ଆଦିବାସୀ ଝିଅ ମାଧବୀ ପାଇଲେ ଓଡ଼ିଶୀ ନୃତ୍ୟ ଛାତ୍ରବୃତ୍ତି, ଚାରିଆଡ଼ୁ ଛୁଟିଛି ଅଭିନନ୍ଦନର ସୁଅ

ମୋହନା, ୧୭।୫( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଦୁର୍ଗମ ଅଞ୍ଚଳ ଦମାଦୁଆ ଗ୍ରାମର ଆଦିବାସୀ ଝିଅ ମାଧବୀ ମାଝୀ ଓଡିଶୀ ନୃତ୍ୟ ଛାତ୍ରବୃତ୍ତି ପାଇଛନ୍ତି। ତାଙ୍କୁ ସିସିଆର୍‌ଟି ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଜାତୀୟ ଜୁନିଅର ଛାତ୍ରବୃତ୍ତି ମିଳିଛି। ଏନେଇ ତାଙ୍କୁ ଗଜପତି ଜିଲା ଏବଂ ଅଞ୍ଚଳ ବାସୀ ଅଭିନନ୍ଦନ ଜଣାଇଛନ୍ତି।

ସରଞ୍ଚନା ନୃତ୍ୟାନୁଷ୍ଠାର ପ୍ରତିଭାଶାଳୀ ଛାତ୍ରୀ ମାଧବୀ ମାଝୀ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସିସିଆର୍‌ଟି ଦ୍ୱାରା ପ୍ରତିଷ୍ଠିତ ସାଂସ୍କୃତିକ ପ୍ରତିଭା ଅନ୍ବେଷଣ ଛାତ୍ରବୃତ୍ତି ଯୋଜନା (ସିଟିଏସ୍‌ଏସ୍‌ଏସ୍‌- ୧୦ରୁ୧୪ବର୍ଷ) ହୋଇଛନ୍ତି। ଓଡ଼ିଶୀ ପ୍ରଦର୍ଶକ ଗୁରୁ ରବିଶଙ୍କର ମାଝୀଙ୍କ ମାର୍ଗଦର୍ଶନରେ ସେ ଏହି ସଫଲତା ପାଇଛନ୍ତି। ମାଧବୀ ବର୍ତ୍ତମାନ ଗୁରୁ ରବିଶଙ୍କରଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁରସ୍ଥିତ ସରଞ୍ଚନା ନୃତ୍ୟ ଅନୁଷ୍ଠାନରେ ଶିକ୍ଷାରତ ଅଛନ୍ତି। ସେ ଦୀର୍ଘ ୭ବର୍ଷ ଧରି ଶିକ୍ଷା କରିଆସୁଥିବା ବେଳେ ବ୍ରହ୍ମପୁରର କୁଇନ ମିଶନ ହାଇସ୍କୁଲରେ ୯ମ ଶ୍ରେଣୀରେ ପଢୁଛନ୍ତି। ସେ ଓଡ଼ିଶୀ ନୃତ୍ୟ ସହିତ ସମ୍ବଲପୁରୀ, ଆଦିବାସୀ ଲୋକ ନୃତ୍ୟ ମଧ୍ୟ କରୁଛନ୍ତି।

ସେ ଭବିଷ୍ୟତରେ ଭଲ ଆନ୍ତର୍ଜାତୀୟ ନୃତ୍ୟ ଶିଳ୍ପୀ ଭାବେ ନିଜ ଗୁରୁ, ଅଭିଭାବକ,ଗ୍ରାମ,ଦେଶ ଲାଗି ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହ ନିଜ ଅଞ୍ଚଳର ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ଦେଇ ସେମାନଙ୍କ କଳାକୁ ଦେଶ ବିଦେଶରେ ପହଞ୍ଚାଇବା ପାଇଁ ସ୍ଥିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri