ତ୍ରିରଙ୍ଗା ଶୋଭାଯାତ୍ରାରେ ୯ ଡାକଘରର କର୍ମଚାରୀ ସାମିଲ

ନିମାପଡ଼ା,୧୨ା୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଉପ ଡାକମଣ୍ଡଳ ଅଧିନସ୍ଥ କୋଣାର୍କ ଉପ ଡାକଘର ପରିସରରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି କୋଣାର୍କ ବଜାର ପରିକ୍ରମା କରି ସୂର୍ଯ୍ୟ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ଏହି ଶୋଭାଯାତ୍ରାରେ କୋଣାର୍କ ଉପଡାକଘର ତଥା ଏହା ଅଧୀନରେ ଥିବା ୯ଟି ଶାଖା ଡାକଘରର ସମସ୍ତ କର୍ମଚାରୀ ତଥା ସ୍ଥାନୀୟ ଜନସାଧାରଣ ସାମିଲ ହୋଇଥିଲେ। କୋଣାର୍କ ଥାନାର ସମସ୍ତ କର୍ମଚାରୀ ତଥା ସୂର୍ଯ୍ୟ ମନ୍ଦିରର ସମସ୍ତ କର୍ମଚାରୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରାରେ ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ସହର ପରିକ୍ରମା ସହ ଚନ୍ଦ୍ରଭାଗା ସମୁଦ୍ରତଟରେ ଶେଷ ହୋଇଥିଲା। ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସାରା ଦେଶରେ ପାଳନ କର ଯାଉଥିବାବେଳେ ଏହି ଶୋଭାଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। କୋଣାର୍କ ଡାକଘରର ଡାକପାଳ ନିରଞ୍ଜନ ସେଠୀ, ତୀର୍ଥଦେବ ସାହୁ, ପୋଷ୍ଟମ୍ୟାନ କମଳଲୋଚନ ପଣ୍ଡା ତଥା ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।