ରାସ୍ତାରେ ଗଛ ଉପୁଡ଼ିଲା, ଘର ଭାଙ୍ଗିଲା

କଟକ ଅଫିସ/ଖୁଣ୍ଟୁଣୀ, ୨୦ା୫(ଡି.ଏନ୍‌.ଏ.): କଟକ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଖୁବ୍‌ ଜୋରରେ ପବନ ବହିବା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅନେକ ସ୍ଥାନରେ ଗଛ ଭାଙ୍ଗି ପଡିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଥିଲା। ଶୁକ୍ରବାର ମଧ୍ୟାହ୍ନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇଥିଲା। ହେଲେ ସନ୍ଧ୍ୟାରେ ହଠାତ୍‌ ପବନ ବହିବା ସାଙ୍ଗକୁ ବର୍ଷା ହୋଇଥିଲା। ଲୋକମାନେ ତାତିରୁ ସାମାନ୍ୟ ଆଶ୍ୱସ୍ଥି ପାଇଥିଲେ। ହେଲେ ଝଡତୋଫାନରେ ତୁଳସୀପୁର, ବିଡାନାସୀ, କୃଷକ ବଜାର, ନୂଆପଡ଼ା ଅଞ୍ଚଳ ସମେତ ସତୀଚୌରା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଗଛଗୁଡିକ ଭାଙ୍ଗି ପଡିଥିଲା। ଫଳରେ ଯାତାୟତରେ ସମସ୍ୟା ହୋଇଥିଲା। ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମୁଖରେ ବନ୍ଧା ଯାଇଥିବା ବାଉଁଶଗୁଡିକ ଉପୁଡି ପଡିଥିଲା। କଚେରି ରୋଡ୍‌ରେ ଏକ ଗଛଡାଳ ପଡି ହୋଡିଂ ଭାଙ୍ଗି ଯାଇଥିଲା। ଏପରି କି ବାଲିସାହି ବସ୍ତି ଅଞ୍ଚଳରେ ଘର ଭାଙ୍ଗିଯିବା ସହ ଆଜବେଷ୍ଟସ ଉଡି ଯାଇଥିବା ଦେଖିବାକୁ ମିଳିଥିଲା। ପବନର ବେଗ କମିବା ପରେ ଅଗ୍ନିଶମ କର୍ମଚାରୀମାନେ ରାସ୍ତାରୁ ଗଛଗୁଡିକ ହଟାଇଥିଲେ।
ସେହିପରି ଖୁଣ୍ଟୁଣୀ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା। ପ୍ରବଳ ବେଗରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ପଡିଥିଲା। ଫଳରେ ଖୁଣ୍ଟୁଣୀ, ନଦୀକୂଳ, ଗୁରୁଡିଝାଟିଆ ଅଞ୍ଚଳ ଅନ୍ଧାରରେ ରହିଛି। ସମସ୍ତ ଯୋଗାଯୋଗ ଠପ ହୋଇଯିବାରୁ ନେଟ୍‌ ସେବା ବନ୍ଦ ରହିଛି। ରାତି ୧୦ଟା ପରେ ପୁନର୍ବାର ବର୍ଷା ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହେବା ସମ୍ଭବ ନୁହେଁ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଝଡତୋଫାନ୍‌ ଯୋଗୁ ଖୁଣ୍ଟୁଣୀ ଥାନା ନିକଟରେ କେତେକ ଦୋକାନର ଆଜବେଷ୍ଟସ ଉଡିଯାଇଥିଲା। କଣ୍ଡରେଇ ପଞ୍ଚାୟତ ଅନ୍ତର୍ଗତ ଡାଳୁଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଗଛ ଉପୁଡିଯିବାରୁ ପାଚେରି ଭାଙ୍ଗିଯାଇଥିଲା। ଏଥିସହ ବିଦ୍ୟୁତ୍‌ ତାର ଛିଣ୍ଡି ପଡିଥିଲା। ସେହିପରି ବଡ଼ ଗଛ ଭାଙ୍ଗି ପଡିବାରୁ ଖୁଣ୍ଟୁଣୀ-କଣ୍ଡରେଇ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କପୁରସିଂରୁ କଖଡ଼ିକୁ ସଂଯୋଗ କରୁଥିବା ରାସ୍ତାର ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବାରୁ ଯାନବାହନ ଚଳାଚଳ ଠପ ହୋଇଯାଇଛି। ନୂଆପାଟଣା-ଆଠଗଡ଼ ରାସ୍ତାର ପ୍ରସନ୍ନାପୁରଠାରେ ଏକ ଆମ୍ବଗଛ ଭାଙ୍ଗି ପଡିବାରୁ ପ୍ରାୟ ୧ ଘଣ୍ଟା ପାଇଁ ଯାତାୟାତରେ ସମସ୍ୟା ହୋଇଥିଲା। ଅନେକ ସ୍ଥାନରେ ଚାଳ ଛପର ଉଡିଯାଇଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri