ଆଦିବାସୀଙ୍କ ଜୀବନରେଖା ‘ଦଣ୍ଡାଧର’

କାମାକ୍ଷାନଗର, (ସୁଧୀର କୁମାର ପରିଡ଼ା) ୩।୯: ବର୍ଷା ହେଲେ ପାହାଡ଼ିଆ ପାଣି ସ୍ରୋତ ଭସାଇ ନେଉଥିଲା ଚାଷ। ବର୍ଷା ନ ହେଲେ ଉଜୁଡ଼ି ଯାଉଥିଲା ଫସଲ। ତଳି ରୋଇବାଠୁ ଫସଲ ଅମଳ ଯାଏ ଲାଗି ରହୁଥିଲା ଚିନ୍ତା। ହାଡ଼ଭଙ୍ଗା ପରିଶ୍ରମ ସତ୍ତ୍ୱେ ପାଣିକୁ ଅନାଇ ଆଶାଆଶଙ୍କାରେ ରହୁଥିଲେ ଚାଷୀ। ହେଲେ ରାମିଆଳ ନଦୀରେ ଡ୍ୟାମ୍‌ ନିର୍ମାଣ ପରେ ବିକାଶର ନୂଆ ଚିତ୍ର ଦେଖୁଛି ଆଦିବାସୀ ଇଲାକା। ହଜାର ହଜାର ଏକର ଜମିକୁ ହେଉଛି ଜଳସେଚନ। ପାହାଡ଼ ତଳି ଅଞ୍ଚଳରେ ହସୁଛି ସବୁଜ ଖେତ। ଏସବୁ ସମ୍ଭବ ହୋଇପାରିଛି ଦଣ୍ଡାଧର ଡ୍ୟାମ୍‌ ପାଇଁ। ଏହି ଜଳଭଣ୍ଡାର କଙ୍କଡ଼ାହାଡ଼ ବ୍ଲକର ଆଦିବାସୀଙ୍କ ଜୀବନ ଧାରା ପାଲଟିଥିବାବେଳେ ଢେଙ୍କାନାଳ ଜିଲା ପାଇଁ ସୃଷ୍ଟି ହୋଇଛି ପର୍ଯ୍ୟଟନର ନୂଆ ସମ୍ଭାବନା।
କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ବୁଢ଼ୀବିଲ ଗ୍ରାମ ନିକଟ ରାମିଆଳ ନଦୀରେ ଅବସ୍ଥିତ ଦଣ୍ଡାଧର ଡ୍ୟାମ। ଘଞ୍ଚ ପାହାଡ଼ ଘେରା ଅଞ୍ଚଳରେ ଜଳଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶିର ମନୋରମ ଦୃଶ୍ୟ ଯେତିକି ଆକର୍ଷଣୀୟ, ସେତିକି ଉପାଦେୟ ଏହାର ସଂରକ୍ଷିତ ଜଳ। ପାହାଡ଼ିଆ ଅଞ୍ଚଳରେ ଚାଷୀମାନେ ଜଳଭଣ୍ଡାର ପାଣିକୁ ବ୍ୟବହାର କରି ବର୍ଷକର ଖାଦ୍ୟ ଯୋଗାଡ଼ କରିପାରୁଛନ୍ତି, ଯାହା ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରିଛି। ଢେଙ୍କାନାଳ ଜିଲାର ପଛୁଆ ଅଞ୍ଚଳରେ କୃଷିକ୍ଷେତ୍ର ଉନ୍ନତିର ସ୍ବପ୍ନ ଦେଖିଥିଲେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀ। ତାଙ୍କ ଉଦ୍ୟମରେ ଏକକାଳୀନ କଙ୍କଡ଼ାହାଡ଼ର ଦଣ୍ଡାଧର ଏବଂ ପରଜଙ୍ଗର ଦଦରାଘାଟିରେ ଦୁଇଟି ନଦୀବନ୍ଧର ପରିକଳ୍ପନା କରାଯାଇଥିଲା। ୧୯୭୫ରେ ସମାନ୍ତରାଳ ଭାବେ ଉଭୟ ନଦୀବନ୍ଧ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୂର୍ବରେ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲ ସହ ବିସ୍ତୀର୍ଣ୍ଣ ପର୍ବତମାଳା, ପଶ୍ଚିମରେ କେରଜୋଳି ରାଜସ୍ବ ବିଭାଗର ଜଙ୍ଗଲ ଦେଇ ଯାଇଥିବା ରାମିଆଳ ନଦୀକୁ ବନ୍ଧାଯାଇ ୪୨୪ ମିଟର ଲମ୍ବ ବିଶିଷ୍ଟ ଦଣ୍ଡାଧର ଡ୍ୟାମ୍‌ ନିର୍ମାଣ କରାଯାଇଥିଲା। ଡ୍ୟାମ୍‌ ପାଇଁ କେନ୍ଦୁଝର ଜିଲାର ରେକୁଟି ନୂଆଗଁା, ବିରିପାଳ, କାଳିଆହତା, କାଉବସା ଆଦି ଗ୍ରାମବାସୀ ବିସ୍ଥାପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେକ ପରିବାରକୁ କଙ୍କଡ଼ାହାଡ଼ର କଣ୍ଟାପାଳଠାରେ ୪ କଲୋନୀରେ ଏବଂ ୮୧୩ ପରିବାରକୁ ଦଦରାଘାଟି ନିକଟ ୫ କଲୋନୀରେ ଥଇଥାନ କରାଯାଇଥିଲା। ୧୯୮୩ରେ ପୂର୍ଣ୍ଣାଙ୍ଗ ରୂପ ନେଇଥିଲା ଦଣ୍ଡାଧର ଡ୍ୟାମ।
୩୨୮ ବର୍ଗକିମି ଅଞ୍ଚଳରେ ପରିବ୍ୟାପ୍ତ ଦଣ୍ଡାଧର ଡ୍ୟାମର ଜଳଧାରଣ କ୍ଷମତା ୮୬୦୦ ଘନ ମିଟର। ଏହାର ଗଭୀରତା ୧୧୦.୬୪ ମିଟର। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ୪ଟି ଗେଟ୍‌ ରହିଛି। ଏଠାରୁ ବାହାରିଥିବା ବାମ ଏବଂ ଦକ୍ଷିଣ କେନାଲ ମାଧ୍ୟମରେ ଜମିକୁ ଜଳଯୋଗାଣ ହୋଇଥାଏ। ମୁଖ୍ୟ ବାମ କେନାଲ ୨୨ କିମି ହୋଇଥିବାବେଳେ ମୁଖ୍ୟ ଦକ୍ଷିଣ କେନାଲର ଦୈର୍ଘ୍ୟ ୯.୬ କିମି। ଏଥିରୁ ଅନେକ ଶାଖା, ପ୍ରଶାଖା ଏବଂ ନାଳି କେନାଲ ବାହାରିଛି, ଯାହା ସହାୟତାରେ କେନାଲ ଦୂରବର୍ତ୍ତୀ ଜମିକୁ ପାଣି ଯୋଗାଣ ହେଉଛି। ଉଭୟ କେନାଲ ମାଧ୍ୟମରେ ଖରିଫ ଋତୁରେ ୬,୧୨୮ ଓ ରବି ଋତୁରେ ୩,୨୦୦ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରୁଛି। ବାମକେନାଲ ଦ୍ୱାରା କଙ୍କଡ଼ାହାଡ଼ ବ୍ଲକର କରଗୋଳା, କଙ୍କଡ଼ାହାଡ଼, ବାଲିକୁମା, ମରୁଆବିଲ, ରାଇବୋଲ, ବୀରାଶାଳ, ମକୁଆକାଟେଣୀ, ବାଟଗଁା, କାମାକ୍ଷାନଗର ବ୍ଲକର କାନପୁରା ଏବଂ ଦକ୍ଷିଣ କେନାଲ ଦ୍ବାରା କଙ୍କଡ଼ାହାଡ଼ ବ୍ଲକର କଣ୍ଟାପାଳ, କନ୍ଧରା ଆଦି ପଞ୍ଚାୟତର ଚାଷ ଜମିକୁ ଜଳଯୋଗାଣ କରିବାକୁ ଯୋଜନା ରହିଛି। ହେଲେ ବୈଷୟିକ ତ୍ରୁଟି ଏବଂ ଦିନକୁ ଦିନ ଡ୍ୟାମର ଜଳଧାରଣା କ୍ଷମତା କମିଯାଉଥିବାରୁ ତଳିଆ ଅଞ୍ଚଳକୁ ପାଣି ପହଞ୍ଚତ୍ ପାରୁନାହିଁ। ଡ୍ୟାମ ପୁନରୁଦ୍ଧାର ଏବଂ କେନାଲର ରକ୍ଷଣାବେକ୍ଷଣ କରାଗଲେ ଅଧିକ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ଆଦିବାସୀ ଅଞ୍ଚଳର ଜୀବନରେଖା
କଙ୍କଡାହାଡ଼ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀଙ୍କ ପାଇଁ ଦଣ୍ଡାଧର ଡ୍ୟାମ ଜୀବନରେଖା ସଦୃଶ। ଡ୍ୟାମ ଜଳ ପାଇଁ ଚାଷୀମାନେ ବର୍ଷତମାମ ବିଭିନ୍ନ ଫସଲ କରିପାରୁଛନ୍ତି। ପିକ୍‌ନିକ୍‌ ଋତୁରେ ଏଠାକୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେଉଛି। ଡ୍ୟାମ ପାରିପାର୍ଶ୍ୱିକ ଅଞ୍ଚଳକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯାଇପାରିଲେ ଆଦିବାସୀ ଅଞ୍ଚଳର ଆହୁରି ବିକାଶ ହୋଇପାରନ୍ତା।
– ଇଂ. ରାଜେଶ ଦେହୁରୀ, ବୁଦ୍ଧିଜୀବୀ

ଯତ୍ନବାନ ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ହେବ
ପୂର୍ବଜଙ୍କ ତ୍ୟାଗର ଫଳ ହେଉଛି ଦଣ୍ଡାଧାର ଡ୍ୟାମ। ଡ୍ୟାମ ନିର୍ମାଣକୁ ୪୫ବର୍ଷ ବିତିଯାଇଥିଲେ ମଧ୍ୟ ବିସ୍ଥାପିତ କଲୋନୀର ଦୁର୍ଦ୍ଦଶା ସରିନି। ଅନେକଙ୍କୁ ଏ ଯାଏ ଜମିପଟ୍ଟା ମିଳିପାରିନି। ସେଚ ପାଇଁ ନିର୍ମିତ କେନାଲ ବିସ୍ଥାପିତଙ୍କ କାମରେ ଆସୁନି। ଏ ସବୁ ପ୍ରତି ଯତ୍ନବାନ ହେଲେ ବିସ୍ଥାପିତଙ୍କ ଦୁଃଖ ଦୂର ହୋଇପାରନ୍ତା।
– ବଳଭଦ୍ର ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ

ପୁନରୁଦ୍ଧାର ହେଲେ ଅଧିକ ସୁଫଳ ମିଳନ୍ତା
ଦଣ୍ଡାଧର ଡ୍ୟାମ ଧୀରେ ଧୀରେ ପୋତି ହୋଇପଡୁଛି। ଏହାର ଜଳଧାରଣ କ୍ଷମତା କମିଯାଉଛି। ତଳିଆ ଅଞ୍ଚଳକୁ ପାଣି ପହଞ୍ଚତ୍ ପାରୁନାହିଁ। ଡ୍ୟାମକୁ ଗଭୀର କରାଗଲେ ଚାଷୀଙ୍କୁ ସୁଫଳ ମିଳନ୍ତା। ପର୍ଯ୍ୟଟନର ବିକାଶ ଲାଗି ମଧ୍ୟ ଏଠାରେ ଭିତ୍ତିଭୂମି ରହିଛି। ଏହାର ବିକାଶ କରାଗଲେ ଦଣ୍ଡାଧର ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରନ୍ତା।
– ଶରତ ଚନ୍ଦ୍ର ସାହୁ, ସହକାରୀ ଯନ୍ତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

୨୦ଟଙ୍କା ଲାଞ୍ଚ ପାଇଁ ୩୦ ବର୍ଷର ଆଇନଗତ ଲଢ଼େଇ

ନୂଆଦିଲ୍ଲୀ, ୨୦।୮: ମାତ୍ର ୨୦ଟଙ୍କା ଲାଞ୍ଚ ମାମଲାରେ ୩ ଦଶନ୍ଧି ଧରି ଚାଳିଥିବା ଆଇନଗତ ଲଢ଼େଇର ଅନ୍ତ ଘଟିଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଉଜ୍ଜଳ ଭୂୟାଁ ଏବଂ…

୨୮ରେ ରାଜ୍ୟ କ୍ୟାବିନେଟ୍‌: ୭ ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୦।୮(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri