ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ ମଣ୍ଡପରେ ରବିବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୮ମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଅନୁଷ୍ଠାନ ଅଟଳ ସ୍ବାଭିମାନ ମଞ୍ଚ ସାମାଜିକ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ବହୁ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ସମେତ ଭାଜପାର ଦଳୀୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

ଅଟଳ ସ୍ବାଭିମାନ ମଞ୍ଚ ରାଜ୍ୟ ସଭାପତି ତଥା ଆଇନଜୀବି କୁଞ୍ଜବିହାରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ଜିଲା କମିଟି ଉପସଭାପତି ପରେଶ ଚନ୍ଦ୍ର ରଥ, ଭାଜପା ଓବିସି ମୋର୍ଚ୍ଚାର ପୂର୍ବତନ ଜିଲା ସଭାପତି ମଦନମୋହନ ପାତ୍ର, ଦିଗପହଣ୍ଡି ଏନ୍ଏସି ବ୍ରହ୍ମପୁର ଏମ.ପି ପ୍ରତିନିଧି ଭବାନୀ ଶଙ୍କର ପଣ୍ଡା, ଭାଜପା ଦିଗପହଣ୍ଡି ଏନ୍ଏସି  ମଣ୍ଡଳ ସଭାନେତ୍ରୀ ସୁଷମା ଗୈାଡ, ରାଜ୍ୟ ମହିଳା ମୋର୍ଚ୍ଚା ପ୍ରମୁଖ ଉପଦେଷ୍ଟା ମିରାବାଈ, ଶୁଭେନ୍ଦୁ ପାଢ଼ୀ, ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିନ୍ମୟ ରେଡ୍ଡୀ, ଯୁବମୋର୍ଚ୍ଚା ଜିଲା ଉପସଭାପତି କିଶୋର ସାହୁ, ପୂର୍ବତନ ଜିଲା ପରିଷଦ ସଦସ୍ୟ ଗଦାଧର ସ୍ବାଇଁ , ଆଇନଜୀବୀ ମନୋଜ ପଣ୍ଡା, ସତ୍ୟନାରାୟଣ ସାହୁ, ସରପଞ୍ଚ ଲିଙ୍ଗରାଜ ଦୋରା, ବିଜୟ କୁମାର ପ୍ରଧାନ, ତପନ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ଯା, ସମିତି ସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ନାରାୟଣ ସାବତଙ୍କ ସମେତ ଭାଜପାର ବହୁ ସଂଖ୍ୟକ କର୍ମୀ ଏବଂ ମଣ୍ଡଳ ସ୍ତରୀୟ ସଭାପତି ବୃନ୍ଦ ଉପସ୍ଥିତ ଥିଲେ ।

ଅତିଥିମାନେ ବାଜପେୟୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଆୟୋଜିତ ଶ୍ରାଦ୍ଧବାର୍ଷିକୀ ସଭାରେ ସ୍ବର୍ଗତ ବାଜପେୟୀଙ୍କ ରାଜନୈତିକ ଜୀବନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେ ଜଣେ ରାଷ୍ଟ୍ରନାୟକ ଏବଂ ଦୃଢ଼ମନା ରାଜନୈତିକ ବ୍ୟକ୍ତିବିଶେଷ  ଭାବେ ସମଗ୍ର ବିଶ୍ୱରେ ପରିଚିତ ଥିଲେ ବୋଲି ଅତିଥିବୃନ୍ଦ ମତପ୍ରକାଶ କରିଥିଲେ । ଏପରିକି ସେ ସ୍ବଳ୍ପ ଦିନ ପାଇଁ ୨ ଥର ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ୧୯୯୯ ରୁ ୨୦୦୪ ପର୍ଯ୍ୟନ୍ତ  ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାର ସମ୍ଭାଳି ବହୁବିଧ ଉନ୍ନତି କରି ଯଶଶ୍ଵୀ ହୋଇଥିଲେ ବୋଲି ସଭାରେ ମତପ୍ରକାଶ ପାଇଥିଲା।

 

Dharitri – Odisha’s No.1 Odia Daily

Share