ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌

ପୁରୀ, ୧୨ା୯(ଅଜିତ ମହାନ୍ତି):କିଛି ମାସ ତଳେ ପୁରୀରୁ କୋଲକାତାକୁ ବନ୍ଦେ ଭାରତ ଏକ୍ସେପ୍ରେସ ଗଡ଼ିଥିଲା। ଖୁବଶୀଘ୍ର ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପଶ୍ଚିମ ଓଡ଼ିିଶାକୁ ଗଡ଼ିବାକୁ ଯାଉଛି। ନୂଆବର୍ଷ ପୂର୍ବରୁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲାକୁ ଗଡ଼ିବ ବୋଲି ସୂଚନା ମିଳିଛି। ଏନେଇ ସୋମବାର ପୁରୀରୁ ତାଳଚେର ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଟ୍ରାଏଲ ରନ୍‌ ଅନୁଷ୍ଠିତ ହୋଇଛି। ଟ୍ରାଏଲ ରନ୍‌ ବେଳେ ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେଶନରେ ୨ ମିନିଟ ଲେଖାଏ ଟ୍ରେନ ରହିଥିବା ସୂଚନା ମିଳିଛି।
ଟ୍ରାଏଲ ରନ୍‌ ପାଇଁ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ପୁରୀ ଷ୍ଟେଶନରୁ ସକାଳ ୯ଟା ୩୦ରେ ବାହାରିଥିଲା। ଏହି ଟ୍ରେନ ରାଉରକେଲା, ଝାରସୁଗୁଡ଼ା, ଅନୁଗୋଳ ଓ ତାଳଚେରକୁ ଯୋଡ଼ିିବ। ଏହି ଟ୍ରେନ୍‌ ରେଳଯାତ୍ରୀଙ୍କୁ ଦ୍ରୁତ, ଆରାମଦାୟକ ଓ ସୁବିଧାଜନକ ଭ୍ରମଣ ଅଭିଜ୍ଞତା ଦେଇ ଆସୁଛି। ରାଜଧାନୀରେ ଏକ୍ସପ୍ରେସ ତେଜସ୍‌ କୋଚ୍‌ ଶୁଭାରମ୍ଭ କରିବା ସମୟରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର-ରାଉରକେଲା ରୁଟ୍‌ରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ନେଇ ଘୋଷଣା କରିଥିଲେ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, ତାଳଚେର, ସମ୍ବଲପୁର, ସୁନ୍ଦରଗଡ଼ ଏବଂ ଝାରସୁଗୁଡ଼ା ଦେଇ ରାଉରକେଲା ଚଳାଚଳ କରିବା ଦ୍ୱାରା ପଶ୍ଚିମ ଓଡ଼ିଶାବାସୀ ଅଧିକ ଉପକୃତ ହେବେ। ପୁରୀ ଷ୍ଟେଶନ ସୁପରିଣ୍ଟେଣ୍ଡେଣ୍ଟ ତଥା ମ୍ୟାନେଜର ଦାୟିତ୍ୱରେ ଥିବା ରମାକାନ୍ତ ମହାରାଣାଙ୍କ କହିବା ଅନୁଯାୟୀ, ପୁରୀରୁ ରାଉଲକେଲାକୁ ଗଡ଼ିିବାକୁ ଥିବା ବନ୍ଦେ ଭାରତ ଏକ୍ସେପ୍ରେସ ଓଡ଼ିିଶା ପାଇଁ ଦ୍ୱିିତୀୟ। ପୂର୍ବରୁ ପୁରୀରୁ କୋଲକାତାକୁ ପ୍ରଥମ ଟ୍ରେନ୍‌ ଗଡ଼ିିଥିଲା। ତେବେ ବନ୍ଦେ ଭାରତ ଚଳାଚଳ କରିବା ଦ୍ୱାରା ଯାତ୍ରୀମାନେ ବହୁତ ସୁବିଧା ପାଇପାରିବେ। ସମସ୍ତ ପ୍ରକାର ସୁବିଧା ଏହି ଟ୍ରେନ୍‌ରେ ରହିଛି। କମ୍‌ ସମୟ ମଧ୍ୟରେ ଯାତ୍ରୀ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବେ। ଟ୍ରେନରେ ଦୁଇଟି କ୍ଲାସ୍‌ ରହିଛି। ସୋମବାର ଟ୍ରେନ୍‌ର ପ୍ରଥମ ଟ୍ରାଏଲ ରନ୍‌ କରାଯାଇଛି। ପ୍ରଥମ କରି ପୁରୀରୁ ତାଲଚେର ପର୍ଯ୍ୟନ୍ତ ଟ୍ରେନ୍‌ର ଟ୍ରାଏଲ ରନ୍‌ ହୋଇଛି। ପରେ ରେଳ ବିଭାଗ ପକ୍ଷରୁ ଟାଇମ ଟେବୁଲ ପ୍ରସ୍ତୁତ କରାଯିବ। ସେପ୍ଟେମ୍ବର ଶେଷ ଆଡ଼କୁ ଏହା ଚଳାଚଳ କରିପାରେ। ଟ୍ରେନ୍‌ ୧୧୦ କିମ ବେଗରେ ଗତି କରିବ। ପୁରୀରୁ ରାଉଲକେଲାକୁ ୬ଘଣ୍ଟା ସମୟ ଲାଗିବ। ଟ୍ରେନରେ ଅତ୍ୟାଧୁନିକ ସୁବିଧା ରହିଛି। ପୁରୀରୁ ରାଉଲକେଲାକୁ ସଂଯୋଗ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଯେଉଁ ପ୍ରୟାସ କରାଯାଇଛି ତାହା ଭଲ ପଦକ୍ଷେପ ବୋଲି ମହାରଣା କହିଛନ୍ତି। ସେହିପରି ଜିଆର୍‌ପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି କହିଛନ୍ତି, ଏହା ଗର୍ବର ବିଷୟ। ଦୁଇଟି ଟ୍ରେନ୍‌ ପୁରୀରୁ ଛାଡ଼ିିବ। ପଶ୍ଚିମ ଓଡ଼ିଶା ପାଇଁ ଏହା ନୂଆଖାଇ ଭେଟି। ଆଜି ଟ୍ରାଏଲ ରନ କରାଯାଇଛି। ପରେ କେଉଁ କେଉଁଠାରେ ଟ୍ରେନ ରହିବ ସେ ନେଇ ରେଲଓ୍ବେ ପକ୍ଷରୁ ସୂଚନା ପ୍ରଦାନ କରାଯିବ। ଏନେଇ ରେଲଓ୍ବେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅନ୍ୟ ଟ୍ରେନ ଅପେକ୍ଷା ବନ୍ଦେ ଭାରତ ଏକ୍ସେପ୍ରେସ ପ୍ରତି ଅଧିକ ସୁରକ୍ଷା ଦିଆଯାଉଛି। ଯେଉଁମାନେ ମହାପ୍ରଭୁ୍‌ଙ୍କ ଦର୍ଶନ କରିବାକୁ ଆସିବେ ସେମାନେ ଦର୍ଶନ କରି ସେହି ଦିନ ଫେରିପାରିବେ ବୋଲି ସେନାପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri