ଏସ୍‌ଏଚ୍‌ଜି ମହିଳାଙ୍କ ତାଲିମ ଅର୍ଥ ଆତ୍ମସାତ୍‌

ରସୁଲପୁର,୧୭ା୧୦(ଡି.ଏନ.ଏ.): ମହିଳାଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଓ ସ୍ବାବଲମ୍ବୀ କରିବା ପାଇଁ ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗ ଉଦ୍ଦିଷ୍ଟ। ଏହି ବିଭାଗ ଜରିଆରେ ଗ୍ରାମାଞ୍ଚଳ ମହିଳାଙ୍କୁ ବିଭିନ୍ନ ସରକାରୀ ସୁବିଧା କାର୍ଯ୍ୟକାରୀ କରିବା ପାଇଁ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। ମାତ୍ର ଏହି ବ୍ୟବସ୍ଥା ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ଅତଲାପୁର ପଞ୍ଚାୟତରେ ବାଟବଣା ହୋଇଛି। ପଞ୍ଚାୟତର ମିଶନଶକ୍ତି ବିଭାଗରେ ମହାବିଭ୍ରାଟ ଦେଖାଦେଇଛି। ପଞ୍ଚାୟତରେ କାମ କରୁଥିବା ୫୬ଟି ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି) ସଭାନେତ୍ରୀ, ସମ୍ପାଦିକା ଓ ସଦସ୍ୟାମାନେ ମାଷ୍ଟର ବୁକ୍‌ କିପର(ଏମ୍‌ବିକେ) ପାର୍ବତୀ ସେଠୀଙ୍କ ନାଁରେ ଅର୍ଥ ତୋସରପାତ ଅଭିଯୋଗ ଆଣିଛନ୍ତି। ଗୋଷ୍ଠୀର ମହିଳାଙ୍କୁ ୭ ଦିନିଆ ତାଲିମ ଓ ଗୋଷ୍ଠୀକୁ ମୋବାଇଲ ପ୍ରଦାନ ପାଇଁ ଆସିଥିବା ଅର୍ଥକୁ ସେ ହେରଫେର କରିଛନ୍ତି ବୋଲି ବିଡିଓ ଅବନୀକାନ୍ତ ସାହୁଙ୍କ ନିକଟରେ ଅଭିଯୋଗ ହୋଇଛି। ଏଥିପୂର୍ବରୁ ମାମଲା ଥାନାକୁ ଯାଇଥିଲା। ଥାନାର ଆପୋସ ସମାଧାନ ହେବାପରେ ବି ଅଡୁଆ ତୁଟି ନ ଥିଲା।
ଅଭିଯୋଗ ମୁତାବକ, ଗ୍ରାମ ପଞ୍ଚାୟତସ୍ତରୀୟ ଫେଡେରେଶନ ସଂଘ ଜମାଖାତାକୁ ୫୭ହଜାର ଟଙ୍କା ଆସିଥିଲା। ଏହି ଟଙ୍କା ୫୬ଟି ଗୋଷ୍ଠୀ ମହିଳାଙ୍କୁ ୭ଦିନ ତାଲିମ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା। ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କ ମୁଣ୍ଡ ପିଛା ୨୫ଟଙ୍କା ଆଧାରେ ଟଙ୍କା ଆସିଥିଲା। କିନ୍ତୁ ନିୟମ ମୁତାବକ ତାଲିମ ଶିବିର ଆୟୋଜନ କରାଯାଇ ନ ଥିଲା। ୭ଟି ବଦଳରେ ୨ଟି ତାଲିମ ଶିବିର ଆୟୋଜନ କରି ସେ ବାବଦକୁ ୨୨,୯୦୦ଟଙ୍କା ଜମାଖାତାରୁ ଉଠାଣ କରାଯାଇଥିଲା। ପରେ ବାକି ୩୪ହଜାର ଟଙ୍କା ଉଠାଇ ଦିଆଯାଇଥିଲା। ଉକ୍ତ ଟଙ୍କାକୁ ଏମ୍‌ବିକେ ନିଜ ପାଖରେ ରଖିଥିଲେ। ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତସ୍ତରୀୟ ମହାସଂଘ ସଭାନେତ୍ରୀ କାଦମ୍ବିନୀ ମହାନ୍ତି ଓ ସମ୍ପାଦିକା ଦେବଯାନୀ ବାରିକ ଏମ୍‌ବିକେ ସେଠୀଙ୍କୁ ପଚାରିବାରୁ ମୁଁ କାମ କରୁଛି ଓ ବ୍ଲକର ଅଧିକାରୀ ସହଯୋଗ କରୁଛନ୍ତି, ଉକ୍ତ ଅର୍ଥକୁ ବାଣ୍ଟିକି ନେବୁ ବୋଲି ସେ କହିଥିଲେ। ଏହାକୁ ସଭାନେତ୍ରୀ ଓ ସମ୍ପାଦିକା ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଏହି ଘଟଣା ଗଣ୍ଡଗୋଳରୂପ ନେଇ ମାମଲା ଥାନାକୁ ଯାଇଥିଲା। ଏମବିକେଙ୍କ ପକ୍ଷରୁ ସଭାନେତ୍ରୀ ଓ ତାଙ୍କ ଶ୍ୱଶୁରଙ୍କ ନାମରେ ଥାନାରେ ଅଭିଯୋଗ କରାଯାଇଥିଲା। ସଭାନେତ୍ରୀ, ସମ୍ପାଦିକା ଓ ସେମାନଙ୍କ ପରିବାର ଲୋକେ ଏମ୍‌ବିକେ ସେଠୀଙ୍କୁ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିଥିଲେ ବୋଲି ସେ ଅଭିଯୋଗରେ ଦର୍ଶାଇଥିଲେ। ତେବେ ଏମବିକେଙ୍କ ଏତାଦୃଶା କାର୍ଯ୍ୟକଳାପକୁ ନେଇ ପଞ୍ଚାୟତର ସମସ୍ତ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ଶନିବାର ୨୦୦ରୁ ଊର୍ଦ୍ଧ୍ୱ ମହିଳା ବ୍ଲକ କାର୍ଯ୍ୟାଳୟକୁ ଆସି ବିଡିଓଙ୍କୁ ସାକ୍ଷାତ କରିଥିଲେ। ସେମାନେ ଏମ୍‌ବିକେଙ୍କୁ ଦାୟିତ୍ୱରୁ ଅପସାରଣ କରିବା ସହ ସେ କରିଥିବା ଦୁର୍ନୀତିର ତଦନ୍ତ ଏବଂ ଏହି ଅର୍ଥ ହେରଫେର କାରବାରେ ସମ୍ପୃକ୍ତି ଥିବା ବ୍ଲକ ଓ ପଞ୍ଚାୟତସ୍ତରୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ବିଡଓ ସାହୁ ଅଭିଯୋଗକୁ ଗ୍ରହଣ କରି ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଭିଯୋଗ ସମ୍ପର୍କରେ ଏମ୍‌ବିକେ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ମହିଳାଙ୍କୁ ୫ଟି ତାଲିମ ପ୍ରଦାନ ପାଇଁ ଟଙ୍କା ଆସିଥିଲା। ୨ଟି ତାଲିମ ଆୟୋଜନ କରାଯାଇଥିଲା। ସେଥିପାଇଁ ୨୨,୯୦୦ଟଙ୍କା ବ୍ୟାଙ୍କରୁ ଉଠାଣ କରିଥିଲେ। ବାକି ତାଲିମକୁ ବନ୍ଦ କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଥିଲା ା ସେ ବାବଦକୁ ଉଦ୍ଦିଷ୍ଟ ଅର୍ଥକୁ ଫେରସ୍ତ କରିବା ପାଇଁ ବ୍ଲକ ତରଫରୁ କୁହାଯାଇଥିଲା। ମାତ୍ର ମହାସଂଘ ସଭାନେତ୍ରୀ ଓ ସମ୍ପାଦିକା ଉକ୍ତ ଟଙ୍କାକୁ ଗୋଷ୍ଠୀ ମଧ୍ୟରେ ବାଣ୍ଟି ଦେବାକୁ କହିଥିଲେ। ଏହାକୁ କେନ୍ଦ୍ରକରି ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାରେ ସଭାନେତ୍ରୀ ଓ ତାଙ୍କ ଶ୍ୱଶୁର ହସ୍ତକ୍ଷେପକରି ତାଙ୍କୁ ଜାତିଆଣ ଆକ୍ଷେପକରି ଗାଳିଗୁଲଜ କରିଥିଲେ ବୋଲି ସେଠୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri