ଓଜିଏସ୍‌ରେ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌

ଭୁବନେଶ୍ୱର, ୨୭।୭: ଓଡିଏମ୍‌ ଗ୍ଲୋବାଲ ସ୍କୁଲ୍‌ (ଓଜିଏସ୍‌)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍‌ ମାଷ୍ଟରକ୍ଲାସ୍‌’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଲିମ୍ପିଆନ୍‌ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ ସାମିଲ ହୋଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏପରିକି କ୍ରୀଡ଼ା, ନେତୃତ୍ୱ ଏବଂ ବ୍ୟକ୍ତିଗତ ଉକତ୍ର୍ଷ ଦୁନିଆରେ ଅମୂଲ୍ୟ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କୁ ଏକ ଅତୁଳନୀୟ ସୁଯୋଗ ପ୍ରଦାନ କରିଥିଲା। ସେହିଭଳି ଓଜିଏସ୍‌ ମେଧାବୀ ଓ ଉତ୍ସାହୀ ଛାତ୍ରୀଛାତ୍ରଙ୍କ ସହ ଯୋଡ଼ିହେବା ଅତ୍ୟନ୍ତ ଗୌରବର ବିଷୟ ବୋଲି ପାଟିଲ ମତବ୍ୟକ୍ତ କରିଛନ୍ତି। ଏପରିକି ଶିଖିବା ପାଇଁ ସେମାନଙ୍କର ଆଗ୍ରହ ଏବଂ ଉକତ୍ର୍ଷ ପ୍ରତି ସେମାନଙ୍କର ଉତ୍ସାହ ପ୍ରକୃତରେ ପ୍ରେରଣାଦାୟକ। ଏହି ଯୁବ ମାନସିକତା ଭବିଷ୍ୟତରେ ବଡ଼ ସଫଳତା ହାସଲ କରିବେ ବୋଲି ମୋର ବିଶ୍ୱାସ ରହିଛି। ମୋର ଯାତ୍ରା ଏବଂ ସେମାନଙ୍କ ସହିତ ବାଟରେ ମୁଁ ଶିଖିଥିବା ଶିକ୍ଷାକୁ ବାଣ୍ଟିବା ଏକ ଲାଭଦାୟକ ଅନୁଭୂତି। ସେହିପରି ଓଡିଏମ୍‌ ଏଜୁକେଶନାଲ ଗ୍ରୁପ୍‌ର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି, ପରାଗ ପାଟିଲଙ୍କୁ ପାଇ ଆମେ ବେଶ୍‌ ଉତ୍ସାହିତ ଓ ଗୌରବ ଅନୁଭବ କରୁଛୁ। ଏହି ସଫଳତା ଓ ସମର୍ପଣଭାବ ପାଇଁ ସେ ଆମ ଛାତ୍ରୀଛାତ୍ରଙ୍କ ପ୍ରେରଣାର ଆଲୋକ ପାଲଟିଛନ୍ତି। ଓଡିଏମ୍‌ ମାଷ୍ଟରକ୍ଲାସ୍‌ ପଦକ୍ଷେପର ଉଦ୍ଦେଶ୍ୟ ତାତ୍ତ୍ୱିକ ଜ୍ଞାନ ଏବଂ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରିବା ଏବଂ ପାଟିଲଙ୍କ ସହ ଆଜିର ଅଧିବେଶନ,ସେହି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ଉପସ୍ଥାପନ କରିଛି। ଆମେ ଆମର ଛାତ୍ରୀଛାତ୍ରମାନଙ୍କୁ ଏପରି ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ଉଭୟ ଶୈକ୍ଷିକ ଏବଂ ବ୍ୟକ୍ତିଗତ ଭାବେ ସେମାନଙ୍କ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବ। ମାଷ୍ଟରକ୍ଲାସ୍‌ ଛାତ୍ରୀଛାତ୍ରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହି ଇଣ୍ଟରାକ୍ଟିଭ୍‌ ଅଧିବେଶନରେ ଛାତ୍ରୀଛାତ୍ରମାନେ ପ୍ରଶ୍ନ ପଚାରିବା ଏବଂ ଜଣେ କ୍ରୀଡ଼ା ଆଇକନଙ୍କ୍‌ଠାରୁ ସିଧାସଳଖ ମତାମତ ହାସଲ କରିଥିଲେ,ଯାହା ଶିକ୍ଷଣ ଅନୁଭୂତିକୁ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ! ଟିକା ନେବା ପରେ ବି ୪ ସଂକ୍ରମିତ, ୨ ଜଣଙ୍କ ଜୀବନ ଗଲା…

ଅମରାବତୀ,୧୦।୭: ଆନ୍ଧ୍ରପ୍ରଦେଶରୁ ଆସିଛି ଚିନ୍ତାଜନକ ଖବର। ଦେଶରେ ପୁଣିଥରେ ମାରାତ୍ମକ କରୋନା ଭାଇରସ ଫେରିବାର ସଙ୍କେତ ମିଳିଛି। ରାଜ୍ୟର କଡ଼ପ୍ପା ଜିଲାରେ କୋଭିଡ-୧୯ର କିଛି ନୂଆ ମାମଲା…

ଗୋଟିଏ ପରେ ଗୋଟିଏ ଭୁଲ କରୁଛନ୍ତି ଗୌତମ ଗମ୍ଭୀର-ଶ୍ରେୟସ ଆୟର! ଟିମ ଇଣ୍ଡିଆର ପରିସ୍ଥିତି ଆହୁରି ଖରାପ ହୋଇ ଯିବନାହିଁ ତ…

ନୂଆଦିଲ୍ଲୀ,୧୦।୭: ୨୦୨୬ ଟି୨୦ ବିଶ୍ୱକପ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବିଜୟରେ ଅଭ୍ୟସ୍ତ ହୋଇଯାଇଥିଲା; ସିରିଜ ହାରିବା ପ୍ରଶ୍ନବାଚୀ ବାହାରେ ଥିଲା। ତା’ପରେ ଶ୍ରେୟସ ଆୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri