ତାଲିମ ପଇସାରେ ବିଦେଶ ଗସ୍ତ

ଭୁବନେଶ୍ୱର,୧୨ା୫(ଅନିଲ ଦାସ):ଗଁାଗଣ୍ଡାରେ ରହୁଥିବା ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଅନେକେ ଘରେ ବସି ରହୁଛନ୍ତି। ସେହି ଯୁବତୀଯୁବକଙ୍କ ହାତକୁ କାମ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ସରକାରୀ ଅଧିକାରୀଙ୍କ ବ୍ୟକ୍ତିଗତ ଲାଳସା ଯୋଜନାକୁ ଧୂଳିସାତ କରିଦେଉଛି, ଯାହାର ଏକ ଉଦାହରଣ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା(ଡିଡିୟୁ-ଜିକେୱାଇ)। ଗ୍ରାମାଞ୍ଚଳ ବେକାରୀଙ୍କୁ କୌଶଳ ତାଲିମ୍‌ ଯୋଗାଇ ଦିଆଯିବା ସହ ସେମାନଙ୍କୁ ମାସିକ ମଜୁରିଭିତ୍ତିକ ଠିକା କାମ ପ୍ରଦାନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୪ରେ ଏହି କର୍ମନିଯୁକ୍ତି ଯୋଜନା କରିଥିଲେ। ଏହାକୁ ରାଜ୍ୟ ଜୀବିକା ମିଶନ ଜରିଆରେ ଓଡ଼ିଶା ଗ୍ରାମୀଣ ବିକାଶ ଓ ବିପଣନ ସମିତି(ଓର୍‌ମାସ) ଦ୍ୱାରା କାର୍ଯ୍ୟକାରୀ କରାଯାଉଛି। ହେଲେ ବେକାରଙ୍କୁ ତାଲିମ ଦେବା ବାହାନାରେ ଓର୍‌ମାସର ଅଧ୍ୟକ୍ଷ, ନିର୍ବାହୀ ନିର୍ଦ୍ଦେଶକ ଘରୋଇ ସଂସ୍ଥା ସହ ମିଶି ସରକାରୀ ଅର୍ଥକୁ ହେରଫେର କରିଛନ୍ତି। ଏପରି କି ତାଲିମ ବାହାନାରେ ବିଦେଶ ଭ୍ରମଣ କରିଛନ୍ତି ବୋଲି କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ରିପୋର୍ଟରୁ ଜଣାପଡ଼ିଛି ଯେ, ବେକାର ଯୁବତୀଯୁବକଙ୍କୁ ପ୍ରଶିକ୍ଷଣ ଦେବା ଏବଂ ସେମାନଙ୍କ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଓର୍‌ମାସ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଘରୋଇ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା (ପିପିଆଇଏ)କୁ ନିୟୋଜିତ କରିଥାଏ। ପିଆଇଏକୁ ନିୟୋଜିତ କରିବା ପୂର୍ବରୁ ରାଜ୍ୟ ଜୀବିକା ମିଶନ, ନାବାର୍ଡ ଦ୍ୱାରା ମାନ ନିର୍ଦ୍ଧାରଣ ହେବା ପରେ ପ୍ରକଳ୍ପ ମଞ୍ଜୁରୀ କମିଟି ଦ୍ୱାରା ଅନୁମୋଦନର ବ୍ୟବସ୍ଥା ରହିଛି। ଯେଉଁ ପିଆଇଏକୁ ନିୟୋଜିତ କରାଯିବ ସେମାନେ ୭୫ ପ୍ରତିଶତ ତାଲିମପ୍ରାପ୍ତ ଯୁବବର୍ଗଙ୍କୁ ନିଯୁକ୍ତି ଦେବାକୁ ବାଧ୍ୟ। ଓର୍‌ମାସ ଓ ଜାତୀୟ ବୈଷୟିକ ସଂସ୍ଥା ଦ୍ୱାରା ପ୍ରାର୍ଥୀମାନଙ୍କ ନିଯୁକ୍ତିକୁ ଯାଞ୍ଚ କରାଯିବା ପରେ ପିଆଇଏଗୁଡ଼ିକୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ମାତ୍ର ଏସବୁ ନିୟମକୁ ଦଳିମକଚି ଓର୍‌ମାସ ଅଧିକାରୀ ବେଆଇନ ଭାବେ ଅଯୋଗ୍ୟ ଘରୋଇ ସଂସ୍ଥାଙ୍କୁ ବହୁକୋଟି ଟଙ୍କାର ପ୍ରକଳ୍ପ ଟେକି ଦେଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୧୬ରୁ ୨୦୧୮ମଧ୍ୟରେ ୪ଟି ଘରୋଇ ସଂସ୍ଥା(ଏସ୍କର୍ଟସ ଲିମିଟେଡ, ଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡ, ବ୍ଲାକ୍‌ ପାନ୍ଥର ଗାର୍ଡସ ଆଣ୍ଡ ସିର୍ଭିସେସ ଏବଂ କାର୍ଡିଆକ୍‌ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନ)କୁ ପ୍ରକଳ୍ପ ମଞ୍ଜୁରୀ କମିଟିର ବିନା ଅନୁମୋଦନରେ ୭୬.୩୪ କୋଟି ଟଙ୍କାର ପ୍ରକଳ୍ପ ଟେକି ଦିଆଯାଇଥିଲା। ସେଥିରୁ ୨୦୧୯ ସେପ୍ଟେମ୍ବର ସୁଦ୍ଧା ୪୧.୦୯ କୋଟି ଟଙ୍କା ପ୍ରଦାନ କରାଯାଇଥିବା ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି। ସିଏଜି ଅଡିଟ୍‌କୁ ଦେଢ଼ ବର୍ଷ ପୂରି ଯାଇଥିବାରୁ ବାକି ଟଙ୍କା ମଧ୍ୟ ସେହି ଘରୋଇ ସଂସ୍ଥାଙ୍କୁ ପ୍ରଦାନ କରାଯାଇସାରିଥିବ ବୋଲି ଓର୍‌ମାସର ଜଣେ କର୍ମଚାରୀ କହିଛନ୍ତି। ଏସ୍କର୍ଟସ ଲିମିଟେଡକୁ ୨୭.୦୯ କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଯାଇଥିବାବେଳେ ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡକୁ ୮.୪୨, ବ୍ଲାକ ପାନ୍ଥର ଗାର୍ଡସ ଆଣ୍ଡ୍‌ ସିର୍ଭିସେସ ଲିମିଟେଡକୁ ୩୧.୫୭ ଏବଂ କାର୍ଡିଆକ ରିସର୍ଚ୍ଚ ଆଣ୍ଡ୍‌ ଏଜୁକେଶନ ଫାଉଣ୍ଡେଶନକୁ ୯.୨୬ କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଯାଇଛି। ପିଏସିଗୁଡିକର ଆର୍ଥିକ କାରବାରକୁ ଆଖିବୁଜି ଦେଇ ଓର୍‌ମାସର ବଡ଼ବାବୁ ଅଯୋଗ୍ୟ ଘରୋଇ ସଂସ୍ଥାକୁ ଆର୍ଥିକ ସୁବିଧା ଦେଇଛନ୍ତି। କେବଳ ସେତିକି ନୁହେଁ ପ୍ରଥମ ପ୍ରକଳ୍ପ ତୁଲାଇ ନ ଥିବା ଘରୋଇ ସଂସ୍ଥାଗୁଡ଼ିକୁ ଅଯାଚିତ ଭାବେ ଦ୍ୱିତୀୟ ପ୍ରକଳ୍ପକୁ ପ୍ରଦାନ କରାଯାଇଛି।
ସିଏଜି ଉଲ୍ଲେଖ କରିଛନ୍ତି ଯେ, ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡକୁ ୧୧.୭୬ କୋଟି ଟଙ୍କାର ଦ୍ୱିତୀୟ ପ୍ରକଳ୍ପ ପ୍ରଦାନ କରିବାକୁ ଓର୍‌ମାସ ବାବୁମାନେ ପଛାଇ ନାହାନ୍ତି। ଏହି ସଂସ୍ଥା ବିଦେଶରେ ନିଯୁକ୍ତି ଦେବା ସହ ଓଡ଼ିଶାରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ତେବେ ଏହାକୁ ଓର୍‌ମାସ ଓ ଉକ୍ତ ସଂସ୍ଥା ସହ ହୋଇଥିବା ବୁଝାମଣା ପତ୍ର(ଏମଓୟୁ)ରେ ଚଞ୍ଚକତା କରି ଉଲ୍ଲେଖ କରାଯାଇ ନ ଥିଲା। ସିଏଜି ଅଡିଟ ସମୟରେ ଜଣାପଡ଼ିଛି ଯେ, ଉକ୍ତ ସଂସ୍ଥା ବିଦେଶରେ କୌଣସି ନିଯୁକ୍ତି ସୁଯୋଗ ପ୍ରଦାନ କରି ନ ଥିବାବେଳେ ଓଡ଼ିଶାରେ ଉତ୍କର୍ଷ କେନ୍ଦ୍ର ମଧ୍ୟ ସ୍ଥାପନ କରି ନାହିଁ। ଏହା ସତ୍ତ୍ୱେ ଓର୍‌ମାସ, ପଞ୍ଚାୟତିରାଜ ଏବଂ ଦକ୍ଷତା ବିକାଶ ବିଭାଗ ବାବୁମାନେ ଏହି ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇବା ପଛରେ ବିଦେଶ ଭ୍ରମଣ ନେବା ଆଲୋଚନା ହେଉଛି। ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ, ଏଏସ୍‌ଡି ଏଜୁକେଶନ ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଅଷ୍ଟ୍ରେଲିଆର ଏକ ଫାର୍ମ ପଞ୍ଚାୟତିରାଜ ବିଭାଗ ସଚିବ, କୌଶଳ ବିକାଶ ଓ ବୈଷୟିକ ବିଭାଗ ସଚିବ ଏବଂ ଓର୍‌ମାସର ନିର୍ବାହୀ ନିର୍ଦ୍ଦେଶକଙ୍କୁ ଅଷ୍ଟ୍ରେଲିଆ ବୁଲାଇ ନେଇଛି। କେବଳ ସେତିକି ନୁହେଁ ଓର୍‌ମାସ ବଡ଼ବାବୁମାନେ ୨୦୧୬ରୁ ୨୦୧୮ ମଧ୍ୟରେ ନାଇସ୍‌ କମ୍ପ୍ୟୁଟର, ଏଡୁଜବସ ଏକାଡେମୀ ଏବଂ କର୍ତ୍ତବ୍ୟ କନ୍‌ସଲଟାନ୍ସ ପ୍ରାଇଭେଟ ଲିମିଟେଡ୍‌ ଭଳି ଆଯୋଗ୍ୟ ସଂସ୍ଥାକୁ ୧୦୨.୧୩ କୋଟି ଟଙ୍କାର ପ୍ରକଳ୍ପ ମନଇଚ୍ଛା ଟେକି ଦେଇଥିଲେ। ସେହି ଘରୋଇ ସଂସ୍ଥାଗୁଡ଼ିକ ମାତ୍ର ୨୫.୨୦ କୋଟି ପାଇବାକୁ ଯୋଗ୍ୟ ଥିବାବେଳେ ପିଏସି ଏବଂ ଓର୍‌ମାସ ଇଡି ତଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ୭୬.୯୩ କୋଟି ଟଙ୍କାର ଅହେତୁକ ଅନୁକମ୍ପା ଦେଖାଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri