Posted inଗଜପତି

ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬।୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଆର୍ଥିକ ଅନଟନ ଯୋଗୁ ଦୁର୍ଗମ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ଗଜପତିର ଆଦିବାସୀ। ଫଗୁଣ ଆରମ୍ଭରୁ ଫୁଟିବା ଆରମ୍ଭ ହୁଏ ମହୁଲ ଫୁଲ। ଆଉ ଚୈତ୍ର ଯାଇ ବୈଶାଖ ମାସର ପ୍ରାୟ ଶେଷପର୍ଯ୍ୟନ୍ତ ଗଛରୁ ଝଡ଼ିଥାଏ ଏହି ଫୁଲ। ତେଣୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ମହୁଲ ଫୁଲ ବିକ୍ରି କରି ରୋଜଗାର ଆଶାରେ ନିଜର କୋମଳମତି ଶିଶୁମାନଙ୍କୁ ଘର ବାରଣ୍ଡାରେ ଶୁଆଇଦେଇ ରାତି ପାହିଲେ ପିଲାଠାରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତେ ମହୁଲ ଫୁଲ ସଂଗ୍ରହ ପାଇଁ ପହଞ୍ଚି ଯାଆନ୍ତି ଗଛମୂଳରେ। ଆଉ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି ମହୁଲ ଫୁଲ। ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ କଙ୍କଡ଼ାଗୁଡା, ଲୁବୁସିଂ, ମୋହନା ବ୍ଲକ୍‌ର ବିରିକୋଟ, ଅଡ଼ବା, ନୂଆଗଡ଼ ବ୍ଲକର ଶରଳାପଦର, ପରିମଳ, ଅନୁଗୁର, କିରାମା, ପୁଟରୁପଡା, ବେତାରସିଂ ଭଳି ଦୁର୍ଗମ ଅଞ୍ଚଳରେ ଏହି ଆଦିବାସୀମାନେ ବସବାସ କରୁଛନ୍ତି। ସେମାନେ ଜଣେ ଜଣେ ଗୋଟିଏ ଗୋଟିଏ ଗଛରୁ ଦିନକୁ ପ୍ରାୟ ୨ରୁ ୩ କେଜି ମହୁଲ ଫୁଲ ସଂଗ୍ରହ କରି କୁଇଣ୍ଟାଲ କୁଇଣ୍ଟାଲ ଗଚ୍ଛିତ କରିବାରେ ସକ୍ଷମ ହୋଇଥାନ୍ତି। କିଛି ଛାତ୍ରୀଛାତ୍ର ସ୍କୁଲରେ ପଢୁଥିବା ବେଳେ ଅନେକ କୋମଳମତି ଛାତ୍ର ମହୁଲ ଫୁଲ ସଂଗ୍ରହ କରି ବୋହିନେଇ ଆସୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିକ୍ରି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ସ୍ଥାନୀୟ ସାଉକାରଙ୍କୁ ବିକ୍ରିକରି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରେ କାମ କରୁଥିବାବେଳେ ହେଲା ବଜ୍ରପାତ, ଟଳିପଡ଼ିଲେ ଚାଷୀ

ଗଜପତି,୪ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ରମ୍ପା ପଞ୍ଚୟତ ଆମ୍ବାଜେରି ଗ୍ରାମରେ ବଜ୍ରପାତରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ଚାଷୀ ଜଣକ ହେଲେ ନାରାୟଣ…

ଅକାମୀ ହୋଇପଡ଼ିଛି ବିଦ୍ୟୁତ ଟ୍ରାନ୍ସଫର୍ମର: ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

ଆର. ଉଦୟଗିରି,୪।୬(ମନୋଜ କୁମାର ପାଢୀ):ଅକାମୀ ହୋଇଛି ବିଦ୍ୟୁତ ଟ୍ରାନ୍ସଫର୍ମର। ୧୫ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗଜପତି ଜିଲା…

ଦ୍ରୁତ ଗତିରେ ଯାଉଥିଲା କାର, ସନ୍ଦେହରେ ମାଡ଼ିବସିଲା ପୋଲିସ: ମାଡିବସିଲା ୨୦ ଲକ୍ଷ ଟଙ୍କାର ଗଞ୍ଜେଇ…

ମୋହନା, ୨।୬(ମନ୍ମଥ ମିଶ୍ର): ଅଡବା ପୋଲିସକୁ ବଡ଼ ସଫଳତା । ସୋମବାର ଅଡବାରୁ ରାଇପଙ୍କାକୁ ପେଟ୍ରୋଲିଂ କରୁଥିବା ସମୟରେ ରାଇପଙ୍କା ଗାଁ ନିକଟରେ ଏକ ଦାମୀ କାର…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା: କେଭିନ୍ ଭିତରେ ଛାତରୁ ଖସିଲା ସିଲିଂ, ମହିଳା ରୋଗୀ

ପାରଳାଖେମୁଣ୍ଡି, ୩୦।୫ (ଗିରିଧାରୀ ପରିଛା): ଗଜପତି  ଜିଲା  ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ମେଡିକାଲକୁ ଚିକିତ୍ସା…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri