‘ହ୍ବାଟ୍ସଆପ୍‌ ଜରିଆରେ ଜିଓମାର୍ଟରୁ କାରବାର’

ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍‌ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ ଉଭୟ ହ୍ବାଟ୍ସଆପ୍‌ ଓ ଜିଓମାର୍ଟ ମଧ୍ୟରେ ଏକ ସହଭାଗିତା ହୋଇଥିବା ଜଣାପଡ଼ିଛି। ଫଳରେ ଏହାଦ୍ୱାରା ଗ୍ରାହକମାନେ ବର୍ତ୍ତମାନ ସହଜରେ ସେମାନଙ୍କର ଘରେ ବ୍ୟବହୃତ ସାମଗ୍ରୀର ଆବଶ୍ୟକତାକୁ ହ୍ବାଟ୍ସଆପ୍‌ ଚାଟ୍‌ ମାଧ୍ୟମରେ ବ୍ରାଉଜ୍‌ ଓ କିଣାକିଣି କରିପାରିବେ। ଜିଓମାର୍ଟକୁ ହ୍ବାଟ୍ସଆପ୍‌ରେ ପ୍ରଦାନ କରିବା ପାଇଁ ଜିଓ ପ୍ଲାଟ୍‌ଫର୍ମ ମେଟା ସହ ସହଭାଗିତା ସ୍ଥାପନ କରିଛି। ଏହା ଏକ ଗ୍ଲୋବାଲ ଫାଷ୍ଟ ଉପତ୍ାଦ ଅନୁଭବ ଗ୍ରାହକମାନଙ୍କୁ ପ୍ରଦାନ କରାଇବ। ଏହି ସହଭାଗିତା ଦ୍ୱାରା ଭାରତର ଡିଜିଟାଲ ରୂପାନ୍ତରଣ ହୋଇପାରିବ ଓ ଜନସାଧାରଣ ତଥା ବ୍ୟବସାୟୀମାନଙ୍କୁ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରିବ, ଯଦ୍ଦ୍ବାରା ସେମାନେ ଏକ ନୂତନ ଉପାୟରେ ସଂଯୁକ୍ତ ହୋଇପାରିବେ ଓ ଦେଶର ଅର୍ଥନୈତିକ ବିକାଶକୁ ଆହୁରି ଅଧିକ ତ୍ୱରାନ୍ବିତ କରିପାରିବେ। ହ୍ବାଟ୍ସଆପ୍‌ରେ ଜିଓମାର୍ଟ ଅନୁଭବ ଦେଶରେ ଗ୍ରାହକମାନଙ୍କର କ୍ରୟ ଅନୁଭୂତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଏହା ସହିତ ଗ୍ରାହକମାନେ ଏକ ସରଳ ଓ ସୁବିଧାଜନକ କ୍ରୟ ଅନୁଭୂତି ଲାଭ କରିପାରିବେ। ଏହି ଝିଞ୍ଝଟମୁକ୍ତ ସେବା ସହିତ ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁସାରେ ଅର୍ଡର ମଧ୍ୟ କରିପାରିବେ ଓ ଏଥିରେ କୌଣସି ସମୟ ବା ପରିମାଣର ପ୍ରତିବନ୍ଧକ ନାହିଁ। ଉଲ୍ଲେଖଯୋଗ୍ୟ, ଦୈନନ୍ଦିନର ଆବଶ୍ୟକ ସାମଗ୍ରୀକୁ ଯେକୌଣସି ସମୟରେ ହ୍ବାଟ୍ସଆପ୍‌ରେ ବାଛିପାରିବେ। ଏଥିପାଇଁ ଆପଣଙ୍କୁ ‘Great deals on JioMart’ ଲେଖି ଜିଓମାର୍ଟ ନମ୍ବର (+୯୧ ୭୯୭୭୦୭୯୭୭୦)କୁ ହ୍ବାଟ୍ସଆପ୍‌ରେ ପଠାଇବାକୁ ହେବ ଓ ଆପଣ ତୁରନ୍ତ ଶପିଂ କାଟାଲଗ୍‌ ପାଇପାରିବେ। ଏହା ସହିତ ପ୍ରଚଳିତ ଅଫର ଓ ଡିଲ୍‌ ସମ୍ପର୍କରେ ନୋଟିଫିକେଶନ ମଧ୍ୟ ପାଇପାରିବେ। ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ଅର୍ଡର କରି ଆପଣ କେବଳ ରିୟଲ୍‌ ଟାଇମ୍‌ ଅପ୍‌ଡେଟ୍‌ ଓ ଷ୍ଟାଟସ ପାଇବେ ନାହିଁ ବରଂ ଏହା ସହିତ କୌଣସି ସମସ୍ୟା କ୍ଷେତ୍ରରେ ଆପଣ ସପୋର୍ଟ ସହିତ ମଧ୍ୟ ଯୋଗାଯୋଗ କରିପାରିବେ। ଆହୁରି ମଧ୍ୟ ଅନେକ ସୁବିଧା ରହିଛି। ସର୍ବନିମ୍ନ କାର୍ଟ ଭାଲ୍ୟୁ ୨୫୦ ଟଙ୍କାର କିଣାକିଣି କରନ୍ତୁ ଓ ଆଶ୍ୱସ୍ତ ୩୦% ରିହାତି ଲାଭ କରନ୍ତୁ ଓ ଏହା ସହିତ ୧୨୦ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ଡିସ୍‌କାଉଣ୍ଟ ଉପଭୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri