ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ ୨୦ ମୃତ କଇଁଛ ଦେଖିବା ପରେ ବାଲିରେ ରବିବାର ପୋତିଛନ୍ତି। ଅପରପକ୍ଷରେ ନିଷିଦ୍ଧାଞ୍ଚଳରେ ବୋଟ୍‌, ଟ୍ରଲର ପଶି ଆସିଥିବା ଦର୍ଶାଇ ବନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉଛି। କଟକଣାର ୨ମାସ ମଧ୍ୟରେ ୨୦ରୁ ଊର୍ଦ୍ଧ୍ୱ ବୋଟ୍‌, ଟ୍ରଲର ଜବତ ହୋଇଛି। କଟକଣା ସତ୍ତ୍ୱେ ଏହି ନିଷିଦ୍ଧାଞ୍ଚଳ ମାଛ ବ୍ୟବସାୟୀଙ୍କ କବଳକୁ ଚାଲିଯାଇଛି। ପାଟ୍ରୋଲିଂ ବୋଟ୍‌ ଖରାପ ହୋଇଥିବା ବେଳେ ଜବତ ବୋଟ୍‌, ଟ୍ରଲରଗୁଡ଼ିକ କୋର୍ଟରୁ ତୁରନ୍ତ ଖଲାସ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳ ଏକ ପ୍ରକାର ଅସୁରକ୍ଷିତ ହୋଇପଡ଼ିଛି ବୋଲି ସ୍ଥାନୀୟ ପରିବେଶବିତ୍‌ମାନେ ମତ ଦେଇଛନ୍ତି।
ଏ ସମ୍ପର୍କରେ ପ୍ରକୃତିପ୍ରେମୀ ମନୋଜ କୁମାର ନାୟକ କହିଛନ୍ତି, ୨୦୨୨ ନଭେମ୍ବରରୁ ଆସନ୍ତା ମେ ମାସ ପର୍ଯ୍ୟନ୍ତ ଗହୀରମଥାର ସାମୁଦ୍ରିକ ଅଞ୍ଚଳକୁ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ପାଇଁ କଟକଣା ହୋଇଛି। ଏହି ସମୟରେ ବନ ବିଭାଗ, ସାମୁଦ୍ରିକ ଥାନା ଓ ତଟରକ୍ଷା ବାହିନୀ ପକ୍ଷରୁ ସମୁଦ୍ର ମଧ୍ୟରେ କଇଁଛଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା କଥା। ତେବେ ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ହାଟ ବସୁଥିବା ବେଳେ ମାଛଧରା ସୁରୁଖୁରୁରେ ଚାଲିଛି। ଏହି ବେଆଇନ କାର୍ଯ୍ୟ ପାଇଁ ପ୍ରତିବର୍ଷ କୋଟିଏରୁ ଅଧିକ ଟଙ୍କା ଡିଲ୍‌ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ପରିବେଶବିତ ରମେଶ ଚନ୍ଦ୍ର ଜେନା କହିଛନ୍ତି, ବୋଟ୍‌, ଟ୍ରଲର ଚଳାଚଳ ଫଳରେ ସଂଖ୍ୟାଧିକ ଅଲିଭ୍‌ ରିଡ୍‌ଲେ କଇଁଛର ମୃତ୍ୟୁ ହୋଇଛି। ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ ସତ୍ତ୍ୱେ ବୋଟ୍‌, ଟ୍ରଲରରେ ଟିଇଡି (ଟର୍ଟଲ ଏକ୍ସକ୍ଲୁଡର ଡିଭାଇସ୍‌) ବ୍ୟବହାର ହେଉନାହିଁ। ସେହିପରି ୬କୋଟି ଟଙ୍କା ବ୍ୟୟରେ କ୍ରୟ ହୋଇଥିବା ବନ ବିଭାଗର ୨ ବୋଟ୍‌ ମଧ୍ୟରୁ ଗୋଟିଏ ଖରାପ ହୋଇ ଦୀର୍ଘଦିନ ଧରି ପଡ଼ିରହିଛି। ପୂର୍ବରୁ କଟକଣା ଅବଧି ମଧ୍ୟରେ ଜବତ ବୋଟ୍‌ ,ଟ୍ରଲର ଛାଡ଼ପାଉ ନ ଥିଲେ। ଏବେ ଜବତ ବୋଟ୍‌, ଟ୍ରଲରଗୁଡିକ କୋର୍ଟରୁ ତୁରନ୍ତ ରିଲିଜ ହେଉଥିବାରୁ ମାଲିକମାନେ ମାଛଧରା କାର୍ଯ୍ୟରେ ଲଗାଇବାକୁ ସକ୍ଷମ ହେଉଛନ୍ତି। ସାମୁଦ୍ରିକ ଜୀବ ସୁରକ୍ଷା ସମିତିର ସଭାପତି ପ୍ରକାଶ ଚନ୍ଦ୍ର ଦାସ କହିଛନ୍ତି, କଇଁଛଙ୍କ ଅଣ୍ଡାଦେବା ସ୍ଥାନ ଏବେ ସଙ୍କଟରେ ଅଛି। ବାବୁବାଲି, ମାଦଳି, ଏକକୁଳା ଆଦିରେ ତଟକ୍ଷୟ ଜାରି ରହିଛି। ବନ ବିଭାଗ ଏହି ଅଞ୍ଚଳର ତଟକ୍ଷୟ ପ୍ରତି ସ୍ବତନ୍ତ୍ର ଯୋଜନା ମାଧ୍ୟମରେ ସୁରକ୍ଷା ଯୋଗାଇବା କଥା। ତେବେ ଏଥିନେଇ କୌଣସି ତପତ୍ରତା ନାହିଁ। ପରିବେଶବିତ ହେମନ୍ତ କୁମାର ରାଉତ କହିଛନ୍ତି, ପୂର୍ବରୁ ଚନ୍ଦ୍ରଭାଗା ଓ ହରଚଣ୍ଡୀ ତଟାଞ୍ଚଳକୁ ଅଲିଭ୍‌ ରିଡ୍‌ଲେ ଆସୁଥିଲେ। ପରିବେଶ ନଷ୍ଟ ଓ ବେଆଇନ ଟ୍ରଲର ଚଳାଚଳ ଯୋଗୁ ୨୦୧୨ ମସିହାରୁ ଏହି ଅଞ୍ଚଳରେ ସମୂହ ଅଣ୍ଡାଦାନ ହେଉନାହିଁ। ପ୍ରାୟ ୧୦୦୦ ଅଣ୍ଡାରୁ ମାତ୍ର ଗୋଟିଏ ଏହି ଅଲିଭ୍‌ ରିଡ୍‌ଲେ ବିରଳ କଇଁଛ ପ୍ରାପ୍ତ ବୟସ୍କ ହେଉଥିବାରୁ ଏହାର ସୁରକ୍ଷା ନିହାତି ଜରୁରୀ। ଭିତରକନିକା ଅଞ୍ଚଳରେ ବେଆଇନ ବସବାସ ଓ ଚିଙ୍ଗୁଡ଼ି ଘେରି ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବିପଦ ହୋଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଗହୀରମଥା ରେଞ୍ଜ ଅଫିସର ମାନସ ଚନ୍ଦ୍ର ଦାସଙ୍କୁ ପଚାରିବାରେ ଅଲିଭ୍‌ ରିଡ୍‌ଲେଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ୨ ମାସ ମଧ୍ୟରେ ୨୦ ବୋଟ୍‌, ଟ୍ରଲର ସମେତ ଶତାଧିକ ବେଆଇନ ପ୍ରବେଶକାରୀଙ୍କୁ ଗିରଫ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri