ଜନଜାତି ସମ୍ମେଳନ: ପାରମ୍ପରିକ ବାଦ୍ୟଯନ୍ତ୍ରରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡ଼ି,୫ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ସୋମବାର ୨ ଦିନିଆ ଜନଜାତି ସମ୍ମେଳନ ଆରମ୍ଭ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଜନଜାତି ସମ୍ପ୍ରଦାୟର ବରିଷ୍ଠ ଚାଷୀ ତିଲମା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜାଗୃତି ସମ୍ପାଦକ କୈକାସ ଚନ୍ଦ୍ର ଦଣ୍ଡପାଟ ଯୋଗଦେଇ ଏହି ସମ୍ମେଳନର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ କହିଥିଲେ।

ପ୍ରକାଶ ଯେ, ଗତ କିଛି ବର୍ଷ ମଧ୍ୟରେ ଧିରେ ଧିରେ ଜନଜାତିଙ୍କ ଚଳଣିରେ ପରିବର୍ତ୍ତନ ହେଇଛି। ସେମାନଙ୍କ ପାରମ୍ପରିକ ନୃତ୍ୟ, ବାଦ୍ୟଯନ୍ତ୍ର, ଖାଦ୍ୟ, ଚଳଣି, ପୋଷାକରେ ବହୁଳ ପରିବର୍ତ୍ତନ ଆସିଛି। ଏହି ପରିବର୍ତ୍ତନ ଯୋଗୁ ଜାତି ସାମ୍ପ୍ରଦାୟର ଯୁବପିଢ଼ି ଧିରେ ଧିରେ ଜନଜାତିଙ୍କ ପାରମ୍ପରିକ ସମସ୍ତ ବିଷୟ ଜାଣିପାରୁନାହାନ୍ତି। ସେମାନଙ୍କୁ ଏହି ପାରମ୍ପରିକ ସମ୍ପର୍କରେ ଜଣାଇବା ଓ ତାର ପୁନରୁଦ୍ଧାର ପାଇଁ ଏହି କାର୍ଯ୍ୟକ୍ରମ ଦୀର୍ଘ ୫ ବର୍ଷ ଧରି ପାଳିତ ହେଉଥିବା କୁହାଯାଇଥିଲା ଏବେ ଏହି କାର୍ଯ୍ୟକ୍ରମ ପାଳିତ ପରେ ଅଞ୍ଚଳରେ ଧିରେ ଧିରେ ପାରମ୍ପରିକ ଚଳଣି, ବାଦ୍ୟ, ନୃତ୍ୟ, ଖାଦ୍ୟ ଓ ପୋଷାକ ପାରମ୍ପରିକ ଚାଷ ସମ୍ପର୍କରରେ ପୁନରୁଦ୍ଧାର ହେବା ସହ ଯୁବପିଢ଼ି ଜାଣିପାରୁଥିବା କୁହାଯାଇଛି।

ଏହି ଅବସରରେ ବୃକ୍ଷକୁ ରକ୍ଷା ବନ୍ଧନ ସହ ଗଛ ହିଁ ଜୀବନ ଓ ଜନଜାତିଙ୍କ ଜୀବିକା ଜୀବନକୁ ଜଙ୍ଗଲରୁ ସଂଗୃହୀତ ସାମଗ୍ରୀ ସ୍ବାବଲମ୍ବୀ କରୁଥିବାରୁ ଜଙ୍ଗଲର ଗୁରୁତ୍ୱ ସମ୍ପର୍କରେ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗମା ପ୍ରଧାନ, ଲେଜ ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ଗୋବିନ୍ଦ ପ୍ରଧାନ, ପୂର୍ବତନ ସରପଞ୍ଚ ସୁଜାତ ପଡ୍ରା,ପୂର୍ବତନ ସମିତି ସଭ୍ୟା ମମିତା ପ୍ରଧାନ, ପୂର୍ବତନ ସମିତି ଅଧ୍ୟକ୍ଷ ବକଲା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଜନଜାତିଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ମନୋଜ ନାୟକ ଏବଂ ପ୍ରଦୀପ କହଁର ମଞ୍ଚ ପରିଚାଳନା କରିଥିଲେ। ଜାଗୃତିର କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂ, ଧ୍ରୁବ ଚରଣ ନାୟକ, ଅନ୍ତରଙ୍ଗ ଯୁବ ମହାସଂଘର ଜିଲା ସଭାପତି ଦିଲୀପ ସାହୁ, ଧନେଶ୍ୱର ସାହୁଙ୍କ ସମେତ ଅନେକ କର୍ମଚାରୀ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri