ବ୍ୟବସାୟରେ ସ୍ବଚ୍ଛତା, ଉତ୍ପାଦରେ ଶୁଦ୍ଧତା ଜରୁରୀ

ମାତ୍ର ୩୫ବର୍ଷ ବୟସରେ ଜଣେ ସଫଳ ଯୁବ ଉଦ୍ୟୋଗୀର ପରିଚୟ ପାଇଛନ୍ତି ଜାଭେରୀ ଜେମ୍ସ ଆଣ୍ଡ ଜୁଏଲର୍ସର ମ୍ୟାନେଜିଂ ପାର୍ଟନର୍‌ ସଞ୍ଜିବ କୁମାର ସାହୁ। ସଞ୍ଜିବ ରେଭେନ୍‌ଶା କଲେଜରେ ଗ୍ରାଜୁଏଶନ୍‌ କରିବା ପରେ ଭୁବନେଶ୍ୱରରେ ଏମ୍‌ବିଏ ପଢ଼ିଥିଲେ। ପାଠପଢ଼ା ପରେ ପାରିବାରିକ ଗହଣା ବ୍ୟବସାୟରେ ଯୋଗଦେଇଥିଲେ। ଅଳଙ୍କାର ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ସ୍ବତନ୍ତ୍ର କାରିଗରିକୁ ସାରା ଦେଶରେ ପରିଚିତ କରାଇବା ପାଇଁ ଯୋଜନା ରଖିଥିବା ସଞ୍ଜିବଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର..

ପ୍ର- ବୃତ୍ତିଗତ ଯାତ୍ରା ସମ୍ପର୍କରେ କ’ଣ କହିବେ?
ଉ- ଆମେ ଜାତିରେ ବଣିଆ। ମୋ ଜେଜେବାପା ଓ ବାପା ୯୦ ଦଶକରେ ଭୁବନେଶ୍ୱରରେ ଛୋଟ ଗହଣା ଦୋକାନରୁ ବ୍ୟବସାୟ ଆରମ୍ଭ କରିଥିଲେ। ଏହାପରେ ୩ରୁ ୪ଟି ଦୋକାନ କରିଥିଲେ। ସେମାନଙ୍କୁ କାରିଗରି ବିଦ୍ୟା ଜଣାଥିଲା। ମୁଁ ସେମାନଙ୍କ ବ୍ୟବସାୟରେ ରୁଚି ରଖୁଥିବାରୁ ସୁନା, ରୁପା ପରଖିବାର କଳା ମୋତେ ବେଶ୍‌ ଭଲ ଜଣାଥିଲା। ୨୦୧୩ରେ ଏମ୍‌ବିଏ ପାସ୍‌ କରିବା ପରେ ଦେଶ ବିଦେଶର ବିଭିନ୍ନ ବ୍ୟବସାୟସ୍ଥଳ ବୁଲି ଗହଣା ବ୍ୟବସାୟକୁ ଅନୁଧ୍ୟାନ କରୁଥିଲି। ଓ୍ବେଷ୍ଟର୍ନ ଓ ପାରମ୍ପରିକ ଡିଜାଇନକୁ ନେଇ ଏକ ଗହଣା ପ୍ରତିଷ୍ଠାନ କରିବାକୁ ସ୍ଥିର କରିଥିଲି ଏବଂ ତାହା ହିଁ କଲି।
ପ୍ର- ଓଡ଼ିଶା ବଜାରରେ ସୁନା ଓ ହୀରା ଗହଣାର ଚାହିଦା କିପରି ରହିଛି?
ଉ- ଦେଶର ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକୁ ବାଦ୍‌ ଦେଲେ ଓଡ଼ିଶାରେ ସୁନା, ରୁପା ଓ ହୀରା ଗହଣାର ସବୁଠାରୁ ବେଶୀ ଚାହିଦା ରହିଛି। ଗ୍ରାମାଞ୍ଚଳ ହେଉ ବା ସହରାଞ୍ଚଳରେ ସୁନା ବିକ୍ରି ବଢ଼ୁଛି। ବାହାର ଦେଶରୁ ଆମ ଦେଶକୁ ସର୍ବାଧିକ ପରିମାଣର ଇନ୍ଧନ ଓ ସୁନା ଆମଦାନୀ ହେଉଛି। ଏଥିରେ ଆଇଏନ୍‌ଆର ଡଲାର ତୁଳନାରେ ଦୁର୍ବଳ ହେଉଛି। ଡଲାର ବିନିମୟରେ ସୁନା ସହ ଇନ୍ଧନ ବା ଅଶୋଧିତ ତୈଳ ଆମଦାନୀ କରାଯାଉଛି। ଅଶୋଧିତ ତୈଳ ପେଟ୍ରୋଲିୟମ ଆଦି ପରିଣତ ହେଉଛି, ଯାହା କେବଳ ଧୂଆଁ ଦେଉଛି। ଅନ୍ୟପଟେ ସୁନା ଆମକୁ ପ୍ରଚୁର ଲାଭ ଦେଉଛି। ମାତ୍ର ତାହା ଗତ ୧୦ ବର୍ଷରେ ସୁନାର ମୂଲ୍ୟ ପ୍ରାୟ ୧୦ଗୁଣା ବଢ଼ିଛି। ୧୦ ବର୍ଷେ ତଳେ ୧୦ ହଜାରରେ କିଣିଥିବା ସୁନାର ମୂଲ୍ୟ ୧ଲକ୍ଷ ଟଙ୍କା। ଓଡ଼ିଶାର ଲୋକ ଏହି କଥାକୁ ଭଲ ଭାବେ ବୁଝିଛନ୍ତି। ତେଣୁ ସବୁବର୍ଗର ଲୋକ ସୁନାରେ ଅର୍ଥ ବିନିଯୋଗ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।
ପ୍ର- ସଫଳତାର ରହସ୍ୟ କ’ଣ, ଆଗକୁ କ’ଣ ଯୋଜନା ରହିଛି?
ଉ- ବ୍ୟବସାୟରେ ସ୍ବଚ୍ଛତା ଏବଂ ଉପତ୍ାଦରେ ଶୁଦ୍ଧତା ରକ୍ଷା କରିବା ଜରୁରୀ। ଏହା ହିଁ ଆମ ବ୍ୟବସାୟରେ ସଫଳତାର ମୂଳମନ୍ତ୍ର। ଘରେ ବୁଝାଉଥିଲେ ଅଳ୍ପରେ କିଛି କରିବା ପାଇଁ ଏବଂ ବହୁତ ବଡ଼ ଆଶାରେ ରିସ୍କ ନ ନେବା ପାଇଁ ପରାମର୍ଶ ଦେଉଥିଲେ। ମାତ୍ର ମୁଁ ସେତେବେଳେ ଚିନ୍ତା କରିଥିଲି ଏବେ ରିସ୍କ ନ ନେଲେ ଭବିଷ୍ୟତରେ କିଛି କରି ନ ପାରିବାର ପଶ୍ଚାତ୍ତାପ ରହିବ। ତେଣୁ ଏ ଦିଗରେ ଆଗକୁ ବଢ଼ିଥିଲି। ଜାଭେରୀ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡକୁ ସାରା ଦେଶରେ ପ୍ରତିଷ୍ଠିିତ କରିବା ଲକ୍ଷ୍ୟ ରହିଛି।
ପ୍ର- ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ କେଉଁ ସବୁ ପନ୍ଥା ଆପଣେଇଥା’ନ୍ତି?
ଉ- ଗ୍ରାହକଙ୍କ ପାଇଁ ସବୁ ପ୍ରକାର ଗହଣା ଆମ ଶୋ’ରୁମ୍‌ରେ ଉପଲବ୍ଧ କରିବାକୁ ଚେଷ୍ଟା କରିଥାଏ। ଭିନ୍ନ ଭିନ୍ନ ମୂଲ୍ୟର ସ୍ବତନ୍ତ୍ର ଡିଜାଇନର ଛୋଟ ବଡ଼ ଗହଣା ରହିଛି। କେହି ଜଣେ ବି ଗ୍ରାହକ ଯେମିତି ଖାଲି ହାତରେ ନ ଫେରନ୍ତି, ସେଥିପ୍ରତି ଆମ କର୍ମଚାରୀ ଗୁରୁତ୍ୱ ଦିଅନ୍ତି। ଗ୍ରାହକଙ୍କ ସହ କେହି ବୟସ୍କ ବା ଶିଶୁ ଥିଲେ ତାଙ୍କୁ ପରିବାର ଭଳି ବ୍ୟବହାର କରାଯାଇଥାଏ। ମୁଁ ରାଜ୍ୟ ବାହାରକୁ ଯେତେବେଳେ ଯାଏ, ସେଠାରେ ଗହଣା ପ୍ରତିଷ୍ଠାନ ବୁଲି ଦେଖେ। କେଉଁ ପ୍ରକାର ଗହଣାର ଅଧିକ ଚାହିଦା ଅଛି ବା ଓଡ଼ିଶାରେ ଆଦୃତ ହୋଇପାରିବ ତାହା ଜାଣିବାକୁ ଚେଷ୍ଟା କରେ। ସବୁବେଳେ ଗ୍ରାହକଙ୍କ ଚିନ୍ତାଧାରା ବୁଝି ଅନୁରୂପ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଏ।
ପ୍ର- ଯୁବୋଦ୍ୟୋଗୀଙ୍କୁ କ’ଣ ପରାମର୍ଶ ଦେବେ?
ଉ- ଯୁବୋଦ୍ୟୋଗୀମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ନ ଭାବି ପରସ୍ପର ସହ ବନ୍ଧୁତ୍ୱ ମନୋଭାବ ପୋଷଣ କରିବା ଦରକାର। ବିଶେଷକରି ଓଡ଼ିଆ କାରିଗର ହୁଅନ୍ତୁ ବା ବ୍ୟବସାୟୀ ସେମାନଙ୍କୁ କହିବାକୁ ଚାହିଁବି, ରାଜ୍ୟ ବାହାରୁ ଆସି ଆମ ରାଜ୍ୟରେ ଲାଭବାନ୍‌ ହେଉଛନ୍ତି। ଆମେ ବଡ଼ ବ୍ୟବସାୟ ପ୍ରତିଷ୍ଠାନର ସ୍ବପ୍ନ ଦେଖୁନାହଁୁ। ଆମ କାରିଗରଙ୍କ ପାଖରେ ଯେଉଁ କଳା ଅଛି, ତାହା ଲୋକଲୋଚନକୁ ଆସିପାରୁ ନାହିଁ। ଯୁବ ଉଦ୍ୟୋଗୀମାନେ ଯେଉଁ ବି କ୍ଷେତ୍ରରେ ପାଦ ଦେଉଛନ୍ତି, ପ୍ରଥମେ ଭଲ ଭାବେ ଗବେଷଣା କରନ୍ତୁ ଓ ଉକ୍ତ କ୍ଷେତ୍ରର ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଓଡ଼ିଶାରେ ପର୍ଯ୍ୟାପ୍ତ କଞ୍ଚାମାଲ ରହିଛି। ଏହାକୁ ବିନିଯୋଗ କରି ଆମଦାନୀ ଅପେକ୍ଷା ରପ୍ତାନି ବୃଦ୍ଧି ପାଇଁ ଯୁବୋଦ୍ୟୋଗୀମାନେ ପ୍ରୟାସ କରିବେ। ଗହଣା କାରିଗର ବା ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରତିଷ୍ଠାନ କରିବା ସରକାରଙ୍କ ପାଖରେ ମଧ୍ୟ ମୋର ଏକ ଅନୁରୋଧ ରହିବ। ଏଠାରେ କାରିଗରମାନେ ପରସ୍ପରକୁ ଭେଟି ଜ୍ଞାନକୌଶଳ ବିନିମୟ କରିପାରିବେ।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri