Posted inଗଜପତି

ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬।୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଆର୍ଥିକ ଅନଟନ ଯୋଗୁ ଦୁର୍ଗମ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ଗଜପତିର ଆଦିବାସୀ। ଫଗୁଣ ଆରମ୍ଭରୁ ଫୁଟିବା ଆରମ୍ଭ ହୁଏ ମହୁଲ ଫୁଲ। ଆଉ ଚୈତ୍ର ଯାଇ ବୈଶାଖ ମାସର ପ୍ରାୟ ଶେଷପର୍ଯ୍ୟନ୍ତ ଗଛରୁ ଝଡ଼ିଥାଏ ଏହି ଫୁଲ। ତେଣୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ମହୁଲ ଫୁଲ ବିକ୍ରି କରି ରୋଜଗାର ଆଶାରେ ନିଜର କୋମଳମତି ଶିଶୁମାନଙ୍କୁ ଘର ବାରଣ୍ଡାରେ ଶୁଆଇଦେଇ ରାତି ପାହିଲେ ପିଲାଠାରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତେ ମହୁଲ ଫୁଲ ସଂଗ୍ରହ ପାଇଁ ପହଞ୍ଚି ଯାଆନ୍ତି ଗଛମୂଳରେ। ଆଉ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି ମହୁଲ ଫୁଲ। ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ କଙ୍କଡ଼ାଗୁଡା, ଲୁବୁସିଂ, ମୋହନା ବ୍ଲକ୍‌ର ବିରିକୋଟ, ଅଡ଼ବା, ନୂଆଗଡ଼ ବ୍ଲକର ଶରଳାପଦର, ପରିମଳ, ଅନୁଗୁର, କିରାମା, ପୁଟରୁପଡା, ବେତାରସିଂ ଭଳି ଦୁର୍ଗମ ଅଞ୍ଚଳରେ ଏହି ଆଦିବାସୀମାନେ ବସବାସ କରୁଛନ୍ତି। ସେମାନେ ଜଣେ ଜଣେ ଗୋଟିଏ ଗୋଟିଏ ଗଛରୁ ଦିନକୁ ପ୍ରାୟ ୨ରୁ ୩ କେଜି ମହୁଲ ଫୁଲ ସଂଗ୍ରହ କରି କୁଇଣ୍ଟାଲ କୁଇଣ୍ଟାଲ ଗଚ୍ଛିତ କରିବାରେ ସକ୍ଷମ ହୋଇଥାନ୍ତି। କିଛି ଛାତ୍ରୀଛାତ୍ର ସ୍କୁଲରେ ପଢୁଥିବା ବେଳେ ଅନେକ କୋମଳମତି ଛାତ୍ର ମହୁଲ ଫୁଲ ସଂଗ୍ରହ କରି ବୋହିନେଇ ଆସୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିକ୍ରି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ସ୍ଥାନୀୟ ସାଉକାରଙ୍କୁ ବିକ୍ରିକରି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ପାଇଁ ଚୁଆ ଖୋଳିଲେ ଗାଁ ଲୋକେ

ପାରଳାଖେମୁଣ୍ଡିି,୨୯ା୪(ଡି.ଏନ.ଏ.): ବସୁଧା ଯୋଜନାରେ ସରକାର ସମସ୍ତଙ୍କୁ ପାଣି ଯୋଗାଇ ଦେବା ବ୍ୟବସ୍ଥା କରିଛନ୍ତି। ହେଲେ ମୋହନା ବ୍ଲକ ପ୍ରଶାସନ ପାନୀୟ ଜଳ ସମସ୍ୟା ଦୂର କରି...

ଗଜପତିରେ ପେଟ୍ରୋଲ ଡିଜେଲ ଅଭାବ

ପାରଳାଖେମୁଣ୍ଡି,୨୩ା୬(ଡି.ଏନ୍‌.ଏ.)- ଗଜପତି ଜିଲାର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଡିଜେଲର ଅଭାବ ପରିଲିକ୍ଷିତ ହେଉଛି। ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହର ବ୍ୟତୀତ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ...

ପର୍ଯ୍ୟଟନ ସ୍ଥଳର ବିକାଶ

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ପରିଚିତ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ଜିଲା। ଏଠାରେ ଅନେକ ଜଳପ୍ରପାତ ସହ...

୨୫ବର୍ଷ ହେଲା ପାଲ ତଳେ ବିତୁଛି ଜୀବନ

ପାରଳାଖେମୁଣ୍ଡି,୧ା୧୧(ଡି.ଏନ୍‌.ଏ.): ଗରିବଙ୍କୁ ବାସଗୃହ ଯୋଗାଇବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନା କରିଛନ୍ତି।...

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପାରଳାଖେମୁଣ୍ଡିରେ ପହଞ୍ଚିଲା କ୍ରଇମବ୍ରାଞ୍ଚ ଟିମ୍‌

ପାରଳାଖେମୁଣ୍ଡି,୧୪।୮(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର କ୍ରଇମବ୍ରାଞ୍ଚ ହାତକୁ ନେଇଛି। ଏ ନେଇ...

ମାଟି ମୂର୍ତ୍ତିର କମିଛି, ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତିର ବଢ଼ିଛି ଚାହିଦା

ପାରଳାଖେମୁଣ୍ଡି,୨୫ା୮ (ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କଞ୍ଚା ମାଟିରେ ତିଆରି ମୂର୍ତ୍ତୀ ବ୍ୟବସାୟ କ୍ରମଶଃ କମୁଥିବାବେଳେ ପ୍ଲାଷ୍ଟର ପ୍ୟାରିସ ମୂର୍ତ୍ତି ଚାହିଦା...

ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ଅଭିଯୁକ୍ତ ସରପଞ୍ଚଙ୍କ ସ୍ବାମୀ ଫେରାର

ଆର.ଉଦୟଗିରି,୧୩।୧୧(ଡି.ଏନ.ଏ.): ଗଜପତି ଜିଲା ଅଡବା ଥାନା ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏବଂ ପରେ ନାବାଳିକା ଜଣକ ଗର୍ଭବତୀ...

ଘାଟିରେ ଓଲଟିଲା ଅଟୋ, ଜଣେ ଶ୍ରମିକଙ୍କ ଜୀବନ ଗଲା; ୧୨ ଗୁରୁତର

ପାରଳାଖେମୁଣ୍ଡି,୧୬ା୬(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ଼ ଥାନା ଅଧିନସ୍ଥ ରାଶିବାଡ଼ ଘାଟିରେ ଏକ ଡାଲା ଅଟୋ ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ...

Advertisement
Archives

Model This Week