ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା ଦେଖି ଦୀଘା ଫିସାର ଏଣ୍ଡ ଫିସେସ ଏସୋସିଏଶନ ପକ୍ଷରୁ ଅନ୍ୟ ଏକ ଟ୍ରଲର ସେଠାକୁ ଯାଇ ଉକ୍ତ ଟ୍ରଲରକୁ ଉଦ୍ଧାର କରି ବୁଧୁବାର କୂଳକୁ ଅଣାଯାଇଛି। ଏହି ଟ୍ରଲରେ ଥିବା ୭ ଜଣ ମତ୍ସ୍ୟଜୀବୀଙ୍କୁ ଅଚେତବସ୍ଥାରେ ଉଦ୍ଧାର କରାଯାଇ ଦୀଘା ଜେନାରାଲ ଷ୍ଟେଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମତ୍ସ୍ୟଜୀବୀଙ୍କ ଅବସ୍ଥାର ଉନ୍ନତି ଘଟିଥିବା ବେଳେ ସେମାନେ ବିପଦମୁକ୍ତ ଅଛନ୍ତି ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି

ମିଳିଥିବା ସୂଚନା ଅନୁଯାୟୀ, ଆନ୍ଧ୍ରଉପକୂଳରୁ ୭ଜଣ ମତ୍ସ୍ୟଜୀବୀଙ୍କୁ ଧରି ଆଇଏନଡିଏପିଭି ୫ ନାମକ ଟ୍ରଲର ଗତ ୩ ତାରିଖରୁ ସମୁଦ୍ରରେ ନିଖୋଜ ହୋଇଥିଲା। ଉପକୂଳରକ୍ଷୀ ବାହିନୀ ଖୋଜାଖୋଜି ପରେ ଦୀଘା ଉପକୂଳ ଗଭୀର ସମୁଦ୍ରରେ ଭାସମାନ ଅବସ୍ଥାରେ ଟ୍ରଲର ଠାବ କରାଯାଇଥିଲା।

Share