ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ରାୟଗଡ଼ା(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ ଅଳଙ୍କାର ଏବଂ ଘରୋଇ ଉପକରଣ(ଡୋକ୍ରା ହସ୍ତଶିଳ୍ପ)ରେ ଜନଜାତିଙ୍କ ସଂସ୍କୃତି ଓ ଜୀବନଶୈଳୀର ଛବି ଦେଖିବାକୁ ମିଳିଥାଏ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ରହିଛି ଡଙ୍ଗରିଆଙ୍କ ସ୍ବତନ୍ତ୍ର ‘ଅଳଙ୍କାର ହାଟ’। ଏଠାରେ ମହିଳାଙ୍କ ଅଳଙ୍କାର ସହ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ଓଡ଼ିଶାରେ ଆଦିବାସୀଙ୍କ ଅଳଙ୍କାର ଏବଂ ସାମଗ୍ରୀ ବିକ୍ରି ନିମନ୍ତେ ଟିଡିସିସି ପକ୍ଷରୁ ଭୁବନେଶ୍ୱର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ସମେତ ୧୩ଟି ଷ୍ଟଲ୍‌ ତଥା ଆଉଟଲେଟ ମଧ୍ୟ ରହିଛି। ଝିଗିଡ଼ି ଗ୍ରାମରୁ ଅଳଙ୍କାର ଓ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଉକ୍ତ ଷ୍ଟଲ୍‌ଗୁଡ଼ିକରେ ବିକ୍ରି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଏସବୁ ଅଳଙ୍କାର ଏବଂ ସାମଗ୍ରୀ କିଣିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତି ବୋଲି ଟିଡିସିସିର ପରିଚାଳକ ଅଶୋକ ପାତ୍ର କହିଛନ୍ତି।
ଝିଗିଡ଼ି ଗ୍ରାମରେ ୩୫ରୁ ଊର୍ଦ୍ଧ୍ୱ ଅଳଙ୍କାର କାରିଗର ପରିବାର ବସବାସ କରୁଛନ୍ତି। ଡୋକ୍ରା ହସ୍ତକଳା ତଥା ଅଳଙ୍କାର ଗୁରୁ କବିରାଜ ଉଲାକା(୫୮) ନିଜେ ଅଳଙ୍କାର ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଏହାର ତାଲିମ ଦେଉଛନ୍ତି। ୩୫ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଅଳଙ୍କାର ତିଆରି କରୁଥିବାବେଳେ ତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅନେକ ଯୁବତୀଯୁବକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଋଣର ସୁବିଧା ନେଇ ଏହି କାରିଗରମାନେ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ବ୍ୟବସାୟ କରୁଥିବା କବିରାଜ କୁହନ୍ତି। ଏହି ଅଳଙ୍କାରକୁ ଦେଶିଆ, ଡଙ୍ଗରିଆ, ମାଳୁଆ, କୁଟିଆମାନେ ବ୍ୟବହାର କରନ୍ତି। ୧୦ ଟଙ୍କାର ଲକେଟଠାରୁ ଆରମ୍ଭ କରି ୮ ଲକ୍ଷ ଟଙ୍କାର ଡଙ୍ଗରିଆ ମୂର୍ତ୍ତି ଏଠାରେ ତିଆରି କରାଯାଏ।
ଚିଡ଼ିଆ ମାଳି, ଡବଲ ଲକେଟ ମାଳି, ୩୦ ଇଞ୍ଚିିଆ ଲକେଟ ମାଳି, ଚମ୍ପା କଢ଼ିଆ ଲକେଟ ମାଳି, ବାଘ ନଟି ଲକେଟ, ପେନ୍‌ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ମାଛ, କଇଁଛ, ଡଙ୍ଗରିଆ ଦମ୍ପତି, ଡଙ୍ଗରିଆଙ୍କ କଟୁରି, ଶଗଡ଼ ଗାଡ଼ି, ବିହନ ରଖିବା ପାତ୍ର, ଡଙ୍ଗରିଆଙ୍କ ମନ୍ଦିର, କାନ୍ଥଚିତ୍ର ଶୈଳୀ, ସୂର୍ଯ୍ୟ, ହେଡ୍‌କ୍ଲିପ, ଡଙ୍ଗରିଆଙ୍କ ମୁହଁ, ଗିନା, ଖାଦ୍ୟ ଖାଇବା ପାତ୍ର, ଘୁଙ୍ଗୁର, ଅଣ୍ଟା ମାଳ, ଘଣ୍ଟି, କତରିଆ ଶଙ୍ଖା, ବନ୍ଦରିଆ ଶଙ୍ଖା, କେଶକଣ୍ଟା, ଜଙ୍ଗଲରେ ହାଣୁଥିବା ଟାଙ୍ଗିଆ ଇତ୍ୟାଦି ରହିଛି। ପ୍ରଥମେ ମାଟି ଛାଞ୍ଚ ଦେଇ ଏହି ଅଳଙ୍କାର ଏବଂ ସାମଗ୍ରୀ ତିଆରି କରାଯାଏ। ଖରାରେ ଶୁଖିବା ପରେ ବାଘ ଅଠା ମହମରେ ଲେପ ଦିଆଯାଏ। ହୁଙ୍କା ମାଟି ସରୁ ବାଲିରେ ଲେପ ଦିଆଯାଏ। ଏହାପରେ ବିଭିନ୍ନ କାରୁକାର୍ଯ୍ୟ କରି ପିତ୍ତଳକୁ ତରଳାଇ ନିଆଁରେ ପୋଡ଼ାଯାଏ। ଝିଗିଡ଼ିଠାରେ ପ୍ରତ୍ୟେକ ବୁଧବାର ଡଙ୍ଗରିଆଙ୍କ ଅଳଙ୍କାର ହାଟ ବସେ। ଏଠାରେ କାରିଗରମାନେ ଏହି ଅଳଙ୍କାର ନେଇ ବିକ୍ରି କରିଥାନ୍ତି। ରାଜ୍ୟ ଏବଂ ବିଦେଶରୁ ଅସୁଥିବା ପର୍ଯ୍ୟଟକ ଏଠାରୁ ଅଳଙ୍କାର କିଣି ନେଇଥାନ୍ତି। ହେଲେ କରୋନା ପରେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଛି। ତେଣୁ କାମ ହିସାବରେ ଲାଭ ମିଳୁ ନ ଥିବା ଅଳଙ୍କାର ଗୁରୁ କବିରାଜ କହିଛନ୍ତି। ଏ ନେଇ କବିରାଜ କୁହନ୍ତି, କୌଳିକ ତଥା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ସହ ପ୍ରଚାର, ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେଲେ ଅଞ୍ଚଳର କାରିଗର ଉପକୃତ ହେବା ସହ ଜନଜାତି ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri