ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଦିବାସୀ ମାନ୍ୟତା

ପଟ୍ଟାଙ୍ଗୀ,୨୦।୧(ଡି.ଏନ୍‌.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ଭୋଟ ହାତେଇବା ଲାଗି ପ୍ରତିଶ୍ରୁତି ଦେଇ ପରେ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୋରା ସମ୍ପ୍ରଦାୟର ଲୋକମାନେ ୧୯୭୦ରୁ ଆଦିବାସୀ ମାନ୍ୟତା ଦାବିକରି ଆସୁଥିଲେ ମଧ୍ୟ ଏହି ଦାବିକୁ ଅଣଦେଖା କରାଯାଉଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ଗେମେଲ ପ୍ରଶ୍ନ ଉଠାଇଛନ୍ତି। ଆଦିବାସୀ ମାନ୍ୟତା ନେଇ ଆମେ ଦୀର୍ଘଦିନ ହେଲା ତହସିଲଦାରଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି। ରାଜନେତାମାନେ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ କରିନାହାନ୍ତି। ୨୦୧୨ରେ ଜୟରାମ ପାଙ୍ଗୀ, ପ୍ରଫୁଲ୍ଲ କୁମାର ପାଙ୍ଗୀ, ରବି ନନ୍ଦ ଏବଂ ରଘୁରାମ ପଡାଲ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ପରେ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି ବୋଲି ଗେମେଲ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ଷ୍ଟାମ୍ପ କାଗଜରେ ଲିଖିତ ପ୍ରତିଶ୍ରୁତି ଦେଇ ଆମଠାରୁ ଭୋଟ ହାତେଇବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଦୁଇ ବିଧାୟକ ପିତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପଡାଲ ଆମକୁ ଜିଲା ସଦର ମହକୁମାକୁ ଡକାଇ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଭୁଲିଯାଇଥିବା ଗେମେଲ କହିଛନ୍ତି। ଏ ସମ୍ପର୍କରେ କେହି ଥରେ ମଧ୍ୟ ବିଧାନସଭାରେ ଉଠାଇନାହାନ୍ତି।
ସଂଘ ଆବାହକ ତାଉଡୁ ଦୋରା କହିଛନ୍ତି, ଚଳିତ ପଞ୍ଚାୟତ ନିର୍ବାଚନରେ ଆମେ ମତଦାନ କରିବୁ। ମାତ୍ର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟଙ୍କ ଦ୍ୱାରା ପଲ୍ଲିସଭା ଓ ଗ୍ରାମସଭା ଦ୍ୱାରା ଆମ ଦୀର୍ଘ ବର୍ଷର ଦାବି ଉଠାଇବୁ। ଏଥିରେ ଅସହଯୋଗ କଲେ ବିଧାନସଭାଠାରୁ ଆରମ୍ଭକରି ବିଧାୟକ ଓ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ କରିବୁ ବୋଲି ତାଉଡୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଦୋରା ସମ୍ପ୍ରଦାୟ ୨୦୦୯ ସାଧାରଣ ନିର୍ବାଚନ, ୨୦୧୨ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶଙ୍କର ପାଙ୍ଗୀ , ଉପଦେଷ୍ଟା ଟି. ଗୋପାଳରାଓଙ୍କ ସମେତ ସଂଘ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀ ଅବସରରେ ମୋଟର ସାଇକେଲ ରାଲିରେ ଦୁଇ ରାଜନୈତିକ ଦଳର ସମର୍ଥକ ଶ୍ରେୟ ନେବା ପ୍ରୟାସ

ପଟ୍ଟାଙ୍ଗି,୧୭।୦୪(ଶରତ ଧଳ)ସାରା ରାଜ୍ୟରେ ରାମନବମୀକୁ ନେଇ ରାମ ଓ ହନୁମାନ ମନ୍ଦିର ମାନଙ୍କରେ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ଯୁବ ଗୋଷ୍ଠୀଙ୍କ କ୍ଷେତ୍ରରରେ ଏହାକୁ ନେଇ...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ମେଡିକାଲ ଆସୁଥିବା ବେଳେ ବାଇକ୍‌ଆରୋହୀଙ୍କୁ ଚାପିଦେଲା ବାଲି ବୋଝେଇ ଟିପ୍ପର

କୋରାପୁଟ,୧୫ା୪: କୋରାପୁଟ ଜିଲା ୨୬ ନମ୍ବର ଜାତୀୟ ରାଜପଥ ମୃର୍ତ୍ତିକା ସଂରକ୍ଷଣ କଲୋନୀ ନିକଟରେ ରବିବାର ସକାଳେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ...

୨୧ ଗ୍ରାମର ଲୋକେ ୨ ରାଜ୍ୟର ଭୋଟର

ପଟ୍ଟାଙ୍ଗି,୧୫ା୪(ଶରତ ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଲୋକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଆନ୍ଧ୍ର ନେଉଛି ଭୋଟ। ଫଳରେ କୋଟିଆ...

ଭୋଟରଙ୍କୁ ଅଭିନବ ଉପାୟରେ ଆହ୍ବାନ ଦେଲେ ଜିଲାପାଳ

ପଟାଙ୍ଗି,୧୪ା୪(ଶରତ ଧଳ): ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ କିଛି ଦିନ ବାକି ରହିଥିବା ବେଳେ ଭୋଟରଙ୍କୁ ଏକ ଅଭିନବ ଉପାୟରେ ଜିଲା ପ୍ରଶାସନ ପକ୍ଷରୁ...

ପ୍ରଚାର ମଇଦାନରେ ତାରା: ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହେଲେ ଶତାଧିକ କର୍ମୀ

କୋରାପୁଟ,୧୩ା୪(ଅମିତାଭ ବେହେରା): କୋରାପୁଟ ଜିଲାର ଲକ୍ଷ୍ମୀପୁର ନିିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଦଶମନ୍ତପୁରଠାରେ ଶନିବାର କଂଗ୍ରେସର ବରିଷ୍ଠ ନେତା ତାରାପ୍ରସାଦ ବାହିନୀପତି କଂଗ୍ରେସର ଲୋକ ସଭା...

ପ୍ରଚାର କରିବାକୁ ଆସି ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ଘାଇଲା ନେତା, ଛାଡ଼ି ପଳାଇଲେ ସଭା

କୋରାପୁଟ,୧୧।୪: ଭୋଟ ପାଇଁ ପ୍ରଚାର କରିବାକୁ ଆସିଥିଲେ ନେତା ଗ୍ରାମବାସୀଙ୍କ ପ୍ରଶ୍ନ ବାଣରେ ହେଲେ ଘାଇଲା। ଜନତାଙ୍କ ପ୍ରଶ୍ନ ବାଣରେ ହଟହଟା ହୋଇ ସଭା ସ୍ଥଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri