ରାସ୍ତାରେ ଗଛ ପଡ଼ି ଅବରୋଧ

ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର କୁଡ଼ିମୁଞ୍ଜାଠାରୁ ଡକରବାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ବିରାଟକାୟ ଗଛ ଉପୁଡ଼ି ପଡ଼ିବା ସହ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିରହିଛି। ଫଳରେ ଡକରବାଡ଼ିଠାରୁ ଗବାଟବାଡ଼ି ଦେଇ ସିମନବାଡ଼ି-ରାଇକିଆ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି। ଫଳରେ ଡକରବାଡ଼ି, ଗବାଟବାଡ଼ି ଗ୍ରାମବାସୀ ସ୍ବାସ୍ଥ୍ୟସେବା ସହ ଜରୁରୀକାଳିନ ସେବା ପାଇବାରୁ ହଇରାଣ ଭୋଗୁଛନ୍ତି। ସେହିପରି ଉକ୍ତ ରାସ୍ତାରୁ ପିଚୁ ଉଠିଯାଇ କାଦୁଅ ଓ ଖାଲଖମାରେ ପରିଣତ ହୋଇଛି। ଗର୍ଭବତୀ ମହିଳା କି ଅନ୍ୟ କୌଣସି ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପହଞ୍ଚାଇବା ମୁସ୍କିଲ ହେଉଥିବା ଗବାଟବାଡ଼ି ଗ୍ରାମର ଫ୍ରାଞ୍ଚାଇସ ପ୍ରଧାନ, ମନୋଜ ପ୍ରଧାନ, ଦାନୁଙ୍ଗା ପ୍ରଧାନ ପ୍ରମୁଖ କହିଛନ୍ତି। ଅଟୋ ଚାଲାକ ନୀଳମଣି ସାହୁ କହିଛନ୍ତି ଯେ, ଏଭଳି ରାସ୍ତା ଉପରେ ଗଛ ପଡ଼ି ଅବରୋଧ ହେବାର ଏକ ସପ୍ତାହ ବିତିଯାଇଥିଲେ ସୁଦ୍ଧା କୌଣସି ଗ୍ରାମ୍ୟ ଉନ୍ନୟନ ବିଭାଗ କିମ୍ବା ବିଦ୍ୟୁତ ବିଭାଗ କର୍ମଚାରି ଗବାଟବାଡ଼ିରେ ପହଞ୍ଚି ନ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରମାକାନ୍ତ ପଟ୍ଟନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ଏସମ୍ପର୍କରେ ସେ ଜାଣି ନ ଥିଲେ ସେ ଶୁଣିଲେ ଘଟଣାସ୍ଥଳକୁ ଯାଇ ଦେଖି ପଦକ୍ଷେପ ନେବେ ବୋଲି କହିଛନ୍ତି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ଶିବପ୍ରଦାଡ଼ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଗବାଟବାଡ଼ିଠାରୁ କୁଡ଼ିମୁଞ୍ଜାକୁ ନୂତନ ବିଦ୍ୟୁତ ସଂଯୋଗ କରାଯାଉଛି। ଉକ୍ତ ତାର ଛିଣ୍ଡିବା ସହ ବିଦ୍ୟୁତଖୁଣ୍ଟ ଭାଙ୍ଗିଛି। ତାକୁ ଠିକା ସଂସ୍ଥାକୁ କହି ମରାମତି କରାଯିବ ବୋଲି କହିଛନ୍ତି ଉକ୍ତ ନୂତନ ଲାଇନରେ ବିଦ୍ୟୁତ୍‌ ସଂଯୋଗ କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ପ୍ରତିଶ୍ରୁତି ରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ବିଡିଓ: ଉଠା ଦୋକାନୀଙ୍କୁ ମିଳିବ ନ୍ୟାୟ

ଦାରିଙ୍ଗବାଡି,୧୪।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ଉଠା ଦୋକାନୀଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଥଇଥାନ ପାଇଁ ପଦକ୍ଷେପ ଜୋରଦାର ଆରମ୍ଭ ହୋଇଯାଇଛି।…

ନିଶାମୁକ୍ତ ହେବ ସୋନପୁର ଅଞ୍ଚଳ: ବସିଲା ବୈଠକ, ଏକାଠି ହେଲେ ମହିଳା ସଂଗଠନ, ଦେଲେ ଚେତାବନୀ

ଦାରିଙ୍ଗବାଡି, ୧୩।୨ (ଅରୁଣ ସାହୁ): ଦିନକୁ ଦିନ ଚୋରାମଦ କାରବାର ବୃଦ୍ଧି ପାଉଛି ।  ଅବାଧରେ ବିକ୍ରିବଟା ମଧ୍ୟ ଚାଲିଛି । ଏହି ବ୍ୟବସାୟ କରୁଥିବା ଲୋକଙ୍କ…

ତାତିଲେ ଉଠା ଦୋକାନୀ, ଘେରିଲେ ତହସିଲ କାର୍ଯ୍ୟାଳୟ: ପ୍ରତିଶ୍ରୁତି ଦେଲା ପ୍ରଶାସନ

ଦାରିଙ୍ଗବାଡି, ୧୩।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ କଡ଼ରେ ଉଠା ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଛି। କିନ୍ତୁ ସମସ୍ତ ଉଠା…

୨୦୨୬ବଜେଟ ଉପସ୍ଥାପନା ସହ ଭାଜପାର ସମର୍ପଣ ଦିବସ ପାଳିତ, ସରକାରଙ୍କ ଭିବି-ଜି-ରାମଜୀ ଯୋଜନା ସମ୍ପର୍କରେ ଆଲୋଚନା

ଦାରିଙ୍ଗବାଡି, ୧୨।୨ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଭାଜପାର ଶକ୍ତିକେନ୍ଦ୍ର ଠାରେ ଚଳିତ ବଜେଟ ଉପସ୍ଥାପନା ଏବଂ ଭାଜପାର ସମର୍ପଣ ଦିବସ ପାଳିତ…

ଓ୍ବାଶିଂ ମେଶିନରେ ନିଆଁ ଲାଗି ୨ ମହଲାକୁ ବ୍ୟାପିଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଦାରିଙ୍ଗବାଡ଼ି,୧୨ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାରରେ ଏକ ୩ ମହଲା କୋଠାରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟ ହୋଇଥିବା ଜଣାପଡ଼ିଛି।…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri