ଡୋକ୍ରା ହସ୍ତଶିଳ୍ପରେ ଜନଜାତି ସଂସ୍କୃତିର କଥା

ରାୟଗଡ଼ା(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ଜୀବନଶୈଳୀ ନିଆରା। ସ୍ବତନ୍ତ୍ର ବେଶଭୂଷା ଏବଂ ଅଳଙ୍କାର ପାଇଁ ଡଙ୍ଗରିଆମାନେ ରାଜ୍ୟ, ଦେଶ ଏବଂ ବିଦେଶରେ ପରିଚିତ। ଉକ୍ତ ଅଳଙ୍କାର ଏବଂ ଘରୋଇ ଉପକରଣ(ଡୋକ୍ରା ହସ୍ତଶିଳ୍ପ)ରେ ଜନଜାତିଙ୍କ ସଂସ୍କୃତି ଓ ଜୀବନଶୈଳୀର ଛବି ଦେଖିବାକୁ ମିଳିଥାଏ। ବିଷମକଟକ ବ୍ଲକ ଝିଗିଡ଼ି ଗ୍ରାମରେ ରହିଛି ଡଙ୍ଗରିଆଙ୍କ ସ୍ବତନ୍ତ୍ର ‘ଅଳଙ୍କାର ହାଟ’। ଏଠାରେ ମହିଳାଙ୍କ ଅଳଙ୍କାର ସହ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି ହୋଇଥାଏ। ଓଡ଼ିଶାରେ ଆଦିବାସୀଙ୍କ ଅଳଙ୍କାର ଏବଂ ସାମଗ୍ରୀ ବିକ୍ରି ନିମନ୍ତେ ଟିଡିସିସି ପକ୍ଷରୁ ଭୁବନେଶ୍ୱର, ନବରଙ୍ଗପୁର, କୋରାପୁଟ, ମୟୂରଭଞ୍ଜ ସମେତ ୧୩ଟି ଷ୍ଟଲ୍‌ ତଥା ଆଉଟଲେଟ ମଧ୍ୟ ରହିଛି। ଝିଗିଡ଼ି ଗ୍ରାମରୁ ଅଳଙ୍କାର ଓ ଘରୋଇ ବ୍ୟବହାର୍ଯ୍ୟ ସାମଗ୍ରୀ ନେଇ ଉକ୍ତ ଷ୍ଟଲ୍‌ଗୁଡ଼ିକରେ ବିକ୍ରି କରାଯାଉଛି। ବିଶେଷକରି ବିଦେଶୀ ପର୍ଯ୍ୟଟକ ଏସବୁ ଅଳଙ୍କାର ଏବଂ ସାମଗ୍ରୀ କିଣିବା ପାଇଁ ଅଧିକ ଆକୃଷ୍ଟ ହୋଇଥାନ୍ତି ବୋଲି ଟିଡିସିସିର ପରିଚାଳକ ଅଶୋକ ପାତ୍ର କହିଛନ୍ତି।
ଝିଗିଡ଼ି ଗ୍ରାମରେ ୩୫ରୁ ଊର୍ଦ୍ଧ୍ୱ ଅଳଙ୍କାର କାରିଗର ପରିବାର ବସବାସ କରୁଛନ୍ତି। ଡୋକ୍ରା ହସ୍ତକଳା ତଥା ଅଳଙ୍କାର ଗୁରୁ କବିରାଜ ଉଲାକା(୫୮) ନିଜେ ଅଳଙ୍କାର ପ୍ରସ୍ତୁତ କରିବା ସହ ଅନ୍ୟମାନଙ୍କୁ ଏହାର ତାଲିମ ଦେଉଛନ୍ତି। ୩୫ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ଅଳଙ୍କାର ତିଆରି କରୁଥିବାବେଳେ ତାଙ୍କଠାରୁ ଅନୁପ୍ରାଣୀତ ହୋଇ ଅନେକ ଯୁବତୀଯୁବକ ମଧ୍ୟ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଋଣର ସୁବିଧା ନେଇ ଏହି କାରିଗରମାନେ ଅଳଙ୍କାର ଏବଂ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ଏବଂ ବ୍ୟବସାୟ କରୁଥିବା କବିରାଜ କୁହନ୍ତି। ଏହି ଅଳଙ୍କାରକୁ ଦେଶିଆ, ଡଙ୍ଗରିଆ, ମାଳୁଆ, କୁଟିଆମାନେ ବ୍ୟବହାର କରନ୍ତି। ୧୦ ଟଙ୍କାର ଲକେଟଠାରୁ ଆରମ୍ଭ କରି ୮ ଲକ୍ଷ ଟଙ୍କାର ଡଙ୍ଗରିଆ ମୂର୍ତ୍ତି ଏଠାରେ ତିଆରି କରାଯାଏ।
ଚିଡ଼ିଆ ମାଳି, ଡବଲ ଲକେଟ ମାଳି, ୩୦ ଇଞ୍ଚିିଆ ଲକେଟ ମାଳି, ଚମ୍ପା କଢ଼ିଆ ଲକେଟ ମାଳି, ବାଘ ନଟି ଲକେଟ, ପେନ୍‌ ଷ୍ଟାଣ୍ଡ, ଚାବି ଷ୍ଟାଣ୍ଡ, ମାଛ, କଇଁଛ, ଡଙ୍ଗରିଆ ଦମ୍ପତି, ଡଙ୍ଗରିଆଙ୍କ କଟୁରି, ଶଗଡ଼ ଗାଡ଼ି, ବିହନ ରଖିବା ପାତ୍ର, ଡଙ୍ଗରିଆଙ୍କ ମନ୍ଦିର, କାନ୍ଥଚିତ୍ର ଶୈଳୀ, ସୂର୍ଯ୍ୟ, ହେଡ୍‌କ୍ଲିପ, ଡଙ୍ଗରିଆଙ୍କ ମୁହଁ, ଗିନା, ଖାଦ୍ୟ ଖାଇବା ପାତ୍ର, ଘୁଙ୍ଗୁର, ଅଣ୍ଟା ମାଳ, ଘଣ୍ଟି, କତରିଆ ଶଙ୍ଖା, ବନ୍ଦରିଆ ଶଙ୍ଖା, କେଶକଣ୍ଟା, ଜଙ୍ଗଲରେ ହାଣୁଥିବା ଟାଙ୍ଗିଆ ଇତ୍ୟାଦି ରହିଛି। ପ୍ରଥମେ ମାଟି ଛାଞ୍ଚ ଦେଇ ଏହି ଅଳଙ୍କାର ଏବଂ ସାମଗ୍ରୀ ତିଆରି କରାଯାଏ। ଖରାରେ ଶୁଖିବା ପରେ ବାଘ ଅଠା ମହମରେ ଲେପ ଦିଆଯାଏ। ହୁଙ୍କା ମାଟି ସରୁ ବାଲିରେ ଲେପ ଦିଆଯାଏ। ଏହାପରେ ବିଭିନ୍ନ କାରୁକାର୍ଯ୍ୟ କରି ପିତ୍ତଳକୁ ତରଳାଇ ନିଆଁରେ ପୋଡ଼ାଯାଏ। ଝିଗିଡ଼ିଠାରେ ପ୍ରତ୍ୟେକ ବୁଧବାର ଡଙ୍ଗରିଆଙ୍କ ଅଳଙ୍କାର ହାଟ ବସେ। ଏଠାରେ କାରିଗରମାନେ ଏହି ଅଳଙ୍କାର ନେଇ ବିକ୍ରି କରିଥାନ୍ତି। ରାଜ୍ୟ ଏବଂ ବିଦେଶରୁ ଅସୁଥିବା ପର୍ଯ୍ୟଟକ ଏଠାରୁ ଅଳଙ୍କାର କିଣି ନେଇଥାନ୍ତି। ହେଲେ କରୋନା ପରେ ଏଠାକୁ ପର୍ଯ୍ୟଟକଙ୍କ ଆସିବା ବନ୍ଦ ହୋଇଯାଇଛି। ତେଣୁ କାମ ହିସାବରେ ଲାଭ ମିଳୁ ନ ଥିବା ଅଳଙ୍କାର ଗୁରୁ କବିରାଜ କହିଛନ୍ତି। ଏ ନେଇ କବିରାଜ କୁହନ୍ତି, କୌଳିକ ତଥା ପାରମ୍ପରିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରହିଛି। ସରକାରଙ୍କ ପକ୍ଷରୁ ଉଚିତ ମୂଲ୍ୟରେ କଞ୍ଚାମାଲ ଯୋଗାଇବା ସହ ପ୍ରଚାର, ପ୍ରସାର ଦିଗରେ ଅଧିକ ପଦକ୍ଷେପ ନେଲେ ଅଞ୍ଚଳର କାରିଗର ଉପକୃତ ହେବା ସହ ଜନଜାତି ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri