ବିଶେଷଜ୍ଞଙ୍କ କହିବା ମୁତାବକ ସରକାର ନିବେଶକଙ୍କୁ ଆକର୍ଷିତ କରିବା ଲାଗି ସୁବିଧା ଦେବା ଆବଶ୍ୟକ। ଭାରତ ଏ କ୍ଷେତ୍ରରେ ବହୁତ ପଛୁଆ ରହିଛି। ବିଭିନ୍ନ ଅସବିଧାକୁ ସମାଧାନ କରିବା ଉପରେ ସରକାର କାମ କରନ୍ତୁ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…

ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…

କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?

ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…

RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI

ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ପୁଣି ମହଙ୍ଗା ହେବ ମୋବାଇଲ ରିଚାର୍ଜ ପ୍ଲାନ! ଜାଣନ୍ତୁ କେବେଠୁ…

ନୂଆଦିଲ୍‌ଲୀ,୬।୧୦: ସାଧାରଣ ଲୋକଙ୍କୁ ପୁଣି ଥରେ ମହଙ୍ଗା ମାଡ଼ର ଝଟକା ଲାଗିପାରେ। ଏଥର ଏହି ଝଟକା ଟେଲିକମ କମ୍ପାନୀଗୁଡ଼ିକ ଦେଇପାରନ୍ତି। ଏକ ରିପୋର୍ଟ ଅନୁସାରେ, ଆଗାମୀ ୪ରୁ…

ଓଏଚ୍‌ପିସି ଓ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ଏମ୍‌ଓୟୁ

ଭୁବନେଶ୍ୱର,୬।୧୦: ”ସବୁଜ ଶକ୍ତି ଉତ୍କର୍ଷ କେନ୍ଦ୍ର’ ସ୍ଥାପନ ପାଇଁ ଓଡ଼ିଶା ଜଳବିଦ୍ୟୁତ ଶକ୍ତି ନିଗମ ଲିମିଟେଡ୍‌ (ଓଏଚ୍‌ପିସି) ଓ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ମଧ୍ୟରେ ସୋମବାର…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?