ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ା ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୂରି ବୁଲିଥିଲା। ଶନିବାର ରାତିରେ ହାତୀକୁ ଠାବ କରାଯାଇ ଟ୍ରାଙ୍କୁଲାଇଜ କରି ବନ ବିଭାଗ ଚିକିତ୍ସା କରିଛି। କ୍ଷତାକ୍ତ ପାଦର ଅପରେଶନ ପରେ ହାତୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଓୟୁଏଟି ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ଗୋଡ଼ା ଜଙ୍ଗଲରେ ଏକ ହାତୀର ପାଦରେ ଆଘାତ ଲାଗିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା। ଦୀର୍ଘଦିନ ଧରି ଜଙ୍ଗଲ ଚାରିପଟେ ବୁଲୁଥିଲା। ହାତୀଟି ଅସୁସ୍ଥ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ଖୋର୍ଦ୍ଧା ବନ ବିଭାଗକୁ ଜଣାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଖୋର୍ଦ୍ଧା ବନଖଣ୍ଡ ଡିଏଫ୍‌ଓ ପୁନିଆ ପାଣ୍ଡାୟନଙ୍କ ନେତୃତ୍ୱରେ ଏସିଏଫ୍‌ ଗୋବିନ୍ଦ ବିଶ୍ୱାଳ, ଖୋର୍ଦ୍ଧା ବନ ଅଧିକାରୀ ଅସିତ ମିଶ୍ରଙ୍କ ସମେତ ଏକ ଟିମ୍‌ ଜଙ୍ଗଲରେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ହାତୀକୁ କାବୁ କରିବା ଲାଗି ଚନ୍ଦକା ଅଭୟାରଣ୍ୟର ମାହୁନ୍ତ ରାଜେନ୍ଦ୍ର ବେହେରା ଏବଂ ଟ୍ରାଙ୍କୁଲାଇଜର ଟିମ୍‌ ସାମିଲ ହୋଇଥିଲେ। ହାତୀକୁ ଠାବ କରିବା ଲାଗି ବନ ବିଭାଗ ନାକେଦମ ହୋଇପଡିଥିଲା। ଗ୍ରାମବାସୀଙ୍କ ସହଯୋଗରେ ୧୫ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଶନିବାର ରାତିରେ ଗୋଡା ଜଙ୍ଗଲ ନିକଟରୁ ହାତୀକୁ ଠାବ କରାଯାଇଥିଲା। ଟ୍ରାଙ୍କୁଲାଇଜ କରି ତା’ର ଚିକିତ୍ସା କରାଯାଇଥିଲା। ଓୟୁଏଟି ପ୍ରାଣୀଧନ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚିକିତ୍ସା କରିଥିଲେ। ଏ ସମ୍ପର୍କରେ ପ୍ରଫେସର ନାଥ କହିଛନ୍ତି, ହାତୀର ପାଦରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ସଫଳ ହୋଇଛି। ସପ୍ତାହେ ପାଇଁ ହାତୀକୁ ପର୍ଯ୍ୟବେକ୍ଷଣରେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ହାତୀର ସ୍ବାଭାବିକ ସ୍ଥିତିକୁ ଫେରିବାରେ ସମୟ ଲାଗିବ। ଅନ୍ୟପଟେ ଏନେଇ ପରିବେଶବିତ୍‌ ଧନେଶ୍ୱର ବିଧାର କୁହନ୍ତି, ଏହି ବନାଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ହାତୀ ଓ ମଣିଷ ମଧ୍ୟରେ ଦୀର୍ଘ ଦିନ ଧରି ଲଢେଇ ଜାରି ରହିଛି। ତେବେ ହାତୀର ଚିକିତ୍ସା କରାଯାଇଛି। ମାନବିକତା ଆଗରେ ସବୁ କିଛି ଫିକା ବୋଲି ଏହାକୁ ଗ୍ରାମବାସୀ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri