ଝଡବତାସରେ ଭାଙ୍ଗିଲା ଗଛ, ବିଦ୍ୟୁତ୍‌ ସେବା ବନ୍ଦ

ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କାଳବୈଶାଖୀ ପ୍ରଭାବରେ ଝଡ଼ବତାସ ଓ ବର୍ଷା ହୋଇଛି। ବର୍ଷା ଯୋଗୁ କ୍ଷେତ, ଖଳାରେ ରହିଥିବା ଅମଳ ଧାନ ଭିଜି ଯାଇଛି।

କେବଳ ସେତିକି ନୁହେଁ, ଝଡବତାସରେ ପବନର ବେଗ ଏତେ ତୀବ୍ର ଥିଲା ଯେ, ବିଭିନ୍ନ ସ୍ଥାନରେ ଗଛଗୁଡ଼ିକ ଭାଙ୍ଗି ରାସ୍ତା ଓ ବିଦ୍ୟୁତ୍‌ ତାର ଉପରେ ପଡିଛି। ଫଳରେ ଯାତାୟାତ ଓ ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି।

ବରଗଡ଼ ଗାନ୍ଧୀ ଛକରେ ଏକ ଗଛ ଭାଙ୍ଗି ପଡିବାରୁ ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି। ସା ୭ଟାରୁ ରାତି ୯ଟା ୩୦ସୁଦ୍ଧା ସହରର ବିଭିନ୍ନ ଅଞ୍ଚଳକୁ ବିଦ୍ୟୁତ୍‌ ସେବା ଯୋଗାଇବା ସ୍ବାଭାବିକ ହୋଇପାରି ନ ଥିଲା। ଫଳରେ ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡିଛି। ବିଭାଗୀୟ କର୍ମଚାରୀମାନେ ଭାଙ୍ଗିଲା ଗଛ ହଟାଇବା ସହିତ ବିଦ୍ୟୁତ୍‌ ସେବା ଯୋଗାଣକୁ ସ୍ବାଭାବିକ କରିବା ପାଇଁ ଲାଗି ପଡିଛନ୍ତି। ଜିଲାର ଭେଡେନ, ଅତାବିରା ସମେତ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଉପୁଜିଥିବା ସୂଚନା ମିଳିଛି।

Share