ଅସୁସ୍ଥ ହାତୀକୁ ଟ୍ରାଙ୍କୁଲାଇଜ୍‌

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ବନାଞ୍ଚଳ ଅନ୍ତର୍ଗତ ଗୋଡ଼ା ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ଘୂରି ବୁଲିଥିଲା। ଶନିବାର ରାତିରେ ହାତୀକୁ ଠାବ କରାଯାଇ ଟ୍ରାଙ୍କୁଲାଇଜ କରି ବନ ବିଭାଗ ଚିକିତ୍ସା କରିଛି। କ୍ଷତାକ୍ତ ପାଦର ଅପରେଶନ ପରେ ହାତୀ ଏବେ ସୁସ୍ଥ ଥିବା ଜଣାପଡ଼ିଛି। ସପ୍ତାହ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବ ବୋଲି ଓୟୁଏଟି ପ୍ରାଣୀଧନ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ, ଗୋଡ଼ା ଜଙ୍ଗଲରେ ଏକ ହାତୀର ପାଦରେ ଆଘାତ ଲାଗିବାରୁ ସେ ଚାଲିବାରେ କଷ୍ଟ ଅନୁଭବ କରୁଥିଲା। ଦୀର୍ଘଦିନ ଧରି ଜଙ୍ଗଲ ଚାରିପଟେ ବୁଲୁଥିଲା। ହାତୀଟି ଅସୁସ୍ଥ ଅବସ୍ଥାରେ ବୁଲୁଥିବା ସ୍ଥାନୀୟ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ଖୋର୍ଦ୍ଧା ବନ ବିଭାଗକୁ ଜଣାଇଥିଲେ। ଏହା ପରେ ବନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଥିଲା। ଖୋର୍ଦ୍ଧା ବନଖଣ୍ଡ ଡିଏଫ୍‌ଓ ପୁନିଆ ପାଣ୍ଡାୟନଙ୍କ ନେତୃତ୍ୱରେ ଏସିଏଫ୍‌ ଗୋବିନ୍ଦ ବିଶ୍ୱାଳ, ଖୋର୍ଦ୍ଧା ବନ ଅଧିକାରୀ ଅସିତ ମିଶ୍ରଙ୍କ ସମେତ ଏକ ଟିମ୍‌ ଜଙ୍ଗଲରେ ହାତୀର ଗତିବିଧି ଉପରେ ନଜର ରଖିଥିଲେ। ହାତୀକୁ କାବୁ କରିବା ଲାଗି ଚନ୍ଦକା ଅଭୟାରଣ୍ୟର ମାହୁନ୍ତ ରାଜେନ୍ଦ୍ର ବେହେରା ଏବଂ ଟ୍ରାଙ୍କୁଲାଇଜର ଟିମ୍‌ ସାମିଲ ହୋଇଥିଲେ। ହାତୀକୁ ଠାବ କରିବା ଲାଗି ବନ ବିଭାଗ ନାକେଦମ ହୋଇପଡିଥିଲା। ଗ୍ରାମବାସୀଙ୍କ ସହଯୋଗରେ ୧୫ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଶନିବାର ରାତିରେ ଗୋଡା ଜଙ୍ଗଲ ନିକଟରୁ ହାତୀକୁ ଠାବ କରାଯାଇଥିଲା। ଟ୍ରାଙ୍କୁଲାଇଜ କରି ତା’ର ଚିକିତ୍ସା କରାଯାଇଥିଲା। ଓୟୁଏଟି ପ୍ରାଣୀଧନ ପ୍ରଫେସର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଚିକିତ୍ସା କରିଥିଲେ। ଏ ସମ୍ପର୍କରେ ପ୍ରଫେସର ନାଥ କହିଛନ୍ତି, ହାତୀର ପାଦରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ଚିକିତ୍ସା ସଫଳ ହୋଇଛି। ସପ୍ତାହେ ପାଇଁ ହାତୀକୁ ପର୍ଯ୍ୟବେକ୍ଷଣରେ ରଖିବା ଲାଗି ପରାମର୍ଶ ଦିଆଯାଇଛି। ହାତୀର ସ୍ବାଭାବିକ ସ୍ଥିତିକୁ ଫେରିବାରେ ସମୟ ଲାଗିବ। ଅନ୍ୟପଟେ ଏନେଇ ପରିବେଶବିତ୍‌ ଧନେଶ୍ୱର ବିଧାର କୁହନ୍ତି, ଏହି ବନାଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ହାତୀ ଓ ମଣିଷ ମଧ୍ୟରେ ଦୀର୍ଘ ଦିନ ଧରି ଲଢେଇ ଜାରି ରହିଛି। ତେବେ ହାତୀର ଚିକିତ୍ସା କରାଯାଇଛି। ମାନବିକତା ଆଗରେ ସବୁ କିଛି ଫିକା ବୋଲି ଏହାକୁ ଗ୍ରାମବାସୀ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri