ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍‌

ପ୍ରେମାନନ୍ଦ ଖମାରୀ
ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଆଞ୍ଚଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତଥାପି ଜାତିଭିତ୍ତିକ ଭୋଟ୍‌ ଉପରେ ୩ ପ୍ରମୁଖ ଦଳ କଂଗ୍ରେସ, ଭାଜପା ଓ ବିଜେଡିର ନଜର ରହିଛି। ଏହି ଦୃଷ୍ଟିକୋଣରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଥିବା ଆଦିବାସୀ (ଅନୁସୂଚିତ ଜନଜାତି) ଭୋଟର ସବୁବେଳେ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ଏହି ବର୍ଗର ଭୋଟରଙ୍କ ପ୍ରତି ସବୁଦଳର ନଜର ରହିଛି। ଆଦିବାସୀ ବର୍ଗର ଭୋଟରଙ୍କୁ କିଭଳି ନିଜ ସପକ୍ଷକୁ ନେବେ, ସେଥିପାଇଁ ସବୁଦଳ ମଧ୍ୟରେ ଅଙ୍କକଷା ଆରମ୍ଭ ହୋଇଛି। ପ୍ରଚାରରେ ମଧ୍ୟ ଏଭଳି ପ୍ରୟାସ ଦେଖିବାକୁ ମିଳିଛି ।
ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡ଼ାସମ୍ବର, ପାଇକମାଳ ଏବଂ ଝାରବନ୍ଧ ବ୍ଲକ ସମେତ ପଦ୍ମପୁର ଏନ୍‌ଏସିକୁ ନେଇ ଗଠିତ। ଏହି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୨୭ହଜାର ୯୬୫ ଜଣ ମହିଳା, ୧ଲକ୍ଷ ୨୯ହଜାର ୪୯୭ ଜଣ ପୁରୁଷ ଏବଂ ୧୨ଜଣ ଅନ୍ୟ ଶ୍ରେଣୀ (ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି। କିନ୍ତୁ ଏମାନଙ୍କ ମଧ୍ୟରୁ ପ୍ରାୟ ୭୧ହଜାର ୩୬୫ ଭୋଟର ଆଦିବାସୀ ବର୍ଗର ଅଟନ୍ତି। ଯାହାକି ନିର୍ବାଚନ ମଣ୍ଡଳୀର ସମୁଦାୟ ଭୋଟରଙ୍କ ୨୭.୮୨ ପ୍ରତିଶତ ଅଟେ। ଏହି ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକ ଅନ୍ତର୍ଗତ ବିଳାସପୁର, ଡଭା, ଭଇଁଷାଦର୍ହା, କନ୍ଦାଡଙ୍ଗର, ଗୋଠୁଗୁଡ଼ା, ଲଉଡ଼ିଦର୍ହା, ପାଇକମାଳ ବ୍ଲକ ଅନ୍ତର୍ଗତ ଜାମସେଠ, ଝାରବନ୍ଧ, ବରତୁଣ୍ଡା, ମାଣ୍ଡୋସିଲ, ଝିଟିକି, ଟେମରୀ, ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ଜମରତଲା, ବୁଡ଼େନ, ଦହିତା, ଖଲିଆପାଲି, କଂସର ଆଦି ଗ୍ରାମରେ ଆଦିବାସୀ ବର୍ଗର ଲୋକେ ଅଧିକ ରହିଛନ୍ତି। ଏମାନଙ୍କ ମଧ୍ୟରେ ହିଁ ସର୍ବାଧିକ କେନ୍ଦୁପତ୍ର ତୋଳାଳି ଅଛନ୍ତି। ଉକ୍ତ ନିର୍ବାଚନ ମଣ୍ଡଳୀରେ ସବୁବର୍ଗର ମତଦାନରୁ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେଉଥିବାବେଳେ ଏଠାରେ ଏହି ବର୍ଗର ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ନେଉଥିବା ଆଲୋଚନା ହେଉଛି।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରମୁଖ ଦଳଗୁଡିକ ୪୦ଜଣ ଲେଖାଏଁ ଷ୍ଟାର ପ୍ରଚାରକ ରଖିଛନ୍ତି। ସବୁଦଳର ତାଲିକାରେ ଅନୁସୂଚିତ ଜନଜାତି (ଆଦିବାସୀ) ବର୍ଗର ଦଳୀୟ ନେତୃବୃନ୍ଦ ମଧ୍ୟ ରହିଛନ୍ତି। ବିଜେଡ଼ିର ଷ୍ଟାର ପ୍ରଚାରକ ତାଲିକାରେ ଏମ୍‌ପି ରମେଶ ଚନ୍ଦ୍ର ମାଝୀ, ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି ରହିଛନ୍ତି । ଅନୁରୂପ ଭାବେ ଭାଜପାର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡ଼ୁ, ଅର୍ଜୁନ ମୁଣ୍ଡା, ଗିରିଧର ଗମାଙ୍ଗ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଭଳି ଅନେକ ନେତା ରହିଥିବାବେଳେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । କଂଗ୍ରେସରେ ଭୁଜବଳ ମାଝି, ସୁଶୀଳା ତିରିଆଙ୍କ ଭଳି ନେତା ପ୍ରଚାରରେ ସାମିଲ ହୋଇଛନ୍ତି । ଦଳର ଆଉ କିଛି ନେତାଙ୍କ ନାମ ଷ୍ଟାର ପ୍ରଚାରକ ତାଲିକାରେ ଥିଲେ ସୁଦ୍ଧା ସେମାନେ ଏପର୍ଯ୍ୟନ୍ତ ପଦ୍ମପୁର ପହଞ୍ଚତ୍ ନ ଥିବା ଜଣାପଡ଼ିଛି।
ତେବେ ବିଗତ ସାଧାରଣ ନିର୍ବାଚନଗୁଡ଼ିକୁ ଅନୁଧ୍ୟାନ କଲେ ଏହି ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟ୍‌କୁ ମଧ୍ୟ ଅଣଦେଖା କରିହେବନାହିଁ। ଏହି ନିର୍ବାଚନ ମଣ୍ଡଳୀରେ ଆଦିବାସୀ ଭୋଟ୍‌ ପୂର୍ବତନ ବିଧାୟକ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ଭୋଟ୍‌ବ୍ୟାଙ୍କ ବୋଲି ମଧ୍ୟ ଚର୍ଚ୍ଚା ହୋଇଥାଏ। ଆଦିବାସୀ ତଥା ବିଞ୍ଝାଲ ଜାତିର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେବା ପରେ ପୂର୍ବତନ ବିଧାହକ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ଟିକେଟ୍‌ ମିଳିବା ଏବଂ ବର୍ଷାଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ଆଦିବାସୀଙ୍କ ଶପଥକୁ ମଧ୍ୟ ଦୃଷ୍ଟାନ୍ତ ଭାବେ ନିଆଯାଇପାରେ। ଅନ୍ୟପଟେ ଆଦିବାସୀ ଭୋଟ୍‌ ହାତେଇବାକୁ ଭାଜପା ମଧ୍ୟ ପୂରାଦମ୍‌ରେ ଲାଗିପଡିଛି। ଗତ ୨୦୧୪ ସାଧାରଣ ନିର୍ବାଚନରେ ଏହି ଆସନରୁ ପ୍ରଦୀପ ପୁରୋହିତ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର ବିଜୟ ରଞ୍ଜନ ସିଂ ବରିହାଙ୍କୁ ୪୫୧୩ ଭୋଟ୍‌ ବ୍ୟବଧାନରେ ହରାଇ ଆସନ ଦଖଲ କରିଥିଲେ। କିନ୍ତୁ ସେତେବେଳେ ଜଣାଶୁଣା ଆଦିବାସୀ ନେତା ଗୋବର୍ଦ୍ଧନ ଭୋଏ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଏବଂ ତାଙ୍କ ସପକ୍ଷରେ ୫୪୫୬ ଭୋଟ୍‌ ଯାଇଥିଲା। ପରବର୍ତ୍ତୀ ସମୟରେ ଭାଜପାରେ ସାମିଲ ହୋଇଥିବା ଭୋଏ ଏଥର ଆଉ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇ ନ ଥିଲେ ମଧ୍ୟ ପ୍ରଦୀପଙ୍କ ପାଇଁ ପ୍ରଚାର କରୁଛନ୍ତି। ଏହା ପ୍ରଦୀପଙ୍କ ପାଇଁ କେତେ ସହାୟକ ହେବ, ତାହା ସମୟ କହିବ । ଅନ୍ୟପଟେ ଏହି ନିର୍ବାଚନ ମଣ୍ଡଳୀର ଆଦିବାସୀ, ହରିଜନ ଭୋଟ୍‌ ଦଳର ପାରମ୍ପରିକ ଭୋଟ୍‌ ବୋଲି କଂଗ୍ରେସ ଦାବି କରିଆସିଛି। ଏହି କ୍ରମରେ ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଆସନ ଦଖଲ କରି ନ ଥିଲେ ସୁଦ୍ଧା ଏଠାରୁ ଯଥାକ୍ରମେ ସନ୍ତୋଷଜନକ ୪୯,୮୪୭, ୩୧,୧୭୯ ଏବଂ ୩୨,୭୮୭ ଭୋଟ୍‌ ପାଇଛି। ଏଥର ଆଦିବାସୀ ଭୋଟ୍‌ କାହା ସପକ୍ଷରେ ବେଶୀ ଯିବ, ତାହା ଫଳାଫଳ ଘୋଷଣା ପରେ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri