୧୦୦ ବଦଳରେ ୨୭ ବେଡ୍‌ରେ ଚିକିତ୍ସା

ସମ୍ବଲପୁର,୪।୧(ବ୍ୟୁରୋ): ବହୁ ବାଦବିବାଦ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-୧୯ ମେଡିକାଲ କରାଯାଇଥିଲା। ତେବେ କୋଭିଡ ମେଡିକାଲ ଗତ ନଭେମ୍ବର ୧୯ରୁ ଭିମ୍‌ସାର ସ୍ଥାନାନ୍ତର ହେବା ପରେ ମଧ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତିରେ ସୁଧାର ଆସିନାହିଁ। ସେ ସମୟରେ ଯାହାକୁ ନେଇ ଭୟ କରାଯାଉଥିଲା ଏବେ ତାହା ସତ ହୋଇଛି । ମେଡିସିନ ବିଭାଗରେ ମହିଳା ଓ ପୁରଷଙ୍କ ପାଇଁ ୧୦୦ ଶଯ୍ୟା ରହିଥିଲା। ଏବେ କେବଳ ୨୭ ଶଯ୍ୟା ରହିଛି। ତେଣୁ ରୋଗୀ ଚିକିତ୍ସାରେ ବାଧା ଉପୁଜିଛି। କୋଭିଡ ସମୟରେ ପୁରଷ ମେଡିସିନ ୱାର୍ଡକୁ ଆଇସିୟୁଓ ମହିଳା ମେଡିସିନ ୱାର୍ଡକୁ ଆଇସୋଲେସନ ୱାର୍ଡ କରାଯାଇଥିଲା। ପୂର୍ବରୁ ପଡିଥିବା ବେଡ ସଂଖ୍ୟାରେ ଏବେ ହ୍ରାସ ପାଇଛି। ଏବେ ପ୍ରତିଦିନ ଆସୁଥିବା ରୋଗୀଙ୍କ ପାଇଁ ଚିକିତ୍ସାରେ ବାଧା ହେଉଛି। ପ୍ରତିଦିନ ୧୦ରୁ ୧୨ ଜଣ ରୋଗୀ ମେଡିସିନ ବିଭାଗରେ ଭର୍ତ୍ତି ହେଉଛନ୍ତି। ତାହା ତୁଳନାରେ ୩ରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ତେଣୁ ରୋଗୀ ମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବା କଷ୍ଟକର ହୋଇ ପଡିଛି। ଏବେ ଶୀତ କାକରରେ ରୋଗୀ ଓ ସମ୍ପର୍କୀୟମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଡାକ୍ତରମାନେ ଶଯ୍ୟା ଅଭାବରୁ ଭିମ୍‌ସାରକୁ ରୋଗୀ ସ୍ଥାନାନ୍ତର କରୁଛନ୍ତି । ଫଳରେ ସେମାନେ ହଇରାଣ ଓ ଖର୍ଚ୍ଚାନ୍ତ ହେଉଛନ୍ତି। ଛୋଟ ଓ ସାଧାରଣ ରୋଗୀମାନେ ମଧ୍ୟ ବାଧ୍ୟ ହୋଇ ଘରୋଇ ମେଡିକାଲକୁ ଯାଉଛନ୍ତି। ଏ ଦିଗରେ ଜିଲା ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଏଡିିଏମ୍‌ଓ ଅଲେଖ ମହାପାତ୍ର କହିଛନ୍ତି ଯେ, ସମସ୍ୟା ଉପରେ ଅବଗତ ରହିଛୁ। ଏ ନେଇ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହାର ସମାଧାନ ହୋଇଯିବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, ଜିଲା ସଦର ଡାକ୍ତରଖାନାକୁ ପ୍ରତିଦିନ ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ରୋଗୀମାନେ ଚିକିତ୍ସା ପାଇଁ ଆସନ୍ତି। କୋଭିଡ ମେଡିକାଲ ବନ୍ଦ ହେବା ପରେ ରୋଗୀ ସଂଖ୍ୟାରେ ବୃଦ୍ଧି ପାଇଛି । ଏବେ ଏହି ଡାକ୍ତରଖାନାରେ ବିଭିନ୍ନ ସମସ୍ୟା ଲାଗି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଭଞ୍ଜନଗର,୨୭।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ସାଲୁଆପଲ୍ଲୀରେ ୨୦୧୫ରେ ଘଟିଥିବା ସୁନୀତା ନାଇକ (ବିଶୋଇ) ହତ୍ୟା ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଭଞ୍ଜନଗର...

ଭଙ୍ଗା କାନ୍ଥ ତଳୁ ୩ ଉଦ୍ଧାର

ବେତନଟୀ,୧୧ା୧୧(ଡି.ଏନ୍‌.ଏ.)- ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ କାନ୍ଥ ତଳେ ଚାପିହୋଇ ରହିଥିବା ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଶନିବାର ରାତିରେ ମୟୂରଭଞ୍ଜ...

ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି...

ଚାକିରି କରାଇଦେବା ନାଁରେ ୭୦ ଲକ୍ଷ ଠକେଇ କରି ମହିଳା ଫେରାର, ଟାଉନ୍‌ ଥାନାରେ ମାମଲା ରୁଜୁ

ବଲାଙ୍ଗୀର ଅଫିସ,୭।୧୨: ବଲାଙ୍ଗୀର ସହରରେ ଘର ଭଡ଼ା ନେଇ ରହୁଥିବା ଯାଜପୁର ଜିଲାର ଜଣେ ମହିଳା ଚାକିରି କରାଇଦେବା ନାଁରେ ପ୍ରାୟ ୭୦ ଲକ୍ଷ ଟଙ୍କା...

ବେଆଇନ ମାଟି ଖୋଳା, ବଢ଼ୁଛି ଅସନ୍ତୋଷ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର କୃଷ୍ଣପୁର, ବିରସ, ବିଦେଇପୁର, ନାୟକାଣିଡିହି, ବାଲିମେଦ, କମାରଗାଁ, ଏଡ଼ତାଳ, ବ୍ରାହ୍ମଣଗାଁ ଓ ସଦର ରାଜସ୍ବ ସର୍କଲରେ ବେଆଇନ...

ବାରବାଟୀରେ ଭାରତୀୟ ଦଳର ଅଭ୍ୟାସ: କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼

କଟକ ଅଫିସ,୨୧।୧୨: ରବିବାର ବାରବାଟୀରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ଦିନିକିଆ କ୍ରିକେଟ ସିରିଜର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ୍‌। ଏହା ପୂର୍ବରୁ...

ଲୀନହେବ ଟାଗୋରଙ୍କ ପାଥେରପୁରୀ

ପୁରୀ ଅଫିସ,୨୦ା୧୦: ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନା ପୀଠ ‘ପାଥେରପୁରୀ’ ବିଲୀନ ହେବାକୁ ଯାଉଛି। ଶହେ ବର୍ଷରୁ ଊର୍ଦ୍ଧ୍ୱ ଏହି ପୁରାତନ ସ୍ମୃତିପୀଠ ଐତିହ୍ୟ ମାନ୍ୟତା...

ଡଙ୍ଗାପାଳ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଛେଣ୍ଡିପଦା,୨୭।୪(ସ୍ବ.ପ୍ର): ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ନୂଆଗାଁ ଗ୍ରାମ ପଞ୍ଚାୟତର ଡଙ୍ଗାପାଳ ଗାଁକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବେ...

Advertisement
Archives

Model This Week