ନିଜେ ସ୍ଥାପନ କରିଥିବା ବ୍ୟାଙ୍କରେ ଜାଲିଆତି କରି ଫସିଲେ; ରାଣା କପୁରଙ୍କ ବିରୋଧରେ ସିବିଆଇ ଚାର୍ଜଶିଟ୍‌

ମୁମ୍ବାଇ,୨୬।୬ : ଋଣ ଠକେଇ ମାମଲାରେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଗୁରୁବାର ଚାର୍ଜଶିଟ ଦାୟର କରିଛି। ଏହା ପୂର୍ବରୁ ଇଡି ମଧ୍ୟ ଉକ୍ତ ମାମଲାରେ ଚାର୍ଜଶିଟ୍‌ ଦାଖଲ କରିସାରିଛି। ମୁମ୍ବାଇର ସେସନ କୋର୍ଟରେ ଦାଖଲ ହୋଇଥିବା ଚାର୍ଜଶିଟ୍‌ରେ ମୋଟ ୧୧ ଜଣଙ୍କ ନାମ ଉଲ୍ଲେଖ ରହିଛି। ଠକେଇ, ଆପରାଧିକ ଷଡ଼ଯନ୍ତ୍ର ଦ୍ୱାରା ରାଣା କପୁର ଡିଏଚ୍‌ଏଫ୍‌ଏଲ୍‌ ପ୍ରମୋଟର ଧୀରଜ ଏବଂ କପିଲ ଓ୍ବାଧଓ୍ବାନଙ୍କୁ ଋଣ ମଞ୍ଜୁର କରିଥିବା ଚାର୍ଜଶିଟ୍‌ରେ କୁହାଯାଇଛି। ମାର୍ଚ୍ଚ ୭ରେ ପ୍ରଥମେ କପୁରଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ୧୦୦ରୁ ଊର୍ଦ୍ଧ୍ୱ ପୃଷ୍ଠା ବିଶିଷ୍ଟ ଚାର୍ଜଶିଟ୍‌ରେ ଡିଏଚ୍‌ଏଫ୍‌ଏଲ୍‌, ଏହାର ପ୍ରମୋଓର ଓ୍ବାଧଓ୍ବାନ, ରାଣା କପୁରଙ୍କ ଝିଅଙ୍କ କମ୍ପାନୀ ଡିଓଆଇଟି ଅର୍ବାନ ଭେଞ୍ଚର ଲିମିଟେଡ୍‌ର ନାମ ରହିଛି। ପ୍ରଥମେ ଡିଏଚ୍‌ଏଫ୍‌ଏଲ୍‌କୁ ୟେସ୍‌ ବ୍ୟାଙ୍କ ଦ୍ୱାରା କପୁର ଋଣ ଯୋଗାଇଦେଇଥିଲେ। ପରେ କପୁରଙ୍କ ଝିଅ ଏବଂ ତାଙ୍କ ଦ୍ୱାରା ପରିଚାଳିତ ପ୍ରାୟ ୧୦୦ କମ୍ପାନୀ ଡିଏଚ୍‌ଏଫ୍‌ଏଲ୍‌ଠାରୁ ଅନୁକମ୍ପା ଲାଭ କରିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସିବିଆଇ ଏହାର ଏଫ୍‌ଆଇଆର୍‌ରେ କହିଛି ଯେ, ୨୦୧୮ ଏପ୍ରିଲରୁ ଜୁନ ମଧ୍ୟରେ ବ୍ୟାଙ୍କକୁ କଳାକନା ବୁଲାଇବା ଆରମ୍ଭ କରିଥିଲେ। ଏହି ସମୟରେ ଋଣ ଗ୍ରସ୍ତ ଡିଏଚ୍‌ଏଫ୍‌ଏଲ୍‌ରେ ୟେସ୍‌ ବ୍ୟାଙ୍କ ସ୍ବଳ୍ପ ମିଆଦୀ ଡିବେଞ୍ଚର ଭାବେ ୩,୭୦୦ କୋଟି ଟଙ୍କା ନିବେଶ କରିଥିଲା। ଏହା ପ୍ରତି ବଦଳରେ ଓ୍ବାଧଓ୍ବାନ ରାଣା କପୁରଙ୍କୁ ୬୦୦ କୋଟି ଟଙ୍କା ଫେରାଇଥିଲେ। ଏହି ଅର୍ଥ ରାଣା କପୁରଙ୍କ ପାରିବାରିକ ଫାର୍ମ ଡିଓଆଇଟି ଭେଞ୍ଜରକୁ ପ୍ରଦାନ କରାଯାଇଥିଲା। ସେହିଭଳି କପିଳ ଏବଂ ଧୀରଜ ଓ୍ବାଧଓ୍ବାନଙ୍କ ଦ୍ୱାରା ପରିଚାଳିତ ଅନ୍ୟ ଏକ କମ୍ପାନୀକୁ ମଧ୍ୟ ୟେସ୍‌ ବ୍ୟାଙ୍କ ୭୫୦ କୋଟି ଟଙ୍କାର ଅନ୍ୟ ଏକ ଋଣ ମଞ୍ଜୁର କରିଥିଲା। ଏହା ଉପରେ ଏଜେନ୍ସି ବର୍ତ୍ତମାନ ଖୋଳତାଡ ଜାରି ରଖିଛି। ସେହିଭଳି କପୁରଙ୍କ ୫୦୫୦ କୋଟି ନେଣଦେଶ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜଶିଟ୍‌ ଦାଖଲ କରିଥିଲେ। କର୍ପୋରେଟଗୁଡିକୁ ବେଆଇନ ଋଣ ଯୋଗାଣ, ନିଜ ପଦବୀର ଅପବ୍ୟବହାର, ବେଆଇନ ଅର୍ଥ କାରବାର ଲାଗି ଭୂତ କମ୍ପାନୀ ସ୍ଥାପନ, ବେଆଇନ ଭାବେ ସମ୍ପତ୍ତି ସୃଷ୍ଟି ଭଳି ଅଭିଯୋଗ କପୁରଙ୍କ ବିରୋଧରେ ରହିଛି। କପୁରଙ୍କ ବାଦ୍‌ ଇଡି ଚାର୍ଜଶିଟ୍‌ରେ ତାଙ୍କ ସ୍ତ୍ରୀ ବିନ୍ଦୁ, ତିନି ଝିଅ(ରାକ୍ଷୀ, ରୋଶନୀ, ରାଧା), ୩ ଫାର୍ମ ( ମୋର୍ଗାନ କ୍ରେଡିଟ, ଆର୍‌ଏବି ଏଣ୍ଟରପ୍ରାଇଜେସ, ଡିଓଆଇଟି ଅର୍ବାନ ଭେଞ୍ଚର)ନାମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri