Posted inଫୁରସତ

ଜନଜାତି ସଂଗ୍ରହାଳୟ

ସାଧାରଣତଃ ବିରଳ ଆଉ ପୁରାତନ ସାମଗ୍ରୀକୁ ନେଇ ସଂଗ୍ରହାଳୟ ହୋଇଥାଏ। ଏଥିରୁ ଆମେ ଆମ ଇତିହାସ ଓ ସଂସ୍କୃତି କଥା ଜାଣିଥାଉ। ମାତ୍ର ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ କେହି ଯଦି ଇଚ୍ଛାକରନ୍ତି ହୁଏତ କେଉଁ ଏକ ଦୂର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯିବାକୁ ହେବ। ତେବେ ଭୁବନେଶ୍ୱରରେ ରହିଛି ଏମିତି ଏକ ଭିନ୍ନ ପରିବେଶ; ଯେଉଁଠି ପର୍ଯ୍ୟଟକ, ଗବେଷକ ଓ ଦର୍ଶକ ଆଦିବାସୀଙ୍କ ଜୀବନଶୈଳୀ ସମ୍ପର୍କରେ ଜାଣିବା ପାଇଁ ବୁଲି ଦେଖିପାରିବେ। ଏଠାରେ ସେମାନଙ୍କ ଚଳଣି, ଜୀବିକା, ଦେବଦେବୀ, ପୂଜାପାର୍ବଣ, ବାସଗୃହ, ଖାଦ୍ୟପଦାର୍ଥ, ଅସ୍ତ୍ରଶସ୍ତ୍ର, ଅଳଙ୍କାର,ଗୃହ ଉପକରଣ, କୃଷି, ମାଛଧରା, ସଂଗୀତ, ନୃତ୍ୟ, ପେଣ୍ଟି, ବେଶପୋଷାକ ଓ କଳା ସଂସ୍କୃତି ଇତ୍ୟାଦି ବିଷୟରେ ଜାଣହେବ। ତେବେ ଭୁବନେଶ୍ୱର ୧୬ନମ୍ବର ଜାତୀୟ ରାଜପଥର ସିଆରପି ଛକ ନିକଟରେ ରହିଛି ଏହି ସଂଗ୍ରହାଳୟ। ୧୯୫୨ ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ପ୍ରତିଷ୍ଠାନଟି ପ୍ରତିଷ୍ଠା ହୋଇଛି।

ଏହି ପରିସରରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ରହିଛି। ପ୍ରାୟ ୧୮ଏକର ପରିମିତ ଜମି ଉପରେ ବିଭିନ୍ନ କ୍ଷେତ୍ର ନିର୍ମାଣ ହୋଇଛି। ଏହା କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଆର୍ଥିକ ସହାୟତାରେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ସ୍ଥାପିତ ହୋଇଛି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ତଥା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଥିତ୍ବା ଏହି ଜନଜାତି ସଂଗ୍ରହାଳୟର ଉନ୍ନତୀକରଣ ହୋଇପାରିଛି। ଏଠାରେ ଅନେକ ଦୁଷ୍ପ୍ରାପ୍ୟ କଳା ଓ କଳାବସ୍ତୁଗୁଡ଼ିକୁ ପ୍ରଦର୍ଶିତ କରାଯାଇଥାଏ। ଏଗୁଡ଼ିକୁ ଦେଖିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକ, ଗବେଷକମାନେ ଆସିଥାନ୍ତି। ସଂଗ୍ରହାଳୟରେ ପ୍ରାୟ ୫ଟି ଜନଜାତି ସମ୍ପ୍ରଦାୟ ଯଥା- ସାନ୍ତାଳ, ଜୁଆଙ୍ଗ, ସଉରା, ଗଦବା ଓ କନ୍ଧମାନଙ୍କ ପାଇଁ କୁଟୀର ନିର୍ମାଣ ହୋଇଛି। ଏହା ସେମାନଙ୍କ ସ୍ଥାପତ୍ୟକଳାର ପରିଚୟ ବହନକରେ। ଏକ ଗାଲେରିରେ ଆଦିବାସୀଙ୍କ ଅଳଙ୍କାର, ତୈଳଚିତ୍ର, ଫଟୋଗ୍ରାଫ, କୃଷିଯନ୍ତ୍ରପାତି, ବାଦ୍ୟଯନ୍ତ୍ର, ଡୋକ୍ରା ଦ୍ରବ୍ୟ ଆଦି ରହିଛି। ପ୍ରାୟ ୩୮ ପ୍ରକାର ଆଦିବାସୀଙ୍କ ବ୍ୟବହୃତ ସାମଗ୍ରୀ ରହିଛି। ୬୨ ପ୍ରକାରର ଆଦିବାସୀଙ୍କ ପାରମ୍ପରିକ ବାସଗୃହ ସମ୍ପର୍କରେ ଜାଣିହେବ । ବିଭିନ୍ନ ଜନଜାତିର ଆରାଧ୍ୟା ଦେବତାଙ୍କ ପ୍ରତିମା ସ୍ଥାନ ପାଇଛି। ଏଠାରେ ବହୁବର୍ଷର ପୁରୁଣା ସାମଗ୍ରୀ ସ୍ଥାନ ପାଇଛି। ଜନଜାତି ସଂସ୍କୃତିର ନିଜସ୍ବ କଳା କାରିଗରି, ପାରମ୍ପରିକ ସ୍ବାସ୍ଥ୍ୟ ଓ ପରିମଳ ସ୍ବଚ୍ଛତା ଆଦି ପ୍ରତିଟି କ୍ଷେତ୍ରରେ ସ୍ବତନ୍ତ୍ରତା ରହିଛି। ପ୍ରଶିକ୍ଷଣ ପ୍ରତିଷ୍ଠାନର ସବୁଜିମାଭରା ପ୍ରାଙ୍ଗଣରେ ଏହି ଜନଜାତି ସଂଗ୍ରହାଳୟଟି ଅବସ୍ଥିତ। ଆଦିବାସୀମାନେ ବ୍ୟବହାର କରୁଥିବା ମୁଦ୍ରାମାଳି, କାଚମାଳି ମଧ୍ୟ ସୁସଜ୍ଜିତ କରାଯାଇଛି। ସଂଗ୍ରହାଳୟଟିରେ ବିବିଧ କୃଷି ଉପକରଣ ଆଦିର ଏକ ସ୍ବତନ୍ତ୍ର ବିଭାଗ ରହିଛି। ସାଧାରଣ କୃଷି ସହିତ ପୋଡ଼ୁଚାଷ ଆଦିର ଝଲକ ଏଠାରେ ଉପସ୍ଥାପନ କରାଯାଇଛି। ଏହି ସଂଗ୍ରହାଳୟର ଅନ୍ୟ ଏକ କକ୍ଷରେ ଆଦିମ ଜନଜାତିଙ୍କ ଶିକାର ଓ ମାଛଧରା ଉପକରଣମାନ ପ୍ରଦର୍ଶିତ । ଏଥିରେ କନ୍ଧଙ୍କ କୁଠାର, ପରଜାଙ୍କ ବର୍ଚ୍ଛା, ବିଭିନ୍ନ ବର୍ଗର ଜନଜାତିମାନେ ବ୍ୟବହାର କରୁଥିବା ନାନା ପ୍ରକାରର ଧନୁ ଓ ତୀର ସଂରକ୍ଷିତ ରଖାଯାଇଛି। ସଂଗ୍ରହାଳୟରେ ସୁସଜ୍ଜିତ ଜନଜାତି ତୈଳଚିତ୍ର ଓ ଆଲୋକଚିତ୍ର ମାଧ୍ୟମରେ ସେମାନଙ୍କ ଦୈନନ୍ଦିନ ସରଳ ଜୀବନ ଧାରାର କାହାଣୀ ପ୍ରଦର୍ଶିିତ । ସଉରା ଓ ଡଙ୍ଗରିଆଙ୍କ ସାମାଜିକ ଓ ଧାର୍ମିକ ପୂଜାବିଧି ସମୟର ଅବିକଳ ଫଟୋଚିତ୍ର ରଖାଯାଇଛି। ସଉରାଙ୍କ କାନ୍ଥଚିତ୍ର, କୋୟାମାନଙ୍କ ସମବେତ ନୃତ୍ୟ ପ୍ରଦର୍ଶନ ଶୈଳୀ ଓ ପାରମ୍ପରିକ ବେଶଭୂଷା ପୋଷାକର ଫଟୋଚିତ୍ର ଦେଖିବାକୁ ମିଳେ। ଧାର୍ମିକ ଦୃଷ୍ଟିକୋଣରୁ ଦେଖିଲେ ଜନଜାତି ଓ ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବଦେବୀଙ୍କ ପୀଠରେ ଅନେକ ପ୍ରକୃତିଗତ ବୈଶିଷ୍ଟ୍ୟ ଓ ବିଚିତ୍ର ବିଲକ୍ଷଣ ପରିଲକ୍ଷିତ ହୁଏ। ସଂଗ୍ରହାଳୟରେ ପ୍ରଶସ୍ତ ଓ ମୁକ୍ତ ପ୍ରାଙ୍ଗଣରେ ଅନେକ ଦେବଦେବୀଙ୍କ ପୀଠ ପ୍ରତିଷ୍ଠା କରାଯାଇଛି। ଏସବୁ ଜନଜାତି ସଂସ୍କୃତିର ପ୍ରତିରୂପ ପ୍ରତିଫଳନ କରେ। ଏଠାରେ ଥିବା ପ୍ରସ୍ତରଖଣ୍ଡ, ଖୋଦିିତ କାଷ୍ଠସ୍ତମ୍ଭ ଓ ବାଉଁଶ ଜନଜାତି ପୂଜା ଆରାଧନାର ପ୍ରାକୃତିକ ଉପାଦାନ।

