ଓଜିଏସ୍‌ରେ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର, ୨୭।୭: ଓଡିଏମ୍‌ ଗ୍ଲୋବାଲ ସ୍କୁଲ୍‌ (ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଲିମ୍ପିଆନ୍‌ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ ସାମିଲ ହୋଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏପରିକି କ୍ରୀଡ଼ା, ନେତୃତ୍ୱ ଏବଂ ବ୍ୟକ୍ତିଗତ ଉକତ୍ର୍ଷ ଦୁନିଆରେ ଅମୂଲ୍ୟ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କୁ ଏକ ଅତୁଳନୀୟ ସୁଯୋଗ ପ୍ରଦାନ କରିଥିଲା। ସେହିଭଳି ଓଜିଏସ୍‌ ମେଧାବୀ ଓ ଉତ୍ସାହୀ ଛାତ୍ରୀଛାତ୍ରଙ୍କ ସହ ଯୋଡ଼ିହେବା ଅତ୍ୟନ୍ତ ଗୌରବର ବିଷୟ ବୋଲି ପାଟିଲ ମତବ୍ୟକ୍ତ କରିଛନ୍ତି। ଏପରିକି ଶିଖିବା ପାଇଁ ସେମାନଙ୍କର ଆଗ୍ରହ ଏବଂ ଉକତ୍ର୍ଷ ପ୍ରତି ସେମାନଙ୍କର ଉତ୍ସାହ ପ୍ରକୃତରେ ପ୍ରେରଣାଦାୟକ। ଏହି ଯୁବ ମାନସିକତା ଭବିଷ୍ୟତରେ ବଡ଼ ସଫଳତା ହାସଲ କରିବେ ବୋଲି ମୋର ବିଶ୍ୱାସ ରହିଛି। ମୋର ଯାତ୍ରା ଏବଂ ସେମାନଙ୍କ ସହିତ ବାଟରେ ମୁଁ ଶିଖିଥିବା ଶିକ୍ଷାକୁ ବାଣ୍ଟିବା ଏକ ଲାଭଦାୟକ ଅନୁଭୂତି। ସେହିପରି ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି, ପରାଗ ପାଟିଲଙ୍କୁ ପାଇ ଆମେ ବେଶ୍‌ ଉତ୍ସାହିତ ଓ ଗୌରବ ଅନୁଭବ କରୁଛୁ। ଏହି ସଫଳତା ଓ ସମର୍ପଣଭାବ ପାଇଁ ସେ ଆମ ଛାତ୍ରୀଛାତ୍ରଙ୍କ ପ୍ରେରଣାର ଆଲୋକ ପାଲଟିଛନ୍ତି। ଓଡିଏମ୍‌ ମାଷ୍ଟରକ୍ଲାସ୍‌ ପଦକ୍ଷେପର ଉଦ୍ଦେଶ୍ୟ ତାତ୍ତ୍ୱିକ ଜ୍ଞାନ ଏବଂ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରିବା ଏବଂ ପାଟିଲଙ୍କ ସହ ଆଜିର ଅଧିବେଶନ,ସେହି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ଉପସ୍ଥାପନ କରିଛି। ଆମେ ଆମର ଛାତ୍ରୀଛାତ୍ରମାନଙ୍କୁ ଏପରି ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ଉଭୟ ଶୈକ୍ଷିକ ଏବଂ ବ୍ୟକ୍ତିଗତ ଭାବେ ସେମାନଙ୍କ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବ। ମାଷ୍ଟରକ୍ଲାସ୍‌ ଛାତ୍ରୀଛାତ୍ରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହି ଇଣ୍ଟରାକ୍ଟିଭ୍‌ ଅଧିବେଶନରେ ଛାତ୍ରୀଛାତ୍ରମାନେ ପ୍ରଶ୍ନ ପଚାରିବା ଏବଂ ଜଣେ କ୍ରୀଡ଼ା ଆଇକନଙ୍କ୍‌ଠାରୁ ସିଧାସଳଖ ମତାମତ ହାସଲ କରିଥିଲେ,ଯାହା ଶିକ୍ଷଣ ଅନୁଭୂତିକୁ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri