ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଦିବାସୀ ମାନ୍ୟତା

ପଟ୍ଟାଙ୍ଗୀ,୨୦।୧(ଡି.ଏନ୍‌.ଏ.) ପଞ୍ଚାୟତ ନିର୍ବାଚନ ପୂର୍ବରୁ ବୁଧବାର ଆଦିବାସୀ ମାନ୍ୟତା ଦାବି ଉଠାଇଛି ଦୋରା ମହାସଂଘ। ମହାସଂଘ ଜିଲା ସଭାପତି ବୈଦ୍ୟନାଥ ଗେମେଲ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳୀୟ ନେତାମାନେ ନିର୍ବାଚନ ସମୟ ଆସିଲେ ଭୋଟ ହାତେଇବା ଲାଗି ପ୍ରତିଶ୍ରୁତି ଦେଇ ପରେ ଭୁଲିଯିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୋରା ସମ୍ପ୍ରଦାୟର ଲୋକମାନେ ୧୯୭୦ରୁ ଆଦିବାସୀ ମାନ୍ୟତା ଦାବିକରି ଆସୁଥିଲେ ମଧ୍ୟ ଏହି ଦାବିକୁ ଅଣଦେଖା କରାଯାଉଛି। ଏହା କେତେଦୂର ଯୁକ୍ତିଯୁକ୍ତ ବୋଲି ଗେମେଲ ପ୍ରଶ୍ନ ଉଠାଇଛନ୍ତି। ଆଦିବାସୀ ମାନ୍ୟତା ନେଇ ଆମେ ଦୀର୍ଘଦିନ ହେଲା ତହସିଲଦାରଙ୍କଠାରୁ ଆରମ୍ଭକରି ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି। ରାଜନେତାମାନେ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି ପୂରଣ କରିନାହାନ୍ତି। ୨୦୧୨ରେ ଜୟରାମ ପାଙ୍ଗୀ, ପ୍ରଫୁଲ୍ଲ କୁମାର ପାଙ୍ଗୀ, ରବି ନନ୍ଦ ଏବଂ ରଘୁରାମ ପଡାଲ ଆମକୁ ଲିଖିତ ପ୍ରତିଶ୍ରୁତି ଦେଇ ପରେ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି ବୋଲି ଗେମେଲ କହିଛନ୍ତି। ୨୦୧୪ ସାଧାରଣ ନିର୍ବାଚନ ସମୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ଷ୍ଟାମ୍ପ କାଗଜରେ ଲିଖିତ ପ୍ରତିଶ୍ରୁତି ଦେଇ ଆମଠାରୁ ଭୋଟ ହାତେଇବା ପରେ ନିଜ ପ୍ରତିଶ୍ରୁତି ପାଳନ କରିବାକୁ ଭୁଲିଯାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ଦୁଇ ବିଧାୟକ ପିତମ ପାଢ଼ୀ ଓ କୋରାପୁଟ ବିଧାୟକ ରଘୁରାମ ପଡାଲ ଆମକୁ ଜିଲା ସଦର ମହକୁମାକୁ ଡକାଇ ବିଭିନ୍ନ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବା ପରେ ଭୁଲିଯାଇଥିବା ଗେମେଲ କହିଛନ୍ତି। ଏ ସମ୍ପର୍କରେ କେହି ଥରେ ମଧ୍ୟ ବିଧାନସଭାରେ ଉଠାଇନାହାନ୍ତି।
ସଂଘ ଆବାହକ ତାଉଡୁ ଦୋରା କହିଛନ୍ତି, ଚଳିତ ପଞ୍ଚାୟତ ନିର୍ବାଚନରେ ଆମେ ମତଦାନ କରିବୁ। ମାତ୍ର ନିର୍ବାଚିତ ସରପଞ୍ଚ, ସମିତିସଭ୍ୟଙ୍କ ଦ୍ୱାରା ପଲ୍ଲିସଭା ଓ ଗ୍ରାମସଭା ଦ୍ୱାରା ଆମ ଦୀର୍ଘ ବର୍ଷର ଦାବି ଉଠାଇବୁ। ଏଥିରେ ଅସହଯୋଗ କଲେ ବିଧାନସଭାଠାରୁ ଆରମ୍ଭକରି ବିଧାୟକ ଓ ମନ୍ତ୍ରୀଙ୍କ ଘର ସମ୍ମୁଖରେ ଧାରଣା ଦେଇ ଆନ୍ଦୋଳନ କରିବୁ ବୋଲି ତାଉଡୁ ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ, ଦୋରା ସମ୍ପ୍ରଦାୟ ୨୦୦୯ ସାଧାରଣ ନିର୍ବାଚନ, ୨୦୧୨ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୭ ପଞ୍ଚାୟତ ନିର୍ବାଚନ ବର୍ଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଶଙ୍କର ପାଙ୍ଗୀ , ଉପଦେଷ୍ଟା ଟି. ଗୋପାଳରାଓଙ୍କ ସମେତ ସଂଘ ସଦସ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri