‘ହ୍ବାଟ୍ସଆପ୍‌ ଜରିଆରେ ଜିଓମାର୍ଟରୁ କାରବାର’

ମୁମ୍ବାଇ,୩ା୧୨: ରିଲାଏନ୍ସ ରିଟେଲର ପ୍ରମୁଖ ସଂସ୍ଥା ‘ଜିଓମାର୍ଟ’ ବର୍ତ୍ତମାନ ହ୍ବାଟ୍ସଆପ୍‌ ଜରିଆରେ କାରବାର କରିବାକୁ ଯାଉଛି। ଏପରିକି ଜିଓମାର୍ଟର ସମସ୍ତ ସେବାର ଅର୍ଡରକୁ ଗ୍ରହଣ କରିବା ସହ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ସେବା ପାଇଁ ଉଭୟ ହ୍ବାଟ୍ସଆପ୍‌ ଓ ଜିଓମାର୍ଟ ମଧ୍ୟରେ ଏକ ସହଭାଗିତା ହୋଇଥିବା ଜଣାପଡ଼ିଛି। ଫଳରେ ଏହାଦ୍ୱାରା ଗ୍ରାହକମାନେ ବର୍ତ୍ତମାନ ସହଜରେ ସେମାନଙ୍କର ଘରେ ବ୍ୟବହୃତ ସାମଗ୍ରୀର ଆବଶ୍ୟକତାକୁ ହ୍ବାଟ୍ସଆପ୍‌ ଚାଟ୍‌ ମାଧ୍ୟମରେ ବ୍ରାଉଜ୍‌ ଓ କିଣାକିଣି କରିପାରିବେ। ଜିଓମାର୍ଟକୁ ହ୍ବାଟ୍ସଆପ୍‌ରେ ପ୍ରଦାନ କରିବା ପାଇଁ ଜିଓ ପ୍ଲାଟ୍‌ଫର୍ମ ମେଟା ସହ ସହଭାଗିତା ସ୍ଥାପନ କରିଛି। ଏହା ଏକ ଗ୍ଲୋବାଲ ଫାଷ୍ଟ ଉପତ୍ାଦ ଅନୁଭବ ଗ୍ରାହକମାନଙ୍କୁ ପ୍ରଦାନ କରାଇବ। ଏହି ସହଭାଗିତା ଦ୍ୱାରା ଭାରତର ଡିଜିଟାଲ ରୂପାନ୍ତରଣ ହୋଇପାରିବ ଓ ଜନସାଧାରଣ ତଥା ବ୍ୟବସାୟୀମାନଙ୍କୁ ସମସ୍ତ ପ୍ରକାର ସୁଯୋଗ ପ୍ରଦାନ କରିବ, ଯଦ୍ଦ୍ବାରା ସେମାନେ ଏକ ନୂତନ ଉପାୟରେ ସଂଯୁକ୍ତ ହୋଇପାରିବେ ଓ ଦେଶର ଅର୍ଥନୈତିକ ବିକାଶକୁ ଆହୁରି ଅଧିକ ତ୍ୱରାନ୍ବିତ କରିପାରିବେ। ହ୍ବାଟ୍ସଆପ୍‌ରେ ଜିଓମାର୍ଟ ଅନୁଭବ ଦେଶରେ ଗ୍ରାହକମାନଙ୍କର କ୍ରୟ ଅନୁଭୂତିରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ଓ ଏହା ସହିତ ଗ୍ରାହକମାନେ ଏକ ସରଳ ଓ ସୁବିଧାଜନକ କ୍ରୟ ଅନୁଭୂତି ଲାଭ କରିପାରିବେ। ଏହି ଝିଞ୍ଝଟମୁକ୍ତ ସେବା ସହିତ ଗ୍ରାହକମାନେ ସେମାନଙ୍କର ସୁବିଧା ଅନୁସାରେ ଅର୍ଡର ମଧ୍ୟ କରିପାରିବେ ଓ ଏଥିରେ କୌଣସି ସମୟ ବା ପରିମାଣର ପ୍ରତିବନ୍ଧକ ନାହିଁ। ଉଲ୍ଲେଖଯୋଗ୍ୟ, ଦୈନନ୍ଦିନର ଆବଶ୍ୟକ ସାମଗ୍ରୀକୁ ଯେକୌଣସି ସମୟରେ ହ୍ବାଟ୍ସଆପ୍‌ରେ ବାଛିପାରିବେ। ଏଥିପାଇଁ ଆପଣଙ୍କୁ ‘Great deals on JioMart’ ଲେଖି ଜିଓମାର୍ଟ ନମ୍ବର (+୯୧ ୭୯୭୭୦୭୯୭୭୦)କୁ ହ୍ବାଟ୍ସଆପ୍‌ରେ ପଠାଇବାକୁ ହେବ ଓ ଆପଣ ତୁରନ୍ତ ଶପିଂ କାଟାଲଗ୍‌ ପାଇପାରିବେ। ଏହା ସହିତ ପ୍ରଚଳିତ ଅଫର ଓ ଡିଲ୍‌ ସମ୍ପର୍କରେ ନୋଟିଫିକେଶନ ମଧ୍ୟ ପାଇପାରିବେ। ଏହି ପ୍ଲାଟ୍‌ଫର୍ମ ମାଧ୍ୟମରେ ଅର୍ଡର କରି ଆପଣ କେବଳ ରିୟଲ୍‌ ଟାଇମ୍‌ ଅପ୍‌ଡେଟ୍‌ ଓ ଷ୍ଟାଟସ ପାଇବେ ନାହିଁ ବରଂ ଏହା ସହିତ କୌଣସି ସମସ୍ୟା କ୍ଷେତ୍ରରେ ଆପଣ ସପୋର୍ଟ ସହିତ ମଧ୍ୟ ଯୋଗାଯୋଗ କରିପାରିବେ। ଆହୁରି ମଧ୍ୟ ଅନେକ ସୁବିଧା ରହିଛି। ସର୍ବନିମ୍ନ କାର୍ଟ ଭାଲ୍ୟୁ ୨୫୦ ଟଙ୍କାର କିଣାକିଣି କରନ୍ତୁ ଓ ଆଶ୍ୱସ୍ତ ୩୦% ରିହାତି ଲାଭ କରନ୍ତୁ ଓ ଏହା ସହିତ ୧୨୦ ଟଙ୍କା ପର୍ଯ୍ୟନ୍ତ ସର୍ବାଧିକ ଡିସ୍‌କାଉଣ୍ଟ ଉପଭୋଗ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଭରେଷ୍ଟ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’, ଫେରାଇଦେଲା ସିଙ୍ଗାପୁର

ଭୁବନେଶ୍ୱର,୧୯।୪: ଏଭରେଷ୍ଟ ଫିସ୍ ମସଲାରେ ‘ଅତ୍ୟଧିକ କୀଟନାଶକ ଉପାଦାନ’ ମିଳିବା ପରେ ଭାରତରୁ ଆମଦାନୀ କରାଯାଉଥିବା ଏହି ମସାଲାକୁ ଫେରାଇ ଦେଇଛି ସିଙ୍ଗାପୁର। ସିଙ୍ଗାପୁର ଫୁଡ୍...

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri