ଆସ୍ଥାନରେ ଚାଦର ଚଢ଼ାଇଲେ ଶ୍ରଦ୍ଧାଳୁ

ବାଲେଶ୍ୱର ଅଫିସ, ୧।୪

ବାଲେଶ୍ୱର ଜିଲାର ଭାଇଚାରାର ପ୍ରତୀକ ସହରର ସୁନହଟ ସ୍ଥିତ ‘ବାବା ଭୁଜାଖିଆ ପୀରଙ୍କ ୩ ଦିନିଆ ୭୮ତମ ବାର୍ଷିକ ଉତ୍ସବ ‘ଉର୍ସ’ ଉଦ୍‌ଘାଟିତ ହୋଇଯାଇଛି। ପ୍ରତିବର୍ଷ ମାର୍ଚ୍ଚ ଶେଷ ବୁଧବାର, ଗୁରୁବାର, ଶୁକ୍ରବାର ୩ ଦିନ ଧରି ବାବାଙ୍କ ଏହି ପୀଠରେ ବାର୍ଷିକ ଉତ୍ସବ ପାଳିତ ହୋଇଥାଏ। ରାଜ୍ୟ ତଥା ରାଜ୍ୟ ବାହାରୁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ନିଷ୍ଠାର ସହ ପୀରବାବାଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ଏପ୍ରିଲ ୧ତାରିଖ ପର୍ଯ୍ୟନ୍ତ ୩ଦିନ ବାବାଙ୍କ ଉର୍ସ ଉତ୍ସବ ପାଳନ ହେଉଥିବା ବେଳେ ଉତ୍ସବର ପ୍ରଥମ ଦିନରେ ଗୋସାଲ, କୋରାନ୍‌ ପାଠ, ମିଲାତ ସରିଫ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ପରମିଟ୍‌ ଘାଟରୁ ପାଣି ଆଣାଯାଇ ବାବାଙ୍କ ଆସ୍ଥାନକୁ ପବିତ୍ର କରାଯିବା ପରେ ଚାଦର ଚଢ଼ାଯିବା ସହ ସାମୂହିକ କୋରାନ ପାଠ କରାଯାଇଥିଲା। ବିହାରର ଅମଜେର ସରିଫର ଧର୍ମଗୁରୁ ହଜରତ ସୟେଦ ଜମାଲୁଦ୍ଦିନ ଆବେଦୁଲ କ୍ୱାଦ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗୋସାଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତମାନେ ଦିବସବ୍ୟାପୀ ବାବାଙ୍କୁ ଦର୍ଶନ କରି ଚାଦର ଚଢ଼ାଇଥିଲେ। ତେବେ ଜନଗହଳି ନିୟନ୍ତ୍ରଣ ପାଇଁ ପୀରବାବା ଶାନ୍ତି କମିଟି ଓ ଜିଲା ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩ଜଣ ଡିଏସ୍‌ପି, ୩ଜଣ ଇନ୍ସପେକ୍ଟର, ୨୬ଜଣ ସବ୍‌ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର ଏବଂ ୧୩ ସେକ୍ସନ ପୋଲିସଫୋର୍ସ ସହ କନଷ୍ଟେବଳ ଓ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି ବୋଲି ଜିଲା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା କୁହାଯାଇଛି। ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ବାବାଙ୍କ ବାର୍ଷିକ ଉତ୍ସବରେ ଯୋଗଦେଇ ପ୍ରାର୍ଥନା କରିବା ସହ ଭୋଗ ଲଗାଇଥାନ୍ତି। ବିଶେଷ କରି ପୀଠରେ ଲଡୁ, ଗଜା, କୋରା, ଖଜା ଆଦି ଶୁଖିଲା ମିଷ୍ଠାନ୍ନ ଭୋଗ ସ୍ବରୂପ ଲଗାଯିବାର ବିଧି ରହିଛି। ବହୁ ଭକ୍ତ ଏହି ପୀଠକୁ ଆସିବା ପରେ ସେମାନଙ୍କର ମାନସିକ ପୂରଣ ହୋଇଥିବା କହିଛନ୍ତି। ବାବାଙ୍କ ପ୍ରତି ମନରେ ଦୃଢ଼ ବିଶ୍ୱାସ ଥିବାରୁ ପ୍ରତ୍ୟେକ ବର୍ଷ ଉର୍ସ ଉତ୍ସବ ପାଳନ ପାଇଁ ଭକ୍ତମାନେ ଏଠାକୁ ଆସିଥାନ୍ତି ବୋଲି ସେମାନେ କହିଛନ୍ତି। ତେବେ ଭାଇଚାରାର ନିଦର୍ଶନ ପାଲଟିଥିବା ବାବା ଭୁଜାଖିଆ ପୀରଙ୍କ ପୀଠରେ ଉଭୟ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବାବାଙ୍କ ପୀଠକୁ ଆସିଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ବାବା ଭୁଜାଖିଆ ପୀର ପୀଠ ପରିଚାଳନା କମିଟି ସଭାପତି ଶେଖ ରଫିକ, ସମ୍ପାଦକ ଶେଖ ଜହିରୁଦ୍ଦିନଙ୍କ ସମେତ ଶେଖ ଅବଦୁଲ ଲତିଫ, ଶେଖ ଅବଦୁଲ ମୋହିତ, ଶେଖ ଅବଦୁଲ ବୁରହାନ, ଶେଖ ସାମସୁଦ୍ଦିନ, ହାଫିଜ ବାଦରୁଲ ହସନ, ଶେଖ ସଲିମ, ଶେଖ ଅବଦୁଲ ଇସଲାମ, ଶେଖ ଅବଦୁଲ କାମିଲ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri