ଜାହାଜ ଦୁର୍ଘଟଣା ପରେ ବି ଚେତୁନାହାନ୍ତି ଟ୍ରଲର ମାଲିକ, ବିପଦସଙ୍କୁଳ ଅବସ୍ଥାରେ ଚାଲିଛି ମାଛଧରା

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ୧୦ହଜାରରୁ ଅଧିକ ପାରମ୍ପରିକ ମତ୍ସ୍ୟଜୀବୀ ବଙ୍ଗୋପସାଗର ଉପରେ ନିର୍ଭର କରନ୍ତି। ମାଛ ଧରିଲେ ପରିବାର ପୋଷଣ ହୋଇଥାଏ। ଏମାନଙ୍କ ସୁରକ୍ଷା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ତଦାରଖ କରୁଛି। ଏହି ପାରମ୍ପରିକ ମତ୍ସ୍ୟଜୀବୀମାନେ ଲାଇଫ ଜ୍ୟାକେଟ, ଲାଇଫ ଗାର୍ଡ ଓ ଅନ୍ୟାନ୍ୟ କିଟ୍‌ ବିନା ବିପଦସଙ୍କୁଳ ଭାବେ ମାଛ ଧରୁଛନ୍ତି। ସାମୁଦ୍ରିକ ଝଡ଼ ହେଉ କି, ଉତ୍ତାଳ ଢେଉରେ ଅନେକ ସମୟରେ ମାଛ ଧରିବା ବୋଟ ବୁଡିଯିବା ଅନେକ ନଜିର ରହିଛି । ସମୁଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ମାଛ ଧରିବା ବୋଟ୍‌ରେ ବିଭିନ୍ନ ଆନୁଷଙ୍ଗିକ କିଟ୍‌ ମହଜୁଦ ରହିବା ବାଧ୍ୟତାମୂଳକ ରହିଛି। ହେଲେ ମାଛ ଧରିବା ବୋଟ୍‌ରେ ଏହି କିଟ୍‌ଗୁଡ଼ିକ ଦେଖିବାକୁ ମିଳୁନି ବୋଲି କହିଛନ୍ତି ସ୍ଥାନୀୟ ଲୋକେ। ଫଳରେ ଜାଣିଶୁଣି ବିପଦକୁ ଡାକୁଥିବା କହିଛନ୍ତି ସ୍ଥାନୀୟ ଲୋକେ।

ଅପରପକ୍ଷରେ ସାମୁଦ୍ରିକ ମତ୍ସ୍ୟ ବିଭାଗ ଅଧିକାରୀମାନେ ସଚେତନ କରାଇବା ପାଇଁ ଉଦ୍ୟମ କରୁ ନ ଥିବା କହିଛନ୍ତି ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ସ୍ବାଇଁ। ବୁଦ୍ଧିଜୀବୀ ସ୍ବାଇଁଙ୍କ କହିବା କଥା ପ୍ରତ୍ୟେକ ମାଛ ବୋଟ୍‌ ହେଉ କି ଟ୍ରଲର ମତ୍ସ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ସମୁଦ୍ରରେ ଅଘଟଣ ହେଉଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି। ବିଶେଷ କରି ମାଦଳି, ଲଞ୍ଚଘୋଲା, ହୁକିଟୋଲା ଷୋଳ ମୁହାଣ ସଂରକ୍ଷିତ ଜଙ୍ଗଲ ଆଦି ଅନତିଦୂରରେ ଫିଶିଂ ବୋଟ ଟ୍ରଲରଗୁଡ଼ିକ ଖୁଲମଖୁଲା ମାଛ ଧରୁଥିବା ନଜରକୁ ଆସିଛି। ବହୁ ସଂଖ୍ୟାରେ ମତ୍ସ୍ୟଜୀବୀମାନେ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଡ୍ଡା ଜମାଇବା ସହ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ପୂର୍ବରୁ ବହୁ ଅଭିଯୋଗ ହୋଇଆସୁଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଞ୍ଚଳ ଅଧୀନରେ ବେଆଇନ ଭାବରେ ପ୍ରବେଶ କରିବା ନେଇ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିକରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ। ଏ ସଂକ୍ରାନ୍ତରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ରେଞ୍ଜ ଅଧିକାରୀ ଚିତ୍ରସେନ ଜେନାଙ୍କ ମତାମତ ନେବାରେ ବିଭାଗ ପକ୍ଷରୁ ତଦାରଖ କରିବା ସହ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖାତାକୁ ଗଲା ସିଏମ୍‌ କିଷାନ ଯୋଜନା ଟଙ୍କା, ଗଞ୍ଜାମର ଏତିକି ଚାଷୀ ପାଇଲେ…

ଛତ୍ରପୁର,୪ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପବିତ୍ର ଜନ୍ମାଷ୍ଟମୀ ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ରବି ଋତୁ ୨୦୨୬-୨୭ ପାଇଁ ‘ମୁଖ୍ୟମନ୍ତ୍ରୀ କିଷାନ…

ଛାତ୍ରୀଛାତ୍ରଙ୍କ ଦୁର୍ଘଟଣା ସହାୟତାକୁ ନେଇ ଆସିଲା ନୂଆ ନିର୍ଦ୍ଦେଶାବଳୀ: ମୃତ୍ୟୁ ଘଟିଲେ ମିଳିବ…

ଭୁବନେଶ୍ୱର,୪।୯: ଛାତ୍ରୀଛାତ୍ରଙ୍କ ଦୁର୍ଘଟଣାଜନିତ ସମସ୍ୟାରେ ସହାୟତା ପ୍ରଦାନକୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରୀଛାତ୍ର ଏହି ବ୍ୟବସ୍ଥାରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ: ମନ ମୋହିଲା କୁନିକୁନି ପିଲାଙ୍କ ରାଧାକୃଷ୍ଣ ବେଶ

ଗଞ୍ଜାମ,୪ା୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ମହାସମାରୋହରେ ଶୁକ୍ରବାର ପାଳିତ ହୋଇଯାଇଛି। ଏହି ଅବସରରେ କୁନି ଶିଶୁମାନଙ୍କ ରାଧାକୃଷ୍ଣଙ୍କ ବେଶ…

୧୫୦୦ କିଲୋଗ୍ରାମ ପ୍ରସାଦ ସହ ୫୦୦ରୁ ଅଧିକ ବ୍ୟଞ୍ଜନର ନୈବେଦ୍ୟ, ଜନ୍ମାଷ୍ଟମୀ ପାଇଁ ନୋଏଡାରେ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ,୪।୯: ଶୁକ୍ରବାର, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ, ନୋଏଡାର ମନ୍ଦିରଗୁଡ଼ିକ ଭକ୍ତି, ମହିମା ଏବଂ ରାନ୍ଧଣା ଆନନ୍ଦର ଏକ ଅନନ୍ୟ ମିଶ୍ରଣ ଦେଖିବେ। କିଛି ସ୍ଥାନରେ, ଭଗବାନ ଶ୍ରୀକୃଷ୍ଣଙ୍କ…

ସ୍କୁଲ ବସ୍‌ ଭିତରେ ୩ ବର୍ଷର ଶିଶୁକୁ ବଳାତ୍କାର କଲେ ଡ୍ରାଇଭର, ଘରେ ପହଞ୍ଚି ଜେଜେମାଆଙ୍କୁ କହିଲେ…

ନଭି ମୁମ୍ବାଇ,୪।୯: ମହାରାଷ୍ଟ୍ରର ନଭି ମୁମ୍ବାଇରେ ସ୍କୁଲ ବସ୍‌ ଭିତରେ ଜଣେ ୩ ବର୍ଷର ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ…

ଅଜିତ ଅଗରକରଙ୍କୁ ନେଇ ବଢ଼ିଲା ଚର୍ଚ୍ଚା, ରୋହିତ ଶର୍ମାଙ୍କୁ ମିଳିଗଲା ‘ଅଭୟଦାନ’!

ମୁମ୍ବାଇ,୪।୯: ଟିମ ଇଣ୍ଡିଆର ଚିଫ ସିଲେକ୍ଟର ଅଜିତ ଅଗରକର ପୁଣିଥରେ ଚର୍ଚ୍ଚାରେ। ଗୁରୁବାର BCCIର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମୁମ୍ବାଇ ସ୍ଥିତ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ…

ଜଗନ୍ନାଥପ୍ରସାଦରେ ଚାଞ୍ଚଲ୍ୟ; ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ଜଗନ୍ନାଥପ୍ରସାଦ,୪।୯(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଖଦାଳ ସାହିରେ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁକୁ…

କନ୍ୟା ରାଶିରେ ପ୍ରବେଶ କରିବେ ବୁଧ: ୭ ସେପ୍ଟେମ୍ବରରୁ ଏହି ୩ ରାଶିକୁ ଘାରିବ ସଙ୍କଟ, ରହନ୍ତୁ ସତର୍କ ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୭ ସେପ୍ଟେମ୍ବର ୨୦୨୬ରେ ବୁଧଦେବ କନ୍ୟା ରାଶିରେ ପ୍ରବେଶ କରିବେ। କନ୍ୟା ରାଶିକୁ ବୁଧଙ୍କ ସ୍ବରାଶି ଏବଂ ଉଚ୍ଚ ରାଶି ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri