ସ୍କୁଲ ରୂପାନ୍ତରଣ

ଡ. ସୁବାସ ଚନ୍ଦ୍ର ପାତ୍ର

ବେ ଓଡ଼ିଶାରେ ଶିକ୍ଷା କହିଲେ ଗଣଶିକ୍ଷାକୁ ବା ସ୍କୁଲ ଶିକ୍ଷାକୁ ଲୋକେ ବୁଝୁଛନ୍ତି। କାରଣ ଯାହା କିଛି ରୂପାନ୍ତରଣ, ପଦବୀ ଭର୍ତ୍ତି, ପ୍ରଧାନଶିକ୍ଷକ ନିଯୁକ୍ତି ସବୁ ସ୍କୁଲସ୍ତରରେ ଚାଲିଛି। ବିନା ଅଧ୍ୟକ୍ଷ, ବିନା ନିୟମିତ ଅଧ୍ୟାପକ, ବିନା ସହଯୋଗୀ କର୍ମଚାରୀ, ବିନା ଆବଶ୍ୟକୀୟ ଭିତ୍ତିଭୂମିରେ ନାମକୁମାତ୍ର ଖାଲି ସୂଚନା ଫଳକରେ ଉଚ୍ଚଶିକ୍ଷା ସୀମିତ। ଓଡ଼ିଶାରେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ତଥା ଅପ୍ରାସଙ୍ଗିକ ହୋଇପଡ଼ିଛି। ଏହି ବ୍ୟବସ୍ଥା କେତେ ନିମ୍ନମାନର ମାନବ ସମ୍ବଳ ସୃଷ୍ଟି କରୁଛନ୍ତି, ତା’ର ପ୍ରମାଣ ନିକଟରେ ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ପାଖାପାଖି ୪ ହଜାର ଶିକ୍ଷକ ଅନୁପଯୁକ୍ତ ବିବେଚିତ ହେବା। ଏମାନେ କାହାର ଉପତ୍ାଦ? ଏବେ ପୁଣି ଶୁଣାଯାଏ ୧୧ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ପ୍ରବେଶିକା ପରୀକ୍ଷାର ମାନଦଣ୍ଡକୁ କିଛିଟା କୋହଳ କରି। ଶିକ୍ଷକ ନିଯୁକ୍ତି ପାଇଁ ମାନଦଣ୍ଡ କୋହଳ କରିବା ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରୀଛାତ୍ରଙ୍କୁ ଅନୁକମ୍ପା ମାର୍କ ଦେବା ସହ ସମାନ। ତେବେ କାହାର ତ୍ରୁଟିଯୋଗୁ ବି.ଏ., ଏମ୍‌.ଏ. ପାସ୍‌ କରିଥିବା ଛାତ୍ରୀଛାତ୍ରମାନେ ହାଇସ୍କୁଲ ଶିକ୍ଷକ ହେବା ପାଇଁ ଅନୁପଯୁକ୍ତ ପ୍ରମାଣିତ ହେଉଛନ୍ତି? ଏବେ ସ୍କୁଲ ରୂପାନ୍ତରଣର ବର୍ତ୍ତମାନ ତଥା ଭବିଷ୍ୟତ କଥା ବିଚାର କରାଯାଉ।
ଓଡ଼ିଶା ସରକାର ନିକଟରେ ୧୧୦୦ ସ୍କୁଲର ଭିତ୍ତିଭୂମି ରୂପାନ୍ତରିତ କରିଛନ୍ତି। ଆମ୍ଭେମାନେ ଯେଉଁ ସ୍କୁଲରେ ପଢ଼ୁଥିଲୁ ତାହାର ଚେହେରା ପରିବର୍ତ୍ତନ ଦେଖି ଖୁସି ଲାଗୁଛି। ତେବେ ଏ ଆଙ୍ଗିକ ପରିବର୍ତ୍ତନରୁ କ’ଣ ମିଳିବ, ଯଦି ଅନୁଷ୍ଠାନର ଆତ୍ମିକ ପରିବର୍ତ୍ତନ ନ ହୁଏ? ସରକାର ସ୍କୁଲ ଶିକ୍ଷାକୁ ଏକ ଦ୍ୱୀପର ସମସ୍ୟା ବୋଲି ଭାବୁଛନ୍ତି। ଏହା ଯେ ଏକ ବ୍ୟବସ୍ଥାର ଅଂଶ ବା ଅଙ୍ଗ, ସେ ପ୍ରକାର ସଂହତିପୂର୍ଣ୍ଣ ଦୃଷ୍ଟିଭଙ୍ଗୀ ଏ ରୂପାନ୍ତରଣ ପଛରେ ଥିଲା ଭଳି ଜଣା ପଡୁନାହିଁ। ପ୍ରସଙ୍ଗତଃ ଉଲ୍ଲେଖଯୋଗ୍ୟ, ସ୍କୁଲ ଶିକ୍ଷା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଲମ୍ବିତ। ବିଡ଼ମ୍ବନାର କଥା, ସରକାର ଇତିମଧ୍ୟରେ ଯୁକ୍ତ ଦୁଇ କଲେଜର ନାମ ଉଚ୍ଚ ମାଧ୍ୟମିକ ସ୍କୁଲ ହେବ ବୋଲି ସାଇନ୍‌ବୋର୍ଡ଼ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇ ଚୁପ୍‌ ହୋଇ ଯାଇଛନ୍ତି। ଅଶୀ ଦଶକରୁ ଯୁକ୍ତ ଦୁଇ ଶ୍ରେଣୀ, କଲେଜରୁ ବିଚ୍ଛିନ୍ନ ହୋଇ ପୃଥକ୍‌ ପରିସରଭୁକ୍ତ ହେବ ବୋଲି ଜାତୀୟ ଶିକ୍ଷାନୀତି ପ୍ରଣିତ ହୋଇଥିଲା ବେଳେ ୪୨ ବର୍ଷ ହେଲା ତାହା କାର୍ଯ୍ୟକାରୀ କରାଯାଇ ପାରିଲା ନାହିଁ। ଏବେ କେଉଁଠି ଉଚ୍ଚ ମାଧ୍ୟମିକ ସ୍କୁଲ କଲେଜର ଲାଞ୍ଜ ତ କେଉଁଠି କଲେଜ, ସ୍କୁଲର ଲାଞ୍ଜ ହୋଇ ଦୁହେଁ ଖାଲି ଅଣନିଃଶ୍ୱାସୀ ହେଉଛନ୍ତି। ନା ହେଉଛି ସ୍କୁଲର ବିକାଶ, ନା ହେଉଛି କଲେଜର ଅଗ୍ରଗତି। ସ୍କୁଲ ରୂପାନ୍ତରଣ କଥା ଭାବିଲାବେଳେ କର୍ତ୍ତୃପକ୍ଷ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଯେ ସ୍କୁଲର ଅଂଶ ଏବଂ ତାହା ମଧ୍ୟ ଅନୁରୂପ ଭାବରେ ରୂପାନ୍ତରିତ ହେବା ଦରକାର, ତାହା କ’ଣ ଭୁଲିଗଲେ? ଯାହା ବି ହେଉ ଆପାତତଃ ଆଖିକୁ ସୁନ୍ଦର ଦେଖାଯାଉଥିବା ଏକ ରୂପାନ୍ତରିତ ଅନୁଷ୍ଠାନରୁ ପିଲାଟି ଯେତେବେଳେ ତଥାକଥିତ ଉଚ୍ଚ ମାଧ୍ୟମିକ ସ୍କୁଲରେ ପହଞ୍ଚତ୍ବ ସେ ଦେଖିବ କ’ଣ? ସବୁଯାକ କଲେଜ ରୋଗ ତା’ ଭିତରେ। ନାହାନ୍ତି ନିୟମିତ ଅଧ୍ୟକ୍ଷ, ନାହାନ୍ତି ନିୟମିତ ଅଧ୍ୟାପକ, ନାହାନ୍ତି ଲାଇବ୍ରେରିଆନ୍‌, ପରୀକ୍ଷାଗାର ସହାୟକ ତଥା ଅନ୍ୟାନ୍ୟ ଆବଶ୍ୟକ କର୍ମଚାରୀ। କଁା ଭଁା କେତୋଟି ଅନୁଷ୍ଠାନକୁ ଛାଡ଼ିଦେଲେ ଅଧିକାଂଶ ଉଚ୍ଚ ମାଧ୍ୟମିକ ସ୍କୁଲ ଏବେ ବି ଆଜ୍‌ବେଷ୍ଟସ ଘରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି। କି ପ୍ରକାର ପ୍ରତିକ୍ରିୟା ହେବ ସେ ରଙ୍ଗିନ ସ୍କୁଲରୁ ଆସିଥିବା ପିଲାମାନଙ୍କର?
ରଙ୍ଗିନ ବାତାବରଣର କିଛି ମାନେ ନାହିଁ, ଯଦି ତା’ର ଶୈକ୍ଷିକ ପରିଚାଳନା ପାଇଁ ଉଚ୍ଚ ମାନର ସମର୍ପିତ ମାନବ ସମ୍ବଳ ନଥା’ନ୍ତି। ତେବେ ମାନ ଅପେକ୍ଷା ବେଳେବେଳେ ଉତ୍ସର୍ଗୀକୃତ ମନୋଭାବ ଅଧିକ ଫଳପ୍ରଦ ହୁଏ, ଯାହା ପଚାଶରୁ ଅଶୀ ଦଶକ ପର୍ଯ୍ୟନ୍ତ ସ୍କୁଲ ଶିକ୍ଷାରେ ଦେଖାଯାଉଥିଲା। ସେତେବେଳେ ସ୍କୁଲ ସବୁ ଛପର ବା ଟାଇଲ ଘର, ଶିକ୍ଷକମାନେ ସେତେ ଉଚ୍ଚଶିକ୍ଷିତ ବା ଉଜ୍ଜ୍ୱଳ ନ ଥିଲେ; ଥିଲେ କିନ୍ତୁ ଶିକ୍ଷକତା ପ୍ରତି ଶତ ପ୍ରତିଶତ ଅଙ୍ଗୀକାରବଦ୍ଧ। ନିଜର ସୀମିତ ଜ୍ଞାନକୁ ଉତ୍ସର୍ଗୀକୃତ ମନୋଭାବ ମାଧ୍ୟମରେ ଉନ୍ନୀତ କରି ସେମାନେ ଛାତ୍ରୀଛାତ୍ରମାନଙ୍କର ଶ୍ରଦ୍ଧାଭାଜନ ହେବା ସହ ସେମାନଙ୍କ ସଫଳତାର ଚାବିକାଠି ପାଲଟିଥିଲେ। ତେଣୁ ଖାଲି ଭିତ୍ତିଭୂମିର ପରିବର୍ତ୍ତନ, ଆଶାନୁରୂପ ଫଳଦେବ ବୋଲି ଭାବିବା ଠିକ୍‌ ନୁହେଁ।
ଯୁକ୍ତ ଦୁଇର ଏ ପ୍ରକାର ଅବ୍ୟବସ୍ଥା ଡେଇଁ ପିଲାଟି ଯେତେବେଳେ ଉଚ୍ଚ ଶିକ୍ଷାରେ ପ୍ରବେଶ କରିବ, ସେ ଦେଖିବ କ’ଣ? ସେହି ଯୁକ୍ତ ଦୁଇ ଅବ୍ୟବସ୍ଥାର ପୁନରାବୃତ୍ତି। ତେଣୁ ସ୍କୁଲ ରୂପାନ୍ତରଣକୁ ଏକ ଏକକ ପ୍ରସଙ୍ଗ ନ ଭାବି ସାମୂହିକ ଭାବରେ ଉଚ୍ଚ ମାଧ୍ୟମିକ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ଶିକ୍ଷାକୁ ଗୋଟିଏ ସରଳରେଖାରେ ରଖି ସୃଷ୍ଟ ସମସ୍ୟାକୁ ସମାଧାନ ନ କଲେ, ସ୍କୁଲ ରୂପାନ୍ତରଣ ଫଳପ୍ରସୂ ହେବନାହିଁ। ତେବେ ଭିତ୍ତିଭୂମି ଏବଂ ଉଚ୍ଚ ମାନବ ସମ୍ବଳର ପୃଷ୍ଠଭୂମିରେ ଅନ୍ୟ ଏକ ସମସ୍ୟା ରହିଛି, ଯାହା ସ୍କୁଲ ରୂପାନ୍ତରଣକୁ ଠିକଣା ସ୍ଥଳରେ ପହଞ୍ଚତ୍ବାରେ ପ୍ରତିବନ୍ଧକ ସୃଷ୍ଟି କରିବ। ତାହା ହେଲା ସରକାରୀ ସ୍କୁଲ ପ୍ରତି ଜନମନରେ ଥିବା ବିଶ୍ୱାସ ଓ ଭରସାର ସଙ୍କଟ। ବର୍ଷ ବର୍ଷ ଧରି ସ୍କୁଲ ଓ କଲେଜ ଶିକ୍ଷା ଅବହେଳିତ ତଥା ବିପର୍ଯ୍ୟସ୍ତ ଅବସ୍ଥାକୁ ଚାଲିଯିବା କ୍ରମରେ ସେମାନଙ୍କ ସ୍ଥାନ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ଯେପରି ମାଡ଼ି ବସିଛନ୍ତି ଏବଂ ଜନମାନସରେ ସେମାନଙ୍କ ଗ୍ରହଣୀୟତା ଯେପରି ପ୍ରତିଷ୍ଠା କରିଛନ୍ତି, ମାତ୍ର ୧୧୦୦ ସରକାରୀ ସ୍କୁଲକୁ ରୂପାନ୍ତରିତ କରି ପ୍ରାଦେଶିକ ସ୍ତରରେ ଏହି ଭୟଙ୍କର ସମସ୍ୟାର ସମାଧାନ ସମ୍ଭବ ନୁହେଁ। ତା’ଛଡ଼ା ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଘରୋଇକରଣ ଯେପରି ଆସ୍ଥାଭାଜନ ହୋଇ ପ୍ରଚଳିତ ସରକାରୀ ବ୍ୟବସ୍ଥାକୁ ଦ୍ୱିତୀୟ ଶ୍ରେଣୀକୁ ଠେଲିଦେଲାଣି, ହଠାତ୍‌ ଜନସାଧାରଣଙ୍କ ମନୋଭାବର ପରିବର୍ତ୍ତନ ଆଶା କରିବା ବୃଥା। ଦିନକୁ ଦିନ ‘ସରକାର’, ‘ସରକାରୀ ବ୍ୟବସ୍ଥା’ ଏତେ ବଦନାମ ଗୋଟାଇଛି ଏବଂ ସରକାରୀ ବ୍ୟବସ୍ଥାର ଗତି ଓ ପ୍ରଗତି ଏତେ ଅନନୁମେୟ ଯେ, ସବୁଜ ଓ ଧଳା ରଙ୍ଗ ବୋଳି ଆସନ୍ତାକାଲି ଏକ ନୂତନ ସୂର୍ଯ୍ୟୋଦୟ ଘଟିବ ବୋଲି କହିଲେ ଲୋକେ ବିଶ୍ୱାସ କରିବେ ତ? ଦିନଥିଲା ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ସରକାରୀ ଶିକ୍ଷାନୁଷ୍ଠାନ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ବଞ୍ଚତ୍ବା ପାଇଁ ସେମାନେ ପେସାଦାର ମାନବସମ୍ବଳ ଉପଯୋଗ କରି ଘର ଘର ବୁଲି ଛାତ୍ରୀଛାତ୍ର ସଂଗ୍ରହ କରୁଥିଲେ। ଆଜି ସେମାନଙ୍କ ସଂଖ୍ୟା ଏତେ ବଢ଼ିଗଲାଣି ଏବଂ ସେମାନେ ଏତେ ସୁଦୃଢ଼ ହୋଇଗଲେଣି ଯେ, ଏବେ ସରକାରୀ ସ୍କୁଲଗୁଡ଼ିକ ସ୍କୁଲ ଉଠିଯିବା ଭୟରେ ସେହି ପ୍ରକାର ପନ୍ଥା ଯେ ନ ଆପଣାଇବେ ସେ କଥା କହିହେବ ନାହିଁ। ଜନସାଧାରଣଙ୍କ ସରକାରୀ ସ୍କୁଲ ପ୍ରତି ମନ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆମେ କହିପାରିବା କି ଉଚ୍ଚବର୍ଗର କର୍ମଚାରୀ ଓ ଜନପ୍ରତିନିଧିମାନେ ସେମାନଙ୍କ ପିଲାମାନଙ୍କୁ ଉଦାହରଣ ସୃଷ୍ଟି କରିବା ପାଇଁ ରୂପାନ୍ତରିତ ସ୍କୁଲକୁ ପଠାଇବେ?
ଶିକ୍ଷାନୁଷ୍ଠାନ ରୂପାନ୍ତରିତ ହେଲା, ବ୍ୟବସ୍ଥା ରୂପାନ୍ତରିତ ହେଲା ବୋଲି କୁହାଯିବ, ଯେତେବେଳେ ଆମେ ଶିକ୍ଷକ ଓ ଅଧ୍ୟାପକମାନଙ୍କୁ ଆଉ ଭୁବନେଶ୍ୱର ପିଏମ୍‌ଜି ଛକରେ ଦେଖିବୁ ନାହଁି। ପିଏମ୍‌ଜି ଛକରେ ସେମାନଙ୍କ ଉପସ୍ଥିତି ରୂପାନ୍ତରଣ ପ୍ରତି ବିରାଟ ପ୍ରଶ୍ନବାଚୀ ଛିଡ଼ା କରେଇବ ଏବଂ ଫେରି ଆସୁଥିବା ଜନସମର୍ଥନ ପୁଣି ହାତଛଡ଼ା ହେବ। ଲୋକେ ରୂପାନ୍ତରିତ ସ୍କୁଲର ରଙ୍ଗ ଏବଂ ବିକ୍ଷୋଭରତ ହଜାର ହଜାର ଶିକ୍ଷକଙ୍କୁ ଏକା ସଙ୍ଗରେ ଦେଖିବାକୁ ପସନ୍ଦ କରିବେ ନାହିଁ।
ସରକାର ଯଦି ସ୍କୁଲଶିକ୍ଷାର ଉନ୍ନତୀକରଣ ଗମ୍ଭୀରତାର ସହ ଚାହାନ୍ତି, ତାହେଲେ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟକୁ ଏକା ନୟନରେ ଦେଖି, ଏକ ସୁସଂହତ ନୀତି ପ୍ରସ୍ତୁତ କରି ରୂପାନ୍ତରଣ ଦିଗରେ ଅଗ୍ରସର ହୁଅନ୍ତୁ। ଜନ ସମର୍ଥନ ବଜାୟ ରଖିବା ପାଇଁ ନିଆଯାଉଥିବା ପଦକ୍ଷେପର ଧାରାବାହିକତା ରହୁ ଏବଂ ସମାଜର ପ୍ରତିନିଧିସ୍ତରୀୟ ଅଭିଭାବକମାନଙ୍କ ପିଲା ସରକାରୀ ସ୍କୁଲ ବା କଲେଜ ପ୍ରତି କିମିତି ଆକୃଷ୍ଟ ହେବେ, ତା’ର ପନ୍ଥା ନିର୍ଦ୍ଧାରଣ କରନ୍ତୁ।
ପୂର୍ବତନ ଅଧ୍ୟକ୍ଷ, ଜେଲ ରୋଡ଼, ବାଲେଶ୍ୱର
ମୋ: ୯୪୩୭୩୭୬୨୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri