ଏସ୍‌ଏଚ୍‌ଜି ମହିଳାଙ୍କ ତାଲିମ ଅର୍ଥ ଆତ୍ମସାତ୍‌

ରସୁଲପୁର,୧୭ା୧୦(ଡି.ଏନ.ଏ.): ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଉଦ୍ଦିଷ୍ଟ। ଏହି ବିଭାଗ ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ବିଭିନ୍ନ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। ମାତ୍ର ଏହି ବ୍ୟବସ୍ଥା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଅତଲାପୁର ପଞ୍ଚାୟତରେ ବାଟବଣା ହୋଇଛି। ପଞ୍ଚାୟତର ମିଶନଶକ୍ତି ବିଭାଗରେ ମହାବିଭ୍ରାଟ ଦେଖାଦେଇଛି। ପଞ୍ଚାୟତରେ କାମ କରୁଥିବା ୫୬ଟି ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନେ ମାଷ୍ଟର ବୁକ୍‌ କିପର(ଏମ୍‌ବିକେ) ପାର୍ବତୀ ସେଠୀଙ୍କ ନାଁରେ ଅର୍ଥ ତୋସରପାତ ଅଭିଯୋଗ ଆଣିଛନ୍ତି। ଗୋଷ୍ଠୀର ମହିଳାଙ୍କୁ ୭ ଦିନିଆ ତାଲିମ ଓ ଗୋଷ୍ଠୀକୁ ମୋବାଇଲ ପ୍ରଦାନ ପାଇଁ ଆସିଥିବା ଅର୍ଥକୁ ସେ ହେରଫେର କରିଛନ୍ତି ବୋଲି ବିଡିଓ ଅବନୀକାନ୍ତ ସାହୁଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିପୂର୍ବରୁ ମାମଲା ଥାନାକୁ ଯାଇଥିଲା। ଥାନାର ଆପୋସ ସମାଧାନ ହେବାପରେ ବି ଅଡୁଆ ତୁଟି ନ ଥିଲା।
ଅଭିଯୋଗ ମୁତାବକ, ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ସଂଘ ଜମାଖାତାକୁ ୫୭ହଜାର ଟଙ୍କା ଆସିଥିଲା। ଏହି ଟଙ୍କା ୫୬ଟି ଗୋଷ୍ଠୀ ମହିଳାଙ୍କୁ ୭ଦିନ ତାଲିମ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା। ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କ ମୁଣ୍ଡ ପିଛା ୨୫ଟଙ୍କା ଆଧାରେ ଟଙ୍କା ଆସିଥିଲା। କିନ୍ତୁ ନିୟମ ମୁତାବକ ତାଲିମ ଶିବିର ଆୟୋଜନ କରାଯାଇ ନ ଥିଲା। ୭ଟି ବଦଳରେ ୨ଟି ତାଲିମ ଶିବିର ଆୟୋଜନ କରି ସେ ବାବଦକୁ ୨୨,୯୦୦ଟଙ୍କା ଜମାଖାତାରୁ ଉଠାଣ କରାଯାଇଥିଲା। ପରେ ବାକି ୩୪ହଜାର ଟଙ୍କା ଉଠାଇ ଦିଆଯାଇଥିଲା। ଉକ୍ତ ଟଙ୍କାକୁ ଏମ୍‌ବିକେ ନିଜ ପାଖରେ ରଖିଥିଲେ। ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ସଭାନେତ୍ରୀ କାଦମ୍ବିନୀ ମହାନ୍ତି ଓ ସମ୍ପାଦିକା ଦେବଯାନୀ ବାରିକ ଏମ୍‌ବିକେ ସେଠୀଙ୍କୁ ପଚାରିବାରୁ ମୁଁ କାମ କରୁଛି ଓ ବ୍ଲକର ଅଧିକାରୀ ସହଯୋଗ କରୁଛନ୍ତି, ଉକ୍ତ ଅର୍ଥକୁ ବାଣ୍ଟିକି ନେବୁ ବୋଲି ସେ କହିଥିଲେ। ଏହାକୁ ସଭାନେତ୍ରୀ ଓ ସମ୍ପାଦିକା ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଏହି ଘଟଣା ଗଣ୍ଡଗୋଳରୂପ ନେଇ ମାମଲା ଥାନାକୁ ଯାଇଥିଲା। ଏମବିକେଙ୍କ ପକ୍ଷରୁ ସଭାନେତ୍ରୀ ଓ ତାଙ୍କ ଶ୍ୱଶୁରଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା। ସଭାନେତ୍ରୀ, ସମ୍ପାଦିକା ଓ ସେମାନଙ୍କ ପରିବାର ଲୋକେ ଏମ୍‌ବିକେ ସେଠୀଙ୍କୁ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ଏମବିକେଙ୍କ ଏତାଦୃଶା କାର୍ଯ୍ୟକଳାପକୁ ନେଇ ପଞ୍ଚାୟତର ସମସ୍ତ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ସାକ୍ଷାତ କରିଥିଲେ। ସେମାନେ ଏମ୍‌ବିକେଙ୍କୁ ଦାୟିତ୍ୱରୁ ଅପସାରଣ କରିବା ସହ ସେ କରିଥିବା ଦୁର୍ନୀତିର ତଦନ୍ତ ଏବଂ ଏହି ଅର୍ଥ ହେରଫେର କାରବାରେ ସମ୍ପୃକ୍ତି ଥିବା ବ୍ଲକ ଓ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ବିଡଓ ସାହୁ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ସମ୍ପର୍କରେ ଏମ୍‌ବିକେ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କୁ ୫ଟି ତାଲିମ ପ୍ରଦାନ ପାଇଁ ଟଙ୍କା ଆସିଥିଲା। ୨ଟି ତାଲିମ ଆୟୋଜନ କରାଯାଇଥିଲା। ସେଥିପାଇଁ ୨୨,୯୦୦ଟଙ୍କା ବ୍ୟାଙ୍କରୁ ଉଠାଣ କରିଥିଲେ। ବାକି ତାଲିମକୁ ବନ୍ଦ କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିଲା ା ସେ ବାବଦକୁ ଉଦ୍ଦିଷ୍ଟ ଅର୍ଥକୁ ଫେରସ୍ତ କରିବା ପାଇଁ ବ୍ଲକ ତରଫରୁ କୁହାଯାଇଥିଲା। ମାତ୍ର ମହାସଂଘ ସଭାନେତ୍ରୀ ଓ ସମ୍ପାଦିକା ଉକ୍ତ ଟଙ୍କାକୁ ଗୋଷ୍ଠୀ ମଧ୍ୟରେ ବାଣ୍ଟି ଦେବାକୁ କହିଥିଲେ। ଏହାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାରେ ସଭାନେତ୍ରୀ ଓ ତାଙ୍କ ଶ୍ୱଶୁର ହସ୍ତକ୍ଷେପକରି ତାଙ୍କୁ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିଥିଲେ ବୋଲି ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?