ଅକ୍ଟୋବର ୧୯ରୁ ଆନ୍ଥେ ୨୦୨୪ର ଶୁଭାରମ୍ଭ

ଭୁବନେଶ୍ୱର, ୨୭।୭: ଆକାଶ ଏଜୁକେଶନାଲ ସର୍ଭିସେସ୍‌ ଲିମିଟେଡ୍‌ (ଏଇଏସ୍‌ଏଲ୍‌)ର ବହୁ ପ୍ରତୀକ୍ଷିତ ସ୍କଲାରଶିପ ପରୀକ୍ଷା ‘ଆକାଶ ନ୍ୟାଶନାଲ ଟାଲେଣ୍ଟ ହଣ୍ଡ୍‌ ଏକ୍‌ଜାମ ବା ଆନ୍ଥେ-୨୦୨୪’ସଂସ୍କରଣର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୭ମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରୀଙ୍କୁ ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଉଲ୍ଲେଖନୀୟ ପରିମାଣର ନଗଦ ଅର୍ଥ ପୁରସ୍କାର ଜିତିବାର ସୁଯୋଗ ପ୍ରଦାନ କରୁଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ଏଇଏସ୍‌ଏଲ୍‌ର ରିଜିଓନାଲ ଡାଇରେକ୍ଟର ଅଜୟ ବାହାଦୁର ସିଂ, ଡେପୁଟି ଡାଇରେକ୍ଟର ସୂର୍ଯ୍ୟଭାନୁ ସିଂ,ରିଜିଓନାଲ ସେଲ୍‌ସ ଆଣ୍ଡ ଗ୍ରୋଥ୍‌ ହେଡ୍‌ ବିକାଶ ଦାସ, ରିଜିଓନାଲ ଅପରେଶନ୍ସ ହେଡ୍‌ ଜୟଦୀପ ମୁଖାର୍ଜୀ ଏବଂ ସିଓଇ ହେଡ୍‌ ପ୍ରବୀଣ କୁମାର ପ୍ରମୁଖ ଭୁବନେଶ୍ୱରଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷର ଆନ୍ଥେ ୨୦୨୪ ଅକ୍ଟୋବର ୧୯ରୁ ୨୭ ପର୍ଯ୍ୟନ୍ତ ଉଭୟ ଅନ୍‌ଲାଇନ ଏବଂ ଅଫ୍‌ଲାଇନ ପଦ୍ଧତିରେ ଭାରତର ୨୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ହେବ। ବିଶେଷକରି ୧୦୦% ପର୍ଯ୍ୟନ୍ତ ବୃତ୍ତି ସହ ଶୀର୍ଷ ସ୍କୋରଧାରୀ ମଧ୍ୟ ନଗଦ ଅର୍ଥ ପୁରସ୍କାର ପାଇପାରିବେ। ଆନ୍ଥେ ଅଫ୍‌ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୨୦ ଓ ୨୭ତାରିଖରେ ଅନୁଷ୍ଠିତ ହେବ ଏବଂ ଏହା ସମଗ୍ର ଦେଶରେ ଥିବା ୩୧୫ ରୁ ଅଧିକ ଆକାଶ ଇନ୍‌ଷ୍ଟିଚ୍ୟୁଟ ସେଣ୍ଟରରେ ପୂର୍ବାହ୍ନ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ କରାଯିବ। ସେହିଭଳି ଅନ୍‌ଲାଇନ ପରୀକ୍ଷାଗୁଡିକ ୨୦୨୪ ଅକ୍ଟୋବର ୧୯ରୁ ୨୭ତାରିଖ ମଧ୍ୟରେ ଏକ୍‌ଜାମ ୱିଣ୍ଡୋରେ ଯେକୌଣସି ସମୟରେ କରାଯାଇପାରିବ। ଛାତ୍ରୀଛାତ୍ର ସେମାନଙ୍କ ପାଇଁ ସୁବିଧାଜନକ ୧ ଘଣ୍ଟା ଅବଧିର ସ୍ଲଟ୍‌ ବାଛିପାରିବେ। ଆନ୍ଥେ ୨୦୨୪ ନିମନ୍ତେ ନାମ ପଞ୍ଜୀକରଣ ଫର୍ମ ଦାଖଲର ଶେଷ ତାରିଖ ଅନ୍‌ଲାଇନ ପରୀକ୍ଷା ଆରମ୍ଭର ୩ ଦିନ ପୂର୍ବ ଏବଂ ଅଫ୍‌ଲାଇନ ପରୀକ୍ଷା ଆରମ୍ଭର ୭ ଦିନ ପୂର୍ବ ଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?