Posted inଜାତୀୟ

ମୋଦିଙ୍କୁ ୧୦୦ଟଙ୍କା ପଠାଇଲେ ଆଦିବାସୀ ମହିଳା, ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଓଡ଼ିଶାର ଜଣେ ଆଦିବାସୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ୧୦୦ଟଙ୍କା ପ୍ରଦାନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପାଣ୍ଡା ଏହି ସୂଚନା ଦେଇଛନ୍ତି।

ବୈଜୟନ୍ତ ଜୟ ପାଣ୍ଡା ମଧ୍ୟ ଆଦିବାସୀ ମହିଳାଙ୍କ ସହ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମହିଳାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ସେ ମହିଳାଙ୍କୁ ହାତ ଯୋଡି ଅଭିବାଦନ ମଧ୍ୟ କରୁଛନ୍ତି। ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ଏଥିରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

ବୈଜୟନ୍ତ ଜୟ ପାଣ୍ଡା ଏକ୍ସ ପୋଷ୍ଟରେ ଲେଖିଛନ୍ତି, ଯେତେବେଳେ ମୁଁ ଭାଜପାର ଜାତୀୟ ସଦସ୍ୟତା ଅଭିଯାନର ଏକ ଅଂଶ ଭାବରେ ଓଡ଼ିଶାର ସୁନ୍ଦରଗଡ ଜିଲାରେ ଜଣେ ଆଦିବାସୀ ମହିଳାଙ୍କୁ ଭେଟିଥିଲି, ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋତେ ୧୦୦ଟଙ୍କା ଦେବାକୁ ମହିଳା ଜଣଙ୍କ ଜିଦ ଧରିଥିଲେ।
ସେ ଆହୁରି କହିଛନ୍ତି, ମୋର ମନା ସତ୍ତ୍ୱେ ମହିଳା ଜଣକ ତାଙ୍କଠାରୁ ୧୦୦ଟଙ୍କା ରାଶି ଗ୍ରହଣ ନକରିବା ପର୍ଯ୍ୟନ୍ତ ସେ ତାଙ୍କ କଥାରେ ଅଟଳ ରହିଲେ। ଏହା ହେଉଛି ସେହି ପରିବର୍ତ୍ତନର ପ୍ରତିଫଳନ ଯାହା ଓଡ଼ିଶା ଓ ଭାରତ ଅନୁଭବ କରୁଛି।
ଆଦିବାସୀ ମହିଳାଙ୍କ ଦ୍ୱାରା ପଠାଯାଇଥିବା ୧୦୦ଟଙ୍କା ଉପହାର ଉପରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବୈଜୟନ୍ତଙ୍କ ସମାନ ପୋଷ୍ଟକୁ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ମୁଁ ଏହି ସ୍ନେହରେ ଅତ୍ୟଧିକ ଅଭିଭୂତ। ମୋତେ ସବୁବେଳେ ଆଶୀର୍ବାଦ ଦେଇଥିବାରୁ ମୁଁ ନାରୀ ଶକ୍ତକୁ ପ୍ରଣାମ କରୁଛି। ତାଙ୍କର ଆଶୀର୍ବାଦ ମୋତେ ଏକ ବିକଶିତ ଭାରତ ନିର୍ମାଣ ପାଇଁ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରୁ ମହିଳାଙ୍କ ମୃତଦେହ ଜବତ, ବିଷକ୍ରିୟା ସନ୍ଦେହ…

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଗୁରୁବାର ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମର ପ୍ରହଲ୍ଲାଦ ସେଠୀଙ୍କ ସ୍ତ୍ରୀ ସାବିତ୍ରୀ ସେଠୀ(୪୫)ଙ୍କ ମୃତଦେହ ବ୍ରହ୍ମପୁର ବଡ଼…

ବର୍ଷା, ପବନରେ ଭୁଶୁଡ଼ିଲା ପୂଜା ପେଣ୍ଡାଲ

ରାଉରକେଲା,୧୭।୯: ସୁନ୍ଦରଗଡ଼ ଜିଲା ରାଉରକେଲା ସହରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ବର୍ଷା, ପବନରେ ଏକ ପୂଜା ପେଣ୍ଡାଲ ଭୁଶୁଡ଼ି ପଡିଛି। ସିଭିଲ ଟାଉନ୍‌ସିପ ଅଞ୍ଚଳରେ ଥିବା ଏକ…

ଜନ୍ମଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏମିତି ଲେଖିଲେ ଜର୍ଜିଆ ମେଲୋନି, ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ/ରୋମ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ତଥା ବିଶ୍ୱର ବିଭିନ୍ନ ସ୍ଥାନରୁ ଜନ୍ମଦିନର ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ…

ଧାନ କ୍ଷେତରେ ବଜ୍ରପାତ; ଚାଲିଗଲା ନଣନ୍ଦ-ଭାଉଜଙ୍କ ଜୀବନ, ସୋହେଲାରେ ଶୋକର ଛାୟା

ସୋହେଲା,୧୭।୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ କୁସୁର୍ଡା ଗ୍ରାମରେ ଗୁରୁବାର ଅଭାବନୀୟ ଘଟଣା ଘଟିଯାଇଛି । ବଜ୍ରପାତରେ ୨ମହିଳାଙ୍କ ମୃତ୍ୟୁ ହୋଇଛି । ମୃତକମାନେ…

ଜୟ ଶାହାଙ୍କ ଟିମ୍‌ରେ ମିଳିଲା ବଡ଼ ଦାୟିତ୍ୱ, ICCରେ ଇତିହାସ ରଚିଲେ…

ନୂଆଦିଲ୍ଲୀ,୧୭ା୯: ଜିମ୍ବାୱେ କ୍ରିକେଟକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ୍‌ (ICC) ତୱେଙ୍ଗୱା ମୁକୁହଲାନିଙ୍କୁ ଡେପୁଟି ଚେୟାରମ୍ୟାନ୍‌ ଭାବେ ନିଯୁକ୍ତ କରିଛି…

ପଦକ ଜିତିବାର ଉତ୍ସାହଜନକ ଖବରଠାରୁ ପ୍ରଧାନମନ୍ତ୍ରୀଙ୍କ ଫୋନ କଲ ପର୍ଯ୍ୟନ୍ତ… ମୋଦି ସାଜିଥିଲେ ଖେଳାଳିମାନଙ୍କର ସବୁଠାରୁ ବଡ଼ ‘Cheerleader’

ନୂଆଦିଲ୍ଲୀ,୧୭।୯: ୧୯୫୦ ମସିହା ସେପ୍ଟେମ୍ବର ୧୭ରେ ଜନ୍ମିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷ ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ବ୍ୟକ୍ତିଗତ ସମ୍ପର୍କ…

ଗୁଣିଗାରେଡି ସନ୍ଦେହରେ ବାପପୁଅଙ୍କୁ ହତ୍ୟା ମାମଲା, ୧୨ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପାରଳାଖେମୁଣ୍ଡି,୧୭ା୯(ଗିରିଧାରୀ ପରିଛା): ଗୁଣିଗାରେଡି ସନ୍ଦେହରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ପାରଳାଖେମୁଣ୍ଡି ଏଡିଜେ କୋର୍ଟ ୧୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି । ୨୦୨୧ ମସିହାରେ ଅଡବା…

ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର? ଜାଣନ୍ତୁ କାହିଁକି ହେଉଛି ଏମିତି ଚର୍ଚ୍ଚା

ପାଟନା,୧୭।୯: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଜଡ଼ିତ ମେଣ୍ଟ ପରିବର୍ତ୍ତନର ସମ୍ଭାବନାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର୍‌ ଧରିଛି। ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?