ଆଫ୍ରିକାରୁ ପରିବର୍ତ୍ତନ

ବିଶ୍ୱ ସମ୍ମୁଖୀନ ହେଉଥିବା ସମସ୍ୟା ମଧ୍ୟରୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାର ପ୍ରଭାବ ଉଦ୍ଭିଦ ଓ ପ୍ରାଣିଜଗତ ଉପରେ ପ୍ରତ୍ୟକ୍ଷ ପଡ଼ିଚାଲିଛି। ବର୍ଷରେ ଅନୁଭୂତ ହୋଇଆସୁଥିବା ୬ ଋତୁ ମଧ୍ୟରୁ କେବଳ ଗ୍ରୀଷ୍ମ, ବର୍ଷା ଓ ଶୀତକୁ ମଣିଷ ଅନୁଭବ କରିପାରୁଛି। ବିଡ଼ମ୍ବନାର ବିଷୟ ଯେ, ଆଫ୍ରିକା ମହାଦେଶରେ ଥିବା ସାହାରା ମରୁଭୂମିରେ ଅତ୍ୟଧିକ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିବା ଜଳବାୟୁ ପରିବର୍ତ୍ତନର ଗମ୍ଭୀରତାକୁ ସୂଚାଇଦେଇଛି। ଅନ୍ୟପକ୍ଷରେ ସେହି ମହାଦେଶର ବ୍ୟାପକ ଚାଷୋପଯୋଗୀ ଜମି ମରୁଭୂମି ପାଲଟିବାରେ ଲାଗିଛି। ପ୍ରକୃତିର ଏପରି ବିଚିତ୍ର ରୂପ ଏହି ମହାଦେଶକୁ ଅସ୍ତବ୍ୟସ୍ତ କରିଦେଇଥିବାରୁ ଏହାର ଅନେକ ରାଷ୍ଟ୍ର ପ୍ରତିକାର ଖୋଜିବାକୁ ଯାଇ ପ୍ରଥମ ଥର ପାଇଁ ଆଫ୍ରିକା ଜଳବାୟୁ ସମ୍ମିଳନୀ-୨୦୨୩ (ଏସିଏସ୍‌୨୩)ର ଆୟୋଜନ କରିଛନ୍ତି। ୪ରୁ ୬ ସେପ୍ଟେମ୍ବର ଯାଏ କେନିଆ ରାଜଧାନୀ ନାଇରୋବିଠାରେ ଏହା ଅନୁଷ୍ଠିତ ହେଉଛି। କେନିଆ ସହିତ ଆଫ୍ରିକୀୟ ସଂଘ (ଏୟୁ) ଏହାକୁ ଆୟୋଜନ କରୁଛନ୍ତି। ସବୁଜ ଅଭିବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ମୁକାବିଲା ସକାଶେ ପାଣ୍ଠି ସଂଗ୍ରହକୁ ଏହାର ମୁଖ୍ୟ ଲକ୍ଷ୍ୟ ରଖାଯାଇଛି। ଏଥିରେ ଆଦିମ ଜନଜାତି, ମହିଳା ଓ ଯୁବପିଢ଼ିର ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ମହିଳାଙ୍କ ନେତୃତ୍ୱରେ ଜଳବାୟୁ ପରିବର୍ତ୍ତନ ମୁକାବିଲାଜନିତ ପଦକ୍ଷେପ ଅଗ୍ରପ୍ରାଧାନ୍ୟ ପାଇଛି। ଜଳବାୟୁ ପରିବର୍ତ୍ତନ ଦ୍ୱାରା ଆଫ୍ରିକା ମହାଦେଶର ଅଧିବାସୀମାନେ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ସୁଇଡେନ୍‌ର ଯୁବ ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ ୨୦୨୦ରେ ଏକ କାର୍ଯ୍ୟକ୍ରମରେ କହିଥିଲେ। ଏଥିସହିତ ଉଦ୍‌ବେଗ ପ୍ରକାଶ କରିଥିଲେ ଯେ, ବିକଶିତ ରାଷ୍ଟ୍ରଗୁଡ଼ିକ ଏ ଦିଗରେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ପାଳନ କରୁନାହାନ୍ତି। କେବଳ ବଡ଼ ବଡ଼ କଥା କହିଦେଲେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ ନାହିଁ ବୋଲି ସେ ଦେଇଥିବା ମନ୍ତବ୍ୟ ସେତେବେଳେ ଚର୍ଚ୍ଚାକୁ ଆସିଥିଲା। ଏଠାରେ ମନେପଡ଼େ ଡେନ୍‌ମାର୍କ ରାଜଧାନୀ କୋପେନ୍‌ହାଗେନ୍‌ରେ ୨୦୦୯ରେ ଅନୁଷ୍ଠିତ ଜାତିସଂଘର କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌ (କପ୍‌)-୧୫ରେ ବିକଶିତ ରାଷ୍ଟ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ୨୦୨୦ ସୁଦ୍ଧା ବାର୍ଷିକ ୧୦୦ ବିଲିୟନ ଡଲାର ଦେବା ଲାଗି ଦେଇଥିବା ପ୍ରତିଶ୍ରୁତି। ଦେଖିଲା ବେଳକୁ ଧନୀ ଦେଶଗୁଡ଼ିକ ସେମାନଙ୍କ କଥା ରଖିପାରିନାହାନ୍ତି। ଏହି ଅବଧି ୨୦୨୫କୁ ଘୁଞ୍ଚତ୍ୟାଇଛି। ଅନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଧନୀ ଦେଶଗୁଡ଼ିକ ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଥିବାରୁ ସେଗୁଡ଼ିକ ଉପରେ ବିକାଶଶୀଳ ଓ ଗରିବ ରାଷ୍ଟ୍ରଗୁଡ଼ିକର ଭରସା ପାଉନାହିଁି। ସମ୍ଭବତଃ ଏହି କାରଣରୁ ଆଫ୍ରିକା ଜଳବାୟୁ ସମ୍ମିଳନୀ ଆୟୋଜନ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।
ଏବର ସ୍ଥିତି ଦେଖିଲେ ଅନେକ ବିକଶିତ ରାଷ୍ଟ୍ର ଯୁଦ୍ଧ, କ୍ଷମତା ବିସ୍ତାର ଆଦି ସ୍ବାର୍ଥହାସଲ ଦିଗରେ ବୁଡ଼ିରହିଛନ୍ତି। ଉଦାହରଣ ସ୍ବରୂପ, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ, ଚାଇନା-ତାଇଓ୍ବାନ ଉତ୍ତେଜନା ଭଳି ପ୍ରସଙ୍ଗକୁ ନେଇ କିଏ କେଉଁ ଦେଶକୁ ସମର୍ଥନ କରିବେ ସେଥିରେ ଲାଗି ପଡ଼ିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକର ବିଶ୍ୱତାପନ ବୃଦ୍ଧିରେ ପ୍ରଚ୍ଛନ୍ନ ହାତ ଥିଲେ ମଧ୍ୟ ଏହାର ମୁକାବିଲା ଦିଗକୁ ଅଣଦେଖା କରିଚାଲିଛନ୍ତି। ସମସ୍ତେ ଜାଣନ୍ତି ଆଫ୍ରିକା ମହାଦେଶ ଜୈବ ବିବିଧତାରେ ଭରପୂର। ତେବେ ଜାତିସଂଘ ରିପୋର୍ଟ ଅନୁଯାୟୀ ଏହି ମହାଦେଶ ମାତ୍ର ୨ରୁ ୩ ପ୍ରତିଶତ ବୈଶ୍ୱିକ ଅଙ୍ଗାରକାମ୍ଳ ନିର୍ଗମନ କରୁଥିବା ବେଳେ ଏହା ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ବିତ୍ତଶାଳୀ ରାଷ୍ଟ୍ରଗୁଡ଼ିକ ପ୍ରାକୃତିକ ସମ୍ବଳକୁ ଅବିଚାରିତ ଭାବେ ବ୍ୟବହାର କରିବା ସହ ଅଙ୍ଗାରକାମ୍ଳ ନିର୍ଗମନ ବଢ଼ାଉଥିବାରୁ ତାହାର ପ୍ରଭାବ ବିଶ୍ୱବିସ୍ତାର କରୁଛି। ଏଥିପାଇଁ କ୍ଷତିଗ୍ରସ୍ତ ହେଉଥିବା ଗରିବ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର କ୍ଷତିଭରଣା କରିବା ସକାଶେ ଆର୍ଥିକ ପାଣ୍ଠି ବ୍ୟବସ୍ଥା କରାଯାଇଥିଲା। ସେଥିରୁ ବଞ୍ଚତ୍ତ ହେବାରୁ ଆଫ୍ରିକା ଏବେ ନିଜ ତରିକାରେ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ଅଣ୍ଟା ଭିଡ଼ିଛି ବୋଲି କୁହାଯାଉଛି। ଏହାର ପ୍ରଥମ ସମ୍ମିଳନୀରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍‌, ପୂର୍ବତନ ମହାସଚିବ ବାନ୍‌-କି-ମୁନ୍‌, ଆଫ୍ରିକାର ୨୦ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଆଦିବାସୀ, କୃଷକଙ୍କ ସମେତ ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ଜଡ଼ିତ ପ୍ରାୟ ୩୦ ହଜାର ପ୍ରତିନିଧି ଯୋଗଦେବା ନିଶ୍ଚିତ ଭାବେ ଉତ୍ସାହଜନକ ପଦକ୍ଷେପ। ଧନୀ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନ ମୁକାବିଲାକୁ ନେଇ ବାହାନା କରୁଥିବା ବେଳେ ଗରିବ ରାଷ୍ଟ୍ରଗୁଡ଼ିକ ଏହାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଯେତେବେଳେ ମଞ୍ଚ ଗଠନ କଲେଣି, ତାହାର ପ୍ରଭାବ ଅନ୍ତର୍ଜାତୀୟ ସମୁଦାୟ ଉପରେ ପଡ଼ିବା ସ୍ବାଭାବିକ। ଯଦି ଏହି ସମ୍ମିଳନୀରୁ କିଛି ସକାରାତ୍ମକ ନିଷ୍କର୍ଷ ବାହାରେ ଓ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟରେ ପ୍ରତିଫଳିତ ହୁଏ, ନିଶ୍ଚିତ ଭାବେ ଆଫ୍ରିକା ଜଳବାୟୁ ସମ୍ମିଳନୀ ଏକ ନିଆରା ଉଦାହରଣ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri