ଭୁବନେଶ୍ୱର, ୧୦।୮: ବୈଧ ବୀମା ନଥିବା ଗାଡ଼ି ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ। ଟୋଲଗେଟ୍ରେ ଇ- ଡିଟେକ୍ସନ ପଦ୍ଧତିରେ କଡ଼ାକଡ଼ି ଯାଞ୍ଚ କରାଯିବ। ବୀମା, ଫିଟନେସ, ପ୍ରଦୂଷଣ ପ୍ରମାଣପତ୍ର ସ୍ବୟଂକ୍ରିୟ ପଦ୍ଧତିରେ ଯାଞ୍ଚ ହେବ। ବୈଧ କାଗଜପତ୍ର ନ ଥିଲେ ସଙ୍ଗେ ସଙ୍ଗେ ଇ-ଚାଲାଣ ଜାରି କରାଯିବ। ଅଭ୍ୟାସଗତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ହେବ ଆଇନଗତ ପଦକ୍ଷେପ। ପଞ୍ଜୀକରଣ ରଦ୍ଦ ଓ ଗାଡ଼ିଗୁଡ଼ିକୁ ଜବତ କରିବାକୁ ପଦକ୍ଷେପ ନିଆଯିବ।୬୫,୭୩,୬୩୩ଟି ଗାଡ଼ିର ବୀମା ବୈଧ ନ ଥିବା ନେଇ ସୂଚନା ମିଳିଛି।