ୟୁନେସ୍କୋର ସର୍ବଶ୍ରେଷ୍ଠ ସଂଗ୍ରହାଳୟ ତାଲିକା ମଧ୍ୟରେ ଏହି ସଂଗ୍ରହାଳୟଟି ସ୍ଥାନ ପାଇଛି। ଆଦିମ ଜନଜାତିଙ୍କ ପାଇଁ ନୂତନ ସଂଗ୍ରହାଳୟର ପରିବେଶ ଖୁବ୍‌ ସୁନ୍ଦର । ଏଠାର ପରିବେଶରେ ସବୁଜ ଘାସ, ଗଛଲତା ଓ ଅନେକ ରଙ୍ଗର ଫୁଲ ସମ୍ଭାରରେ ପରିପୂର୍ଣ୍ଣ। ଏହା ଦର୍ଶକଙ୍କୁ ଜନଜାତି ବସତିର ଭ୍ରମ ସୃଷ୍ଟିକରେ। ଏଠାକୁ ବର୍ଷର ବିଭିନ୍ନ ସମୟରେ ଦର୍ଶକ ବୁଲିବାକୁ ଆସଥାନ୍ତି। ମାତ୍ର କେତେକ ସରକାରୀ ଛୁଟିରେ ଏହି ସଂଗ୍ରହାଳୟଟି ବନ୍ଦ ରହିଥାଏ। ଏହି ଆଦିବାସୀ ସଂଗ୍ରହାଳୟକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରନ୍ତି। ବିଭିନ୍ନ ବିଷୟରେ ଜାଣିବା ପାଇଁ ସଂଗ୍ରହାଳୟ ସମ୍ପର୍କରେ ସୂଚନାପତ୍ର ରହିଛି ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ହଠାତ୍‌ ଆକାଶରେ ଦେଖାଗଲା ଏକ ରହସ୍ୟମୟ ଆଲୋକ, ଏଲିଅନକୁ ନେଇ ଜୋର୍‌ଦାର ଚର୍ଚ୍ଚା, ସତ୍ୟତା ପ୍ରକାଶ କଲେ ବୈଜ୍ଞାନିକ…

ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଦେଲା, ଯାହା ଏଲିଅନ ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହଠାତ୍‌ ଅନ୍ଧାର ରାତିରେ ଆକାଶରେ ଏକ ଚମକଦାର ଆଲୋକ ଦେଖାଗଲା, ଯାହା…

