Posted inଫୁରସତ

ଦୃଷ୍ଟିହୀନ ହେବା ପୂର୍ବରୁ ବିଶ୍ୱ ଭ୍ରମଣ

ଓଟାଓ୍ବା: କାନାଡା ଦମ୍ପତି ସେବାଷ୍ଟିନ୍‌ ପେଲ୍ଲଟିଅର୍‌, ଇଡିଥ୍‌ ଲେମେ ନିଜର ୪ ସନ୍ତାନ ମିଆ, କୋଲିନ, ଲରେଣ୍ଟ ଓ ଲେଓଙ୍କୁ ଧରି ୬ ମାସିଆ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ପେଲ୍ଲଟିଅର୍‌ଙ୍କ ୩ ସନ୍ତାନ ରେଟିନିଟିଜ୍‌ ପିଗ୍‌ମେଣ୍ଡୋସା ନାମକ ଏକ ବିରଳ ରୋଗରେ ଆକ୍ରାନ୍ତ। ଏହି ରୋଗ କାରଣରୁ ସେମାନେ ଆଗାମୀ ଦିନରେ ନିଜ ଦୃଷ୍ଟିଶକ୍ତି ହରାଇ ଦେବେ ।
ଏହି ରୋଗ କାରଣରୁ ଆଖିରେ ଥିବା ରେଟିନା ଟିସୁ ସବୁ କ୍ଷୟ ହୋଇଯାଇଥାଏ, ଯାହା ଫଳରେ ରୋଗୀ ଧୀରେ ଧୀରେ ନିଜ ଦୃଷ୍ଟିଶକ୍ତି ହରାଇ ଦୃଷ୍ଟିହୀନ ହୋଇଯାଏ। ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଜ୍ଞାନରେ ଏହି ରୋଗକୁ ଭଲ କରିବା ପାଇଁ କୌଣସି ଚିକିତ୍ସା କିମ୍ବା ଔଷଧ ବାହାରି ନାହିଁ। ୪୦ରୁ ୬୦ ବର୍ଷ ବୟସ ବେଳକୁ ୩ ପିଲା ସମ୍ପୂର୍ଣ୍ଣ ଭାବେ ଅନ୍ଧ ହୋଇଯିବେ ବୋଲି ପେଲ୍ଲଟିଅର କହିଛନ୍ତି।
ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଏହି ପିଲାମାନଙ୍କ ମଧ୍ୟରେ ଯେତେ ଭିଜୁଆଲ ମେମୋରି ତିଆରି କରାଯିବ, ତାହା ସେମାନଙ୍କ ପାଇଁ ଭଲ ହେବ। ଘରେ ରହି ମଧ୍ୟ ବହୁ କ୍ୱାଲିଟି ଟାଇମ୍‌ ତିଆରି କରାଯାଇପାରିବ କିନ୍ତୁ ଭ୍ରମଣ ସବୁଠାରୁ ଉତ୍‌କୃଷ୍ଟ। କାରଣ ଏହାଦ୍ୱାରା ସେମାନେ ବିଭିନ୍ନ ପ୍ରକାର ଲୋକଙ୍କୁ ଦେଖିବା ସହ ସେମାନଙ୍କ ପରମ୍ପରା ବିଷୟରେ ମଧ୍ୟ ଜାଣିବାର ସୁଯୋଗ ପାଇବେ। ଚଳିତବର୍ଷ ମାର୍ଚ୍ଚରୁ କାନାଡୀୟ ଦମ୍ପତି ୪ ପିଲାଙ୍କୁ ଧରି ନାମିବ୍ୟାରୁ ସେମାନଙ୍କ ବିଶ୍ୱ ଭ୍ରମଣ ଆରମ୍ଭ କରିଛନ୍ତି। ଏହାପରେ ସେମାନେ ମଙ୍ଗୋଲିଆରୁ ଇଣ୍ଡୋନେସିଆ ଯାଇଛନ୍ତି। ଓ୍ବାଲର୍‌ଡ ଟୁର୍‌ ନେଇ ପିଲାମାନେ ଏକ ସୂଚୀ ତିଆରି କରିଛନ୍ତି, ଯେଉଁଥିରେ ସେମାନେ ଘୋଡ଼ା ସବାର ହେବାଠାରୁ ଆରମ୍ଭ କରି କେଉଁଠାରେ ଫଳରସ ପିଇବେ ତାହା ଲେଖିଛନ୍ତି। ପରିବାର ସହ ବିଶ୍ୱ ଭ୍ରମଣକୁ ଉପଭୋଗ କରୁଥିବା ପେଲ୍ଲଟିଅର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri