କୋରାପୁଟ,୧୪ା୫(ଅମିତାଭ ବେହେରା): କୋରାପୁଟ ସହରର ୨୬ନଂ.ଜାତୀୟ ରାଜପଥ ପାର୍ଶ୍ୱ ତଥ କଳାନିକେତନ ଛକ ନିକଟରେ ଏକ ପୁରୁଣା ବରଗଛ ଭାଙ୍ଗି ପଡ଼ିବାରୁ ରାସ୍ତା ଅବରୋଧ ହୋଇଥିଲା। ହେଲେ ପାଖରେ ଥିବା ବିଦ୍ୟୁତ୍ ଖୁଣ୍ଟ ସହ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
କଳାନିକେତନ ଛକ ତଥା ବାବା ଆଖଣ୍ଡଳମଣି ମନ୍ଦିର ପାର୍ଶ୍ୱରେ ଥିବା ଏହି ପୁରୁଣା ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଗଛ ପଡ଼ିବାରୁ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ପୌରପାଳିକା କର୍ମଚାରୀ ଓ ସ୍ଥାନୀୟ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ ଡାଳକୁ କାଟି ହଟାଇଥିଲେ।