ଦୁନିଆର ସବୁଠୁ ଉଚ୍ଚ ଡାକଘର, ସମୁଦ୍ର ପତ୍ତନଠାରୁ…

ଡିଜିଟାଲ ଯୁଗ ହୁଏତ ଦୁନିଆକୁ ସ୍କ୍ରିନ୍‌ରେ ପରିଣତ କରିଦେଇଛି, କିନ୍ତୁ କିଛି ଭାବନା ଏବେ ବି କାଗଜ କଲମରେ ସେମାନଙ୍କର ଭାବନା ପୂର୍ଣ୍ଣ ପ୍ରକାଶିତ ହୋଇଥାଏ। ଚିଠିରେ…

କୁମ୍ଭୀର ପେଟରେ ନିଖୋଜ ବ୍ୟବସାୟୀ! ପୁରା ଘଟଣା ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ପ୍ରାୟ ପ୍ରତିଦିନ ସାରା ବିଶ୍ୱରେ ଏପରି ଘଟଣା ରିପୋର୍ଟ ହୁଏ, ଯାହା ମେରୁଦଣ୍ଡକୁ ଥରହର କରିଦିଏ। ଦକ୍ଷିଣ ଆଫ୍ରିକାରୁ ଏକ ସାମ୍ପ୍ରତିକ ଘଟଣା ଲୋକଙ୍କୁ ସ୍ତବ୍ଧ କରିଦେଇଛି।…

ଅନନ୍ୟ ବିବାହ: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬୬ ବର୍ଷୀୟ ବୃଦ୍ଧ, କାରଣ ଜାଣିଲେ ହୋଇଯିବେ ତାଜୁବ

ସିମ୍‌ଲା,୩୦।୪: ହିମାଚଳ ପ୍ରଦେଶରେ ହେଉଥିବା ବିବାହ ଦେଶବ୍ୟାପୀ ନିରନ୍ତର ଦୃଷ୍ଟି ଆକର୍ଷଣ କରୁଛି। ପ୍ରଥମେ ଦୁଇଟି ଭାଇଙ୍କ ଗୋଟିଏ କନ୍ୟାକୁ ବିବାହ କରିବା ଆଲୋଚନା ସୃଷ୍ଟି କରିଛି,…

କ୍ୟାବ୍‌ ଡ୍ରାଇଭରଙ୍କ ଝିଅ ହେଲେ CBI ଅଫିସର, ଲୋକଙ୍କୁ ସଫଳତାର କାହାଣୀ କହି ବାପା…

ଲକ୍ଷ୍ନୌ,୨୯ା୪: ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ସାମ୍ନାକୁ ଆସେ ଯାହା ହୃଦୟକୁ ଛୁଇଁଯାଏ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ…

ନ୍ୟୁୟର୍କର ସବୁଠାରୁ ମହଙ୍ଗା ରାସ୍ତାରେ ଦେଶୀ ବିବାହ ଶୋଭାଯାତ୍ରା, ବଲିଉଡ୍‌ ଗୀତରେ ଧୂମ୍‌ ନାଚିଲେ ବରକନ୍ୟା

ବିଦେଶୀ ରାସ୍ତାରେ ଅନେକ କିଛି ଦେଖିଥିବେ। କିନ୍ତୁ ଯେତେବେଳେ ବିଶ୍ୱର ସବୁଠାରୁ ମହଙ୍ଗା ଏବଂ ବ୍ୟସ୍ତବହୁଳ ରାସ୍ତା ମଧ୍ୟରୁ ଗୋଟିଏ ନ୍ୟୁୟର୍କର ଫିପ୍‌ଥ ଆଭେନ୍ୟୁର ଏକ ଦେଶୀ…

ଆପଣଙ୍କ ମୃତ୍ୟୁ ପରେ କିଏ ଚଲାଇବ Facebook-Instagram? ସରକାର ଆଣିଲେ ଉତ୍ତରାଧିକାରୀ ବାଛିବା ନିୟମ

ନୂଆଦିଲ୍ଲୀ,୨୮।୪: Facebook, Instagram, WhatsApp, LinkedIn, ଏବଂ Telegram ଭଳି ଡିଜିଟାଲ ସମ୍ପତ୍ତିଗୁଡ଼ିକ ବ୍ୟକ୍ତିଗତ ସଂସ୍ଥା। ଏହି ପ୍ଲାଟଫର୍ମ ମଧ୍ୟରେ, କେବଳ ବାହାର ଲୋକ ହସ୍ତକ୍ଷେପ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri