ଜାନୁୟାରୀରେ ବିରୁଷ୍କାଙ୍କ ଘରକୁ ଆସିବ ନୂଆ ଅତିଥି: ଜାଣନ୍ତୁ କେମିତି ହୋଇଥାନ୍ତି ଏହି ମାସରେ ଜନ୍ମିତ ଶିଶୁ

ବିରାଟ କୋହଲୀ ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସିବ ନୂଆ ଅତିଥି। ଇନ୍‌ଷ୍ଟା ପୋଷ୍ଟ ଅନୁଯାୟୀ ୨୦୨୧ ଜାନୁୟାରୀରେ ସନ୍ତାନକୁ ଜନ୍ମଦେବେ ଅନୁଷ୍କା। ଏଣୁ ଉଭୟ ନୂଆ ବର୍ଷର ଆରମ୍ଭ ଏହି ଖୁସିଖବରରୁ କରିବେ ତାହା ନିଶ୍ଚିତ। ତେବେ ଜ୍ୟୋତିଷ ଶାସ୍ତ୍ରକୁ ଯଦି ଦେଖିବା ତେବେ ଜାନୁୟାରୀରେ ଜନ୍ମ ନେଇଥିବା ଶିଶୁ ତିକ୍ଷ୍ମ ଏବଂ ସୃଜନଶୀଳ ହୋଇଥାନ୍ତି। ଏହାଛଡ଼ା ସେମାନଙ୍କର ଅନ୍ୟ ଗୁଣ ମଧ୍ୟ ରହିଥାଏ। ଯେପରିକି:

-ସୃଜନଶୀଳ ହୋଇଥାନ୍ତି ଏହି ଶିଶୁ: ଜାନୁୟାରୀ ମାସରେ ଜନ୍ମିତ ଶିଶୁ ତିକ୍ଷ୍ମ ବୁଦ୍ଧି ସମ୍ପନ୍ନ ହୋଇଥାନ୍ତି। ସେମାନଙ୍କର ଶରୀର ସୁସ୍ଥ ଏବଂ ସୁନ୍ଦର ହୋଇଥାଏ। ମାସରେ ମଝାମଝି ମକର ସଂକ୍ରାନ୍ତି ଆସିଥାଏ। ଏଣୁ ଏହି ମାସରେ ଜନ୍ମିତ ଶିଶୁ ଦେଶବିଦେଶରେ ନିଜର ବ୍ୟବସାୟ କରିବା ସହ କ୍ରିଏଟିଭ୍‌ ଫିଲ୍ଡରେ କାମ କରିଥାନ୍ତି।

-ମାଘ ମାସ ହୋଇଥାଏ ଶୁଭ: ହିନ୍ଦି ପଞ୍ଚାଙ୍ଗ ଅନୁଯାୟୀ ଏହି ସମୟରେ ମାଘ ମାସ ପଡ଼ିଥାଏ। ଏହା ଏକ ପବିତ୍ର ମାସ। ଏଥିରେ ଲୋକ ନଦୀତଟରେ ତପ କରିଥାନ୍ତି। ଏହି ମାସରେ ସୂର୍ଯ୍ୟ ଶନି ରାଶିରେ ଯେତେବେଳେ ଯାଇଥାନ୍ତି, ତାହା ପରର ସମୟ ବେଶ୍‌ ଭଲ। କାରଣ ଉକ୍ତ ସମୟରେ ହୋଇଥିବା ଶିଶୁ ଖେଳ ଦୁନିଆରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାନ୍ତି। ଏପରିକି ଫିଲ୍ମଜଗତର ନାମି କଳାକାର ଏବଂ ନିର୍ଦ୍ଦେଶକ ମଧ୍ୟ ହୋଇପାରନ୍ତି।
-ସୂର୍ଯ୍ୟଙ୍କ ପ୍ରଭାବ ରହିଥାଏ: ଜାନୁୟାରୀରେ ଜନ୍ମିତ ଶିଶୁ ଧାର୍ମିକ ପ୍ରବୃତିର ହୋଇଥାନ୍ତି। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ସେ ବହୁତ ଯଶସ୍ବୀ ଏବଂ ପ୍ରସିଦ୍ଧ ହୋଇଥାନ୍ତି। ଏଥିସହ ନେତୃତ୍ୱ ନେବାର କଳା ବହୁତ ରହିଥାଏ। ସେମାନେ ମା’ବାପାଙ୍କ ଆଜ୍ଞାକାରୀ ହୋଇଥାନ୍ତି, ହେଲେ ବାପାଙ୍କ ସହ ସମ୍ପର୍କ ଟିକିଏ ଅଧିକ ନିବିଡ଼ ଥାଏ। ଏହାଛଡ଼ା ରାଜନୀତିରେ ମଧ୍ୟ ସେ ସଫଳ ଏବଂ ଉଚ୍ଚ ପଦ ପ୍ରାପ୍ତି କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଆକ୍ରମଣ ଯୋଗୁ ଖରାପ ହେଉଛି ମଧ୍ୟପ୍ରାଚ୍ୟ ପରିସ୍ଥିତି; ଜୁନ ୧୬ରେ ଫ୍ରାନ୍ସରେ ଏକାଠି ହେବେ G-7 ରାଷ୍ଟ୍ର

ପ୍ୟାରିସ,୧୧।୬: ଜୁନ ୧୬ରେ G7 ଶିଖର ସମ୍ମିଳନୀ ସମୟରେ ମଧ୍ୟପ୍ରାଚ୍ୟ ପରିସ୍ଥିତି ସମ୍ପର୍କରେ ଏକ ବିଶେଷ ବୈଠକ ଅନୁଷ୍ଠିତ ହେବ। ଫ୍ରାନ୍ସ ଏହି ବିଶେଷ ଅଧିବେଶନକୁ UAE,…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri