ପରୀକ୍ଷା ଚିନ୍ତାରେ ଆଦିବାସୀ ଛାତ୍ରୀ

କେନ୍ଦୁଝର,୨ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଅଧୀନ ଗୋନାସିକାସ୍ଥିତ ଏସ୍‌ଟି, ଏସ୍‌ସି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀମାନେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ଚିଠି ଲେଖି ସମସ୍ୟା ସମାଧାନ ପାଇଁ ନିବେଦନ କରିଛନ୍ତି। ବିଦ୍ୟାଳୟରେ ଅଧ୍ୟୟନ କରି ଆସୁଥିବା କେନ୍ଦୁଝର ଜିଲାର ପୁରାତନ ଜନଜାତି ଜୁଆଙ୍ଗ, ଭୂୟଁା, ଗଣ୍ଡ, ବାଥୁଡ଼ି, ମୁଣ୍ଡା, ସାଉନ୍ତି, ପାତ୍ର, ସାନ୍ତାଳ ଜାତିର ଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବେ ବୋଲି ମଧ୍ୟ କହିଛନ୍ତି।
ଅଭିଯୋଗ ଅନୁଯାୟୀ, ୧୯୭୯ଠାରୁ ଗୋନାସିକାରେ ଜୁଆଙ୍ଗ ଉନ୍ନୟନ ସଂସ୍ଥା କାର୍ଯ୍ୟ କରିଆସୁଛି। ଜୁଆଙ୍ଗଙ୍କ ପ୍ରକୃତ ଆବଶ୍ୟକତା ଉପରେ ଦୃଷ୍ଟି ଦିଆଯାଉ ନ ଥିବାରୁ ବହୁ ଆଲୋଚନା ପରେ କେନ୍ଦ୍ର ସରକାର ୨୦୦୮ରେ ଦେଶର ଜୁଆଙ୍ଗ ଜନଜାତି ଝିଅପୁଅଙ୍କ ଶିକ୍ଷାର ଉନ୍ନତିକୁ ଅଧିକ ଦୃଷ୍ଟି ଦେଇ ଓଡ଼ିଶାର ୧୩ଟି ଓ ଅତି ପଛୁଆ ଆଦିବାସୀଙ୍କ ପାଇଁ ୬ଟି ଶିକ୍ଷା ନିକେତନ ଖୋଲିଛନ୍ତି। ଆଦିବାସୀ ବିଭାଗର ଆର୍ଥିକ ସହାୟତାରେ ଉନ୍ନୟନ ସଂସ୍ଥା ଜରିଆରେ ପରିଚାଳିତ ହୋଇଆସୁଛି। କେନ୍ଦ୍ର ସରକାର ସମୟକ୍ରମେ ରାଜ୍ୟ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ପ୍ରଥମେ ସ୍ଥାନୀୟ ଛାତ୍ରୀଛାତ୍ରଙ୍କ ପଢ଼ା ପ୍ରତି ଆଗ୍ରହ ରହୁ ନ ଥିଲେ ମଧ୍ୟ କିଛି ବର୍ଷ ଅଭ୍ୟସ୍ତ ହେଲା ପରେ ସେମାନଙ୍କଠାରେ ଅଧିକ ଆଗ୍ରହ ଦେଖିବାକୁ ମିଳିଲା। ପରବର୍ତ୍ତୀ ସମୟରେ ଉଚ୍ଚ ଶିକ୍ଷା ପାଇଁ ଦାବି ହେଲା। ସରକାର ପ୍ରଥମରୁ ଅଷ୍ଟମ, ପରେ ନବମ ଓ ଦଶମ ଶ୍ରେଣୀ ଖୋଲିଥିଲେ। ସେଥିରେ ଅଞ୍ଚଳବାସୀଙ୍କ ଲକ୍ଷ୍ୟ ପୂରଣ ହେଲାନାହିଁ। ଛାତ୍ରୀଛାତ୍ର +୨, +୩ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ଦାବି କରି ଆସୁଛନ୍ତି। ସେଥିପାଇଁ ସରକାର କ୍ରମାନ୍ବୟରେ +୨ ଖୋଲିଥିଲେ। ୨୦୨୪ରୁ କଳା ବିଭାଗରେ ୬୦ ଓ ବିଜ୍ଞାନରେ ୫୯ ଆଦିବାସୀ ଛାତ୍ରୀ ନାମ ଲେଖାଇଛନ୍ତି। ପୁନଶ୍ଚ ଚଳିତ ୨୦୨୫-୨୦୨୬ ଶିକ୍ଷାବର୍ଷରେ ବିଭିନ୍ନ ଅବ୍ୟବସ୍ଥା ପାଇଁ ବିଜ୍ଞାନରେ ୧୧ ଏବଂ କଳା ବିଭାଗରେ ୮ଜଣ ଛାତ୍ରୀ ନାମ ଲେଖାଇ ହଇରାଣ ହେଉଥିବା ଉଲ୍ଲେଖ କରିଛନ୍ତି। ଏଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷାଦାନ ପାଇଁ କୋଠରି, ଛାତ୍ରୀ ନିବାସ, ବିଜ୍ଞାନ ସରଞ୍ଜାମ, କାର୍ଯ୍ୟାଳୟ, ଲାଇବ୍ରେରି କୋଠରି, ସଭାସମିତି ଗୃହନାହିଁ। ଚତୁର୍ଥ ଶ୍ରେଣୀ କର୍ମଚାରୀ, କିରାଣି, ଡେମନ୍‌ଷ୍ଟ୍ରେଟର, ରାତ୍ର ଜଗୁଆଳିଙ୍କ ସମେତ କଳା ବିଭାଗର ଏଜୁକେଶନ ଓ ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ବିଭାଗରେ ଅଧ୍ୟାପକ ନାହାନ୍ତି। ଏଣୁ ପାଠପଢ଼ା ଠିକ୍‌ ଭାବରେ ହୋଇପାରୁନାହିଁ। ଆସନ୍ତା ଫେବୃଆରୀରେ +୨ ଦ୍ୱିତୀୟ ବର୍ଷ ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ ଛାତ୍ରୀମାନେ ପରୀକ୍ଷାରେ କ’ଣ ଲେଖିବେ ବୋଲି ଚିନ୍ତାରେ ପଡ଼ିଥିବା ବର୍ଷା ମୁଣ୍ଡା, ସୁମିତ୍ରା ମୁଣ୍ଡା, ରିଙ୍କି ମୁଣ୍ଡା, ରଜନୀ ସୋରେନ, ରେବତୀ ଦେହୁରୀ, ପାର୍ବତୀ ମାଝୀଙ୍କ ସମେତ ୭୦ରୁ ଊଦ୍ଧର୍‌ବ ଛାତ୍ରୀ ଲିଖିତ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପଞ୍ଚାୟତ ସମିତି ସଭ୍ୟ କୃଷ୍ଣ ଜୁଆଙ୍ଗ କୁହନ୍ତି, ବିିଭିନ୍ନ ସମସ୍ୟାକୁ ନେଇ ସେ ବ୍ଲକ୍‌ ଓ ଜିଲା ପ୍ରଶାସନକୁ ଅବଗତ କରିଛନ୍ତି। ତେବେ ସମାଧାନ ହେଉ ନ ଥିବାରୁ ଛାତ୍ରୀମାନେ ଏବେ ନିଜେ ଅଭିଯୋଗ କରି ଦାବିପତ୍ର ଦେଉଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି କହିଛନ୍ତି, ଅଧ୍ୟାପକ ଅଭାବ ଯୋଗୁ ସମସ୍ୟା ଦେଖାଦେଇଛି। ଏ ନେଇ ବିଭାଗ ଅବଗତ ଅଛି। ତୁରନ୍ତ ଏହାର ସମାଧାନ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ଚାଲିବ ଦିଗ ବଦଳ: ୨୦୨୭ରେ କାହା ଉପରେ ଚଢ଼ିବ ସାଢେସାତୀ? କେଉଁ ରାଶି ପାଇବେ ମୁକ୍ତି, ପଢନ୍ତୁ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ସାଢେସାତୀକୁ ଏକ କଠିନ ସମୟ ଭାବେ ବିବେଚନା କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ଏହି ସମୟରେ ବ୍ୟକ୍ତିଙ୍କୁ ସ୍ବାସ୍ଥ୍ୟ, ବ୍ୟବସାୟ, ଚାକିରି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

୧୨ ବର୍ଷ ପରେ ସିଂହ ରାଶିରେ ଘଟୁଛି ଅଦ୍ଭୁତ ଘଟଣା: ୨୦୨୭ ଯାଏ ୩ ରାଶି ପାଇଁ ସୁବର୍ଣ୍ଣ ସମୟ, ମାଲାମାଲ ସହ ନୂଆ ଚାକିରି…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଗୁରୁ ଗ୍ରହ ଏକ ବଡ଼ ରାଶି ପରିବର୍ତ୍ତନ କରିବେ। ଦିନ ୧୨ଟା ୦୧ ମିନିଟରେ ଗୁରୁ…

ବଡ଼ ଭୁଲ୍‌ କରିଦେଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ…

ନୂଆଦିଲ୍ଲୀ,୨୧।୯: ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଯୁବ ବ୍ୟାଟର ତଥା ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ବାଗ ନିଜ ବ୍ୟାଟିଂରେ ପୁଣିଥରେ ପ୍ରଭାବିତ କରିଛନ୍ତି। ଓପନର…

ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ…

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?