ପରିବେଶ ସଚେତନତା ପ୍ରତି ଗଛ ସାର୍‌ଙ୍କ ଗୁରୁତ୍ୱ

ଖଣ୍ଡପଡ଼ା,୨୦ା୧(ସ୍ବ.ପ୍ର.):ମଣିଷ ପ୍ରତି ମୁହୁର୍ତ୍ତରେ ପ୍ରକୃତି ଓ ପରିବେଶକୁ କ୍ଷତାକ୍ତ କରିଚାଲିଛି ା ସୃଷ୍ଟିର ସର୍ବ ଶ୍ରେଷ୍ଠ ଜୀବ ଭାବେ ମଣିଷ ନିଜକୁ ପରିଚିତ କରାଉଥିବା ବେଳେ ତା’ର ସ୍ବାର୍ଥପରତା ଯୋଗୁ ସମୁଦାୟ ଜୀବଜଗତ ଦିନେ ଲୋପ ପାଇବ ା ବୃକ୍ଷହିଁ ପରିବେଶର ମୁଖ୍ୟ ସମ୍ପଦ, ଏହି ବୃକ୍ଷ ଦ୍ୱାରା ଆସନ୍ନ ବନ୍ୟା, ବାତ୍ୟାକୁ ପ୍ରତିହତ କରିବା ସମ୍ଭବ ହୋଇ ପାରିବ ବୋଲି ଖଣ୍ଡପଡ଼ା ବ୍ଲକ୍‌ ଅଧୀନ କଣ୍ଟିଲୋର ଗଛସାରା ଭାବେ ପରିଚିତ ଅନ୍ତର୍ଯ୍ୟାମୀ ସାହୁ କହିଛନ୍ତି ା ବୃକ୍ଷ ଉତ୍ତାପକୁ ନିୟନ୍ତ୍ରଣ କରିବା ଦ୍ୱାରା ମାନବ ସମାଜ ସ୍ଥିତି ସମ୍ଭବ ହୋଇ ପାରିଛି ା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ପାହାଡ ପର୍ବତ ଓ ପରିବେଶର ସୁରକ୍ଷା ସହ ଚାରା ରୋପଣ ତଥା ସେହି ବୃକ୍ଷକୁ ବଞ୍ଚାଇ ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ା ବନ ବଞ୍ଚତ୍ଲେ ଜନେ ବଞ୍ଚତ୍ବେ ା ଏଥିପାଇଁ ବିଭିନ୍ନ ପର୍ବପର୍ବାଣୀରେ ଆମ୍ବ ଡାଳ,ପତ୍ର ଓ ଅଡୁଙ୍ଗା ଗଛ ବ୍ୟବହାର ନ କରିବାକୁ ସେ ଅନୁରୋଧ କରିଛନ୍ତି ା ଘରେ ହେଉ କି ଶିକ୍ଷାନୁଷ୍ଠାନରେ ସରସ୍ବତୀ ଓ ଗଣେଶ ପୂଜାରେ ଆମ୍ବଗଛର ଡାଳପତ୍ର ଓ ଅଡୁଙ୍ଗା ଗଛରେ ତୋରଣ ନିର୍ମାଣ କରାଯାଇଥାଏ ା ହେଲେ ପୂଜା ସରିବା ପରେ ସେହି ଡାଳପତ୍ର କୌଣସି କାମରେ ଲାଗେ ନାହିଁ ା ତାହା ରାସ୍ତା କଡ଼ରେ ପଡି ନଷ୍ଟ ହୁଏ ା ସେଥିପାଇଁ ଏପରି ବୃକ୍ଷ ଲତାକୁ ନଷ୍ଟ ନ କରିବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ା ଏହି ଅବସରରେ ସେ ନିଜ ହାତରେ ତିଆରି କରିଥିବା ସଚେତନତା ପୋଷ୍ଟର ପ୍ରଦାନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri