ଶିକାରୀଙ୍କ ହାତରେ ଟ୍ରାଙ୍କୁଲାଇଜର

ଅସମାପିକା ସାହୁ
ଭୁବନେଶ୍ୱର,୧୪।୫: ଆସାମର ଓରାଙ୍ଗ ଜାତୀୟ ଉଦ୍ୟାନରେ ବନ୍ୟାପ୍ରାଣୀ ମାଫିଆମାନେ ଅଭିନବ ଉପାୟରେ ଗଣ୍ଡାର ଶିଙ୍ଗକୁ କାଟି ନେଇଛନ୍ତି। ନିକଟରେ ଉଦ୍ୟାନ କର୍ମଚାରୀମାନେ ମୁୱାମାରି ଅଞ୍ଚଳରେ ଦୈନନ୍ଦିନ ପାଟ୍ରୋଲିଂ ସମୟରେ ପ୍ରାୟ ୮-୧୦ ବର୍ଷ ବୟସର ଏକ ଅପ୍ରାପ୍ତବୟସ୍କ ଅଣ୍ଡିରା ଗଣ୍ଡାକୁ ଶିଙ୍ଗ କଟା ଅବସ୍ଥାରେ ବୁଲୁଥିବା ଦେଖିଥିଲେ। ଭେଟେରିନାରି ଟିମ୍‌ ଅନୁଧ୍ୟାନ କରିବା ପରେ ଗଣ୍ଡାଟିକୁ ଟ୍ରାଙ୍କୁଲାଇଜ୍‌ କଲାପରେ ଶିଙ୍ଗଟିକୁ ଧାରୁଆ ଅସ୍ତ୍ରରେ କଟାଯାଇଥିବା ସ୍ପଷ୍ଟ କରିଛି। ଏହି ଘଟଣାକୁ ଆସାମ ସରକାର ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛନ୍ତି। କାରଣ ଏହାପୂର୍ବରୁ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଶିକାରୀମାନେ ଅନୁରୂପ ଭାବେ ଦୁଇଟି ଗଣ୍ଡାର ଶିଙ୍ଗ କାଟି ନେଇଥିବା ନଜରକୁ ଆସିଥିଲା। ଶିଙ୍ଗକୁ ଏଭଳି ଭାବେ କଟାଯାଉଛି ଯେ, ଏଥିରେ ଗଣ୍ଡାଟି ମରିବ ନାହିଁ ଏବଂ ସୁସ୍ଥ ଭାବରେ ଜୀବନ ଯାପନ କରିପାରିବ। ଏହି ଘଟଣା ଓଡ଼ିଶା ପାଇଁ ମଧ୍ୟ ସତର୍କ ଘଣ୍ଟି ବଜାଇଛି। ବର୍ତ୍ତମାନ ରାଜ୍ୟରେ ବନ୍ୟପ୍ରାଣୀ ଶିକାର ଓ ଚୋରା ଚାଲାଣ ବଢ଼ି ଚାଲିଥିବାବେଳେ ଏଠାକାର ଶିକାରୀ ଓ ମାଫିଆମାନେ ବନ୍ୟପ୍ରାଣୀଙ୍କ ପ୍ରତି ଏପରି ନୂଆ ବିପଦକୁ ଆପଣାଇପାରନ୍ତି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି।
ଓଡ଼ିଶାରେ ହାତୀ ଶିକାର ଦିନକୁଦିନ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ବଲାଙ୍ଗୀର ଓ ବୌଦ୍ଧ ଜିଲାରୁ କ୍ରାଇମବ୍ରାଞ୍ଚ ୯ ହାତୀ ଦାନ୍ତ ଜବତ କରିଥିଲା। ପୋଲିସ ବା ବନ ବିଭାଗ ଏସବୁ ରୋକିବାକୁ ଯେପରି ଦକ୍ଷତା ବୃଦ୍ଧି ସହ ନୂଆ କୌଶଳ ଆପଣାଇଥାଆନ୍ତି, ଅପରାଧୀମାନେ ମଧ୍ୟ ସବୁବେଳେ ଅଭିନବ ଉପାୟରେ ଶିକାର ଓ ଚୋରା ଚାଲାଣ ଜାରି ରଖିଛନ୍ତି। ଯଦି ଅପରାଧୀଙ୍କ ପାଖରେ ଏକେ-୪୭ ଓ ଏକେ-୫୬ ଭଳି ଅସ୍ତ୍ର ପହଞ୍ଚତ୍ପାରୁଛି, ତେବେ ଏହି ଟ୍ରାଙ୍କୁଲାଇଜର ବନ୍ଧୁକ କିଣିବା ଛୋଟ କଥା ହେବ। ଓଡ଼ିଶାରେ ଏବେ ପ୍ରାୟ ୫୦ରୁ ଅଧିକ ଟ୍ରାଙ୍କୁଲାଇଜର ବନ୍ଧୁକ ବିଭିନ୍ନ ଡିଭିଜନରେ ରହିଛି। ନନ୍ଦନକାନନ ମାଧ୍ୟମରେ ଏହି ବନ୍ଧୁକ କିଣାଯାଇ ବନ କର୍ମଚାରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ଆନୁଷଙ୍ଗିକ ମେଡିସିନ ମଧ୍ୟ କିଣାଯାଇଛି। କିନ୍ତୁ ଓଡ଼ିଶାରେ ବନ କର୍ମଚାରୀ କେତେ ସଚ୍ଚୋଟ ଓ ବନ୍ୟପ୍ରାଣୀ ସୁରକ୍ଷା ପାଇଁ କେତେ ଚିନ୍ତିତ ତାହା କାହାକୁ ଅଛପା ନୁହେଁ। ହାତୀ ମୃତଦେହକୁ ଜେସିବି ଲଗାଇ ଜଙ୍ଗଲରେ ମାଟି ଖୋଳି ପୋତି ଦେଇ ଯେତେବେଳେ ରେଞ୍ଜର, ଫରେଷ୍ଟର, ଓ ଫରେଷ୍ଟ ଗାର୍ଡ ନିଲମ୍ବନ ହେଉଛନ୍ତି, କୋଟି କୋଟି ଟଙ୍କା ଦୁର୍ନୀତି କରି ଡିଏଫ୍‌ଓ ଏବଂ ପିସିସିଏଫ୍‌ ପାହ୍ୟାର ଅଧିକାରୀମାନେ ଜେଲ ଯାଉଛନ୍ତି, ସାମାନ୍ୟ କେଇଟା ଟଙ୍କା ବଦଳରେ ସେମାନେ ଟ୍ରାଙ୍କୁଲାଇଜର ବନ୍ଧୁକ ଯେ ଶିକାରୀଙ୍କ ହାତରେ ଧରାଇ ନ ଦେବେ ସେପରି ଆଶଙ୍କାକୁ ଏଡାଇ ଦେଉହେଉ ନ ଥିବା ବିଶେଷଜ୍ଞମାନେ କହୁଛନ୍ତି।
ଏ ସମ୍ପର୍କରେ ବନ୍ୟପ୍ରାଣୀ ବିଶେଷଜ୍ଞ ତଥା ଓଡ଼ିଶାରେ ଟ୍ରାଙ୍କୁଲାଇଜେଶନ କ୍ଷେତ୍ରରେ ପ୍ରମୁଖ ଭୂମିକା ନେଇଥିବା ଅବସରପ୍ରାପ୍ତ ଡିସିଏଫ୍‌ କମଳ ଲୋଚନ ପୁରୋହିତ କହିଛନ୍ତି, ଓଡ଼ିଶା ଜଙ୍ଗଲରେ ଗଣ୍ଡା ନାହାନ୍ତି, କିନ୍ତୁ ହାତୀ ତ ଅଛନ୍ତି। ଆସାମ ଘଟଣା ନଜରକୁ ଆସିବା ପରେ ଯେଉଁସବୁ ବନ କର୍ମଚାରୀଙ୍କୁ ଟ୍ରାଙ୍କୁଲାଇଜ୍‌ ଟ୍ରେନିଂ ଦିଆଯାଇଥିଲା ଓ ଯେଉଁଠି ବି ଟ୍ରାଙ୍କୁଲାଇଜର ବନ୍ଧୁକ ଅଛି, ସେସବୁର ତାଲିକା କରି ରଖାଯାଉ। ଯିଏ ବି ପ୍ରାକ୍ଟିସ୍‌ କରୁଛନ୍ତି, ସେହି ସବୁର ହିସାବ ରାଜ୍ୟର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରଙ୍କ ଅଫିସକୁ ନିହାତି ପଠାଯାଉ। ଯଦି କେବେ ଦୁର୍ଭାଗ୍ୟବଶତଃ ଟ୍ରାଙ୍କୁଲାଇଜର ବନ୍ଧୁକ ଅପରାଧୀଙ୍କ ହାତକୁ ଚାଲିଗଲା, ତେବେ ଓଡ଼ିଶାରେ ହାତୀ ତ ବୁଲୁଥିବେ, ହେଲେ ତାଙ୍କର ଦାନ୍ତ ନ ଥିବ। ହାତୀକୁ ଜୀବନରେ ନ ମାରି ଦାନ୍ତ ଅମଳ କରିବେ ଅପରାଧୀ। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଆଗରୁ କେବଳ ବନ ବିଭାଗର ସ୍ଥାୟୀ କର୍ମଚାରୀ ଓ ଭେଟେରିନାରି ଡାକ୍ତରମାନେ ହିଁ ରାଜ୍ୟରେ ଟ୍ରାଙ୍କୁଲାଇଜେଶନ କରୁଥିଲେ। କୌଣସି ଘରୋଇ ଲୋକଙ୍କୁ ଏହି କାମରୁ ଦୂରେଇ ରଖାଯାଉଥିଲା। ହେଲେ ପ୍ରଥମଥର ପାଇଁ ଗଞ୍ଜାମ ଜିଲାରେ ଜଣେ ଘରୋଇ ଲୋକଙ୍କୁ ଭାଲୁ ଟ୍ରାଙ୍କୁଲାଇଜେଶନ ପାଇଁ ଦିଆଯାଇଥିଲା। ଏହି ସମୟରେ ବନ କର୍ମଚାରୀଙ୍କୁ ଭିଡିଓ କରିବାକୁ ବାରଣ କରାଗଲା। କିନ୍ତୁ ସେହି ଲୋକ ନିଜେ ଫେସ୍‌ବୁକରେ ଉକ୍ତ ଭିଡିଓ ପୋଷ୍ଟ କରିଥିଲେ। ଆସାମ ଘଟଣା ପରେ ସରକାର କୌଣସି ଘରୋଇ ଲୋକଙ୍କୁ ଟ୍ରାଙ୍କୁଲାଇଜେଶନ କାମରେ ସମ୍ପୂର୍ଣ୍ଣ ଭାବରେ ନିଷେଧ କରିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri