ବରଗଛ ମୂଳେ ବ୍ୟାଙ୍କ ସେବା, ଗ୍ରାମାଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା

ପଟ୍ଟାଙ୍ଗୀ୨୩ା୫(ଡି.ଏନ.ଏ.): ବର୍ତ୍ତମାନ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେଉଛି। ଟେଲି ନେଟୱାର୍କ ସୁବିଧା ଥିବା ଅଞ୍ଚଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଛି। କିନ୍ତୁ ନେଟୱର୍କ ନ ଥିବା କିମ୍ବା ସମସ୍ୟା ଉପୁଜୁଥିବା ଅଞ୍ଚଳରେ ଲୋକଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ସୀମାନ୍ତ ଜିଲାଗୁଡ଼ିକର ଗ୍ରାମାଞ୍ଚଳରେ ଏହି ସମସ୍ୟା ବେଶି ଦେଖିବାକୁ ମିଳିଥାଏ। ବ୍ୟାଙ୍କକୁ ଭତ୍ତା ଟଙ୍କା ନେବାକୁ ଆସି ହିତାଧିକାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକର ଦେଓପଟ୍ଟାଙ୍ଗୀ ପଞ୍ଚାୟତ ଏହାର ଏକ ଉଦାହରଣ।
ଉକ୍ତ ପଞ୍ଚାୟତ ବ୍ଲକ ସଦର ମହକୁମାରୁ ୮ କିଲୋମିଟର ଦୂରରେ ରହିଛି। ପଞ୍ଚାୟତରେ ନେଟୱର୍କ ସୁବିଧା ନ ଥିବାରୁ ସମସ୍ତ ସରକାରୀ କାର୍ଯ୍ୟ ସମ୍ପାଦନ ବେଳେ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥାଏ। ଜରୁରୀ କାର୍ଯ୍ୟ ସମୟରେ ପଞ୍ଚାୟତ କାର୍ଯ୍ୟ ସଲପଗୁଡା ତଥା କରଞ୍ଜଗୁଡା ଛକରେ ଥିବା ବରଗଛ ମୂଳେ ହୋଇଥାଏ। ଏଠାରେ ଲୋକଙ୍କ ଭିଡ ଜମିଥାଏ। ଏବେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ସଞ୍ଚୟ ଖାତାକୁ ଆସୁଛି। ଦେଓପଟ୍ଟାଙ୍ଗୀ ପଞ୍ଚାୟତରେ ନେଟୱର୍କ ସୁବିଧା ନ ଥିବାରୁ ପଞ୍ଚାୟତ ପାଇଁ ଏକ କିଓକ୍ସି ବ୍ୟାଙ୍କ ସୁବିଧା କରାଯାଇଛି। ତେବେ ନେଟ୍‌ଓ୍ବର୍କ ସମସ୍ୟା ହେତୁ ବ୍ୟାଙ୍କର କୌଣସି କାର୍ଯ୍ୟ ହୋଇପାରୁନାହିଁ। ଫଳରେ ପ୍ରତ୍ୟେକ ଦିନ ଏହି ବ୍ୟାଙ୍କର ଜଣେ ମହିଳା କର୍ମଚାରୀ ଉପରୋକ୍ତ ଛକରେ ଥିବା ବରଗଛ ତଳେ ନେଟୱର୍କ ଆସୁଥିବା ସ୍ଥାନରେ ବସି କାମ କରୁଥିବା ଦେଖିବାକୁ ମିଳୁଛି। ହିତାଧିକାରୀ ପହଞ୍ଚତ୍ ଭତ୍ତା ଟଙ୍କା ନେବା ସହ ନିଜ ସଞ୍ଚୟ ଖାତାରେ ଭତ୍ତା ଟଙ୍କା ସମ୍ପର୍କିତ ବିବରଣୀ ପାଇଁ ଭିଡ ଜମାଇଥାନ୍ତି। ଏପରି ସମସ୍ୟା ପଞ୍ଚାୟତରେ ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ଲାଗି ପ୍ରଶାସନିକ ସ୍ତରରେ କୌଣସି ଉଦ୍ୟମ ହେଉନାହିଁ। ଏ ସମ୍ପର୍କରେ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଜିଲାପାଳଙ୍କ ସହ ଆଲୋଚନା କରି ନେଟୱର୍କ ସମସ୍ୟା ସମାଧାନ କରିବି ବୋଲି ପ୍ରକାଶ କରିଛନ୍ତି। ଏନେଇ ସରପଞ୍ଚ ନରେନ୍ଦ୍ର ବଡନାୟକଙ୍କୁ ପଚାରିବାରୁ ସେ କହିଲେ ନିକଟରେ ପଞ୍ଚାୟତକୁ ଗସ୍ତରେ ଆସିଥିବା ଏମ୍‌ପି ସପ୍ତଗିରି ଉଲାକାଙ୍କୁ ଭେଟି ଏହି ନେଟୱର୍କ ସମସ୍ୟା ସମ୍ପର୍କରେ ଜଣାଇଛି। ଏଠାରେ ଏକ ଟାୱାର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିବା ବଡନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri