ନିର୍ଯାତନା ନେଇ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ

ନୂଆପଡ଼ା,୧୩ା୯ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ଭଇଁଷାଦରା ଗାଁରେ ଆଦିବାସୀଙ୍କୁ ଉପରେ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଗ୍ରାମବାସୀ ଧରମବନ୍ଧା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ଅନୁଯାୟୀ, ଭଇଁଷାଦରା ଗାଁରେ ମିର୍ଦ୍ଧା, ଗଣ୍ଡ, ଗଉଡ, ହରିଜନ, ସାହୁ, ରଣା, କେଉଟ, ମାଳି ଓ ଲୋହରା ଆଦି ଜାତିର ପାଖାପାଖି ଶହେ ପରିବାରର ୫ ଶହରୁ ଊର୍ଦ୍ଧ୍ୱ ଲୋକ ବାସ କରନ୍ତି। ଗାଁର ଅଧିକାଂଶ ଲୋକ ଚାଷ କାର୍ଯ୍ୟ ସରିଲେ ଦିନ ମଜୁରିଆ କାମ କରି ପରିବାର ପ୍ରତିପୋଷଣ କରନ୍ତି। ଗାଁରେ କୌଣସି ସାମାଜିକ କାର୍ଯ୍ୟ ହେଲେ ସମସ୍ତେ ଏକାଠି ପାଳନ କରନ୍ତି। ହେଲେ ଗାଁରେ କେତେଜଣ ପଛୁଆ ବର୍ଗର ଲୋକ ନିର୍ଯାତନା ଦେଇ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି। ପଛୁଆ ବର୍ଗର ଲୋକେ ବିବାହ, ବ୍ରତ, ପୂଜାକଲେ ଆଦିବାସୀମାନଙ୍କୁ ନିମନ୍ତ୍ରଣ କରୁଛନ୍ତି। ସେହି ଉତ୍ସବକୁ ଗଲେ କାହିଁକି ଆସିଲ ବୋଲି ଗାଁରେ ସଭା କରି ଜରିମାନା ଆଦାୟ କରୁଛନ୍ତି। ଜରିମାନା ନ ଦେଲେ ଗାଁ ଛାଡି ଚାଲିଯାଅ ବୋଲି ଧମକ ଦେଇ ନିଆଁ ପାଣି ବନ୍ଦ କରି ଦେଉଛନ୍ତି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିମାନେ ଗାଁରେ ଥିବା ସରକାରୀ ଜମି, ଗାଁ ପୋଖରୀକୁ ଜବରଦଖଲ କରି ନେଇଛନ୍ତି। ଏ ସମ୍ପର୍କରେ ପୋଲିସକୁ କହିଲେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦିଅନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ା ତୁରନ୍ତ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ମିର୍ଦ୍ଧା ସମ୍ପ୍ରଦାୟର ୨୦ରୁ ଊର୍ଦ୍ଧ୍ୱ ପରିବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଏସ୍‌ଆଇ ବିନୋଦ ବିହାରୀ ସେଠୀଙ୍କୁ ପଚାରିବାରୁ ଏହା ଉପରେ ତଦନ୍ତ କରାଯିବ, ସତ୍ୟାସତ୍ୟ ଜଣାପଡିଲା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏହି ସମୟରେ ଭକ୍ତବନ୍ଧୁ ଧରୁଆ, ସୁରେଶ ମିର୍ଦ୍ଧା, ସନ୍ତରାମ ମିର୍ଦ୍ଧା, ଦୁଃଖା ମିର୍ଦ୍ଧା, ରାମାୟଣ ବାଇ ମିର୍ଦ୍ଧା, ଦୁରପତି ମିର୍ଦ୍ଧା, ନିରଞ୍ଜନ ମିର୍ଦ୍ଧା, ପୁଷ୍ପା ମିର୍ଦ୍ଧା, ସୋଭାଗିରି ମିର୍ଦ୍ଧା, ମଙ୍ଗଳୁ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ବଜାରରେ ତେଲ ନିଆଁ: ୯୫ ଦେଶରେ ମହଙ୍ଗା ହେଲା ପେଟ୍ରୋଲ, ଭାରତରେ…

ନୂଆଦିଲ୍ଲୀ/ୱାଶିଂଟନ,୧୮।୩: ୨୦୨୬ ଫେବୃଆରୀ ଶେଷ ଭାଗରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ବିଶ୍ୱ ଶକ୍ତି ବଜାର (Global Energy Market) ରେ…

ମା’ ସମଲେଶ୍ୱରୀଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ: ସମ୍ପନ୍ନ ହେଲା ପାରମ୍ପରିକ ‘ଖଣ୍ଡାଧୁଆ’ ନୀତି

ବରଗଡ଼, ୧୮/୩ (ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ପବିତ୍ର ଚୈତ୍ର ନବରାତ୍ର ବା ବାସନ୍ତୀକ ନବରାତ୍ର ପୂଜା ପାଇଁ ଶୁଭାରମ୍ଭ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋଟଗଡ଼ରେ ବାଘ ଆତଙ୍କ: ଲଗାଗଲା ସ୍ବତନ୍ତ୍ର କ୍ୟାମେରା, ଗର୍ଜନରେ ଅଞ୍ଚଳବାସୀ ଭୟଭୀତ

ବାଲିଗୁଡା, ୧୮।୩ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକରେ ବାଘର ଗର୍ଜନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ଖେଳିଯାଇଛି।…

କୋକସରାରେ କାଳବୈଶାଖୀର ତାଣ୍ଡବ: କୁଆପଥର ମାଡ଼ରେ ଉଜୁଡ଼ିଗଲା ଚାଷ, ଭାଙ୍ଗିଲା ଘର

କୋକସରା, ୧୮।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ଅଞ୍ଚଳରେ ଗତକାଲି ଅପରାହ୍ନରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ସାଙ୍ଗକୁ…

ଗାଇଗୁହାଳ ଛକ ନିକଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌ ଚାଳକଙ୍କୁ ପିଟିଦେଲା ହାଇଓ୍ବା, କାନ୍ଦବୋବାଳିରେ ଫାଟୁଛି…

ଦିଗପହଣ୍ଡି,୧୮।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗାଇଗୁହାଳ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ବାଲି…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

୫ ଦିନ ଯାଏ ଯୁଦ୍ଧ କରିବେନି ପାକିସ୍ତାନ-ଆଫଗାନିସ୍ତାନ, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉଭୟ ଦେଶ ଏକ ଅସ୍ଥାୟୀ ଯୁଦ୍ଧବିରତି ଘୋଷଣା କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri