ଆଦିବାସୀଙ୍କୁ ତାଳସଜ ଦେଉଛି ରୋଜଗାର

ମାଲକାନଗିରି,୨୫।୪ (ଡି.ଏନ.ଏ.): ଖରାଦିନେ ଥଣ୍ଡା ପାନୀୟର ରହିଛି ଅନେକ ଚାହିଦା। ପ୍ରଚଣ୍ଡ ଗ୍ରୀଷ୍ମତାପରୁ ଟିକେ ଆଶ୍ୱସ୍ଥ ପାଇବା ଲାଗି ଲୋକେ ପଇଡ, ବିଭିନ୍ନ କମ୍ପାନୀର ଥଣ୍ଡା ପାନୀୟକୁ ଆଦରି ନେଇଥାନ୍ତି। ମାତ୍ର ଖରାଦିନେ ମିଳୁଥିବା ତାଳସଜ ଗ୍ରୀଷ୍ମତାପରୁ ଶରୀରକୁ ଆଶ୍ୱସ୍ଥି ଦେଇ କିଛି ସମୟ ପାଇଁ ସତେଜ କରିଦିଏ। ମାଲକାନଗିରି ଜିଲାରେ ମଧ୍ୟ ଏପରି ଦେଖିବାକୁ ମିଳୁଛି। ଏହି ଜିଲା ଏକ ଆଦିବାସୀ ବହୁଳ ଜିଲା ହୋଇଥିବା ବେଳେ ଏଠାକାର ଆଦିବାସୀଙ୍କ ମୁଖ୍ୟ ରୋଜଗାର ହେଉଛି ଜଙ୍ଗଲ ଜାତ ଦ୍ରବ୍ୟ ଓ ଚାଷ। ବର୍ଷ ସାରା ଜଙ୍ଗଲଜାତ ଦ୍ରବ୍ୟ ଆମ୍ବ, ପଣସ, ସପୁରି, ମକା , କାକୁଡି, ଟୋଲ, କେନ୍ଦୁପତ୍ର, ମହୁଲ ଆଦି ସଂଗ୍ରହ କରି ହାଟ ବଜାରରେ ବିକ୍ରୟ କରି ସେମାନେ ଚଳିଥାନ୍ତି। ବର୍ତ୍ତମାନ ଖରା ଦିନେ ତାଳସଜ ବିକ୍ରି କରି ସେମାନେ ରୋଜଗାରକ୍ଷମ ହୋଇପାରୁଛନ୍ତି। ବିଭିନ୍ନ ସ୍ଥାନରୁ ତାଳ ତୋଳି ଆଦିବାସୀ ଯୁବକମାନେ ମାଲକାନଗିରିର ବିଭିନ୍ନ ହାଟ ଓ ବଜାରକୁ ଆଣି ବିକ୍ରୟ କରୁଛନ୍ତି। ତାଳ କ୍ରୟ ପାଇଁ ସେମାନଙ୍କ ନିକଟରେ ଲୋକଙ୍କ ଭିଡ ଜମୁଥିବା ପରିଲକ୍ଷିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨(ଦୁର୍ଯ୍ୟୋଧନ ପାତ୍ର): ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ...

ଭୁଶୁଡ଼ୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି,୨୩/୧୨(ଦୁଯ୍ୟୋଧନ ପାତ୍ର): ହିଂସା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଲେ ମାଓବାଦୀ । ମାଲକାନଗିରିରେ ଆତ୍ମସମର୍ପଣ କଲେ ୨୨ ଜଣ ମାଓବାଦୀ । ପୋଲିସ ମହାନିର୍ଦ୍ଦେଶକଙ୍କ...

ସୀମାନ୍ତରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୩ ମାଓବାଦୀ ସଫା

ମାଲକାନଗିରି,୧୮।୧୩(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ସୀମାନ୍ତ ଛତିଶଗଡ ସୁକୁମା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ତିନିଜଣ ମାଓବାଦୀ ନିହତ ହୋଇଛନ୍ତିା ସୂଚନା...

ଶାନ୍ତ ପଡ଼ିଲା ମାଲକାନଗିରିରି: ସ୍ବାଭାବିକ ହେଲା ଇଣ୍ଟରନେଟ ସେବା

ମାଲକାନଗିରି,୧୫।୧୨(ଦୁଯ୍ୟୋଧନ ପାତ୍ର): ଶାନ୍ତ ପଡ଼ିଲା ମାଲକାନଗିରିରି। ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ହିଂସାର ୮ ଦିନ ପରେ ସ୍ବାଭାବିକ ହେଲା ଇଣ୍ଟରନେଟ ସେବା। ଗତ ସୋମବାର...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ମାଲକାନଗିରିରେ ସରିଲା ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ: କହିଲେ…

ମାଲକାନଗିରି,୧୧।୧୨: ମାଲକାନଗିରିରେ ସରିଲା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ବୈଠକ। ପର୍ଯ୍ୟାୟ କ୍ରମେ ଦୁଇ ଗୋଷ୍ଠୀଙ୍କ ସହ କେଭି ସିଂହଦେଓଙ୍କ ଆଲୋଚନା କରିଛନ୍ତି। ଜିଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ...

ପୁଣି ବଢ଼ିଲା ଇଣ୍ଟରନେଟ କଟକଣା: ପହଞ୍ଚିଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି,୧୧।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ କଟକଣା। ଏମ୍‌ଭି-୨୬ ଓ ରାଖେଲଗୁଡ଼ା ଗାଁ ମଧ୍ୟରେ ବିବାଦକୁ ନେଇ କଟକଣା ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri