ଜଳୁଛି ଲକ୍ଷ୍ମୀପୁର… ଆଦିବାସୀ ଯୁବକଙ୍କୁ ଛୁରାମାଡ଼ ଘଟଣା, ଗିରଫ ଦାବିରେ ଦୋକାନ ଭାଙ୍ଗିଲେ ଆଦିବାସୀ

ଲକ୍ଷ୍ମୀପୁର,୭।୬(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଶନିବାର ସନ୍ଧ୍ୟାରେ କୌଣସି ଏକ ଘଟଣାକୁ ନେଇ ବଡ଼ ଶଙ୍ଖା ଗ୍ରାମରେ ଜଣେ ଆଦିବାସୀ ଯୁବକକୁ ଲକ୍ଷ୍ମୀପୁରର ରେଲି ସାହିର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ । ଉକ୍ତ ଯୁବକଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ହେଲେ ଅବସ୍ଥା ଗୁରୁତର ହେବା ଦେଖି ଚିକତ୍ସା କରୁଥିବା ଡାକ୍ତର ତାଙ୍କୁ କୋରାପୁଟ ଜିଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ।
ଫଳରେ ଖବର ପାଇ ବଡ଼ ଶଙ୍ଖା ଗ୍ରାମର ଶତାଧିକ ଲୋକେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀପୁର ଆସି ଆକ୍ରମଣ କରିଥିବା ଯୁବକଙ୍କ ସମ୍ପର୍କୀୟ ଜଣକୁ ଆକ୍ରମଣ କରି ଲକ୍ଷ୍ମୀପୁର ପୁର ଥାନାର ଦ୍ୱାରସ୍ଥ ହୋଇଥିଲେ । ଯୁବକ ଜଣକ ଗୁରୁତର ଥିବାରୁ ଲକ୍ଷ୍ମୀପୁର ପୋଲିସ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ବଡ଼ ଶଙ୍ଖା ଗ୍ରାମବାସୀ ତାଙ୍କ ଗ୍ରାମର ଯୁବକକୁ ନ୍ୟାୟ ନମିଳିଳେ ପରିସ୍ଥିତି ଭୟାବହ ହେବ ବୋଲି କହି ଆଜି ରେଲି ସାହିରେ ପଶି ତୁରନ୍ତ ଆକ୍ରମଣ କାରୀଙ୍କୁ ଗିରଫ ଦାବିରେ ହଜାର ହଜାର ଆଦିବାସୀ  ରେଲି ଲୋକଙ୍କ ଦୋକାନ ଗୃହ ଭଙ୍ଗା ତୁଟା କରି ବଜାର ମଝିରେ ନିଆଁ ଜାଳି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

 

Dharitri – Odisha’s No.1 Odia Daily

Share
Tags: laxmipur